ETV Bharat / bharat

ସନ୍ଧ୍ୟା 5ଟା ସୁଦ୍ଧା ଆସାମରେ 72.01, ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ

author img

By

Published : Mar 27, 2021, 7:01 AM IST

Updated : Mar 27, 2021, 5:41 PM IST

ଆଜି ଆସାମ-ବଙ୍ଗ ନିର୍ବାଚନ
ଆଜି ଆସାମ-ବଙ୍ଗ ନିର୍ବାଚନ

17:34 March 27

ସନ୍ଧ୍ୟା 5 ଟା ସୁଦ୍ଧା ଆସାମରେ 72.01, ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ

ସନ୍ଧ୍ୟା 5 ଟା ସୁଦ୍ଧା ଆସାମରେ 72.01 ପ୍ରତିଶତ ଓ ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ ନେଇ ନିର୍ବାଚନ ଆୟୋଗଙ୍କ ସୂଚନା 

15:25 March 27

ଅପରାହ୍ନ 3ଟା ସୁଦ୍ଧା ପଶ୍ଚିମବଙ୍ଗରେ 70.17%, ଆସାମରେ 61.86 % ମତଦାନ

ଅପରାହ୍ନ 3 ଟା ସୁଦ୍ଧା ପଶ୍ଚିମବଙ୍ଗରେ 59.09 ପ୍ରତିଶତ ଓ  ଆସାମରେ 61.86 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ।

15:19 March 27

ଆସାମରେ ମତଦାନ ବେଳେ ହିଂସା , ଜଣେ ଗୁରୁତର

ଗୌହଟୀ: ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । 47 ଟି ବିଧାନସଭା କ୍ଷେତ୍ର ପାଇଁ ମତ ଦାନ କରୁଛନ୍ତି ଭୋଟର । ତେବେ ଏହାରି ମଧ୍ୟରେ ବିଜେପି ଓ କଂଗ୍ରସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ନାଗାଁଓ ବିଧାନସଭା କ୍ଷେତ୍ରର ଚମ୍ପାଗୁଡି ପୋଲିଂ କେନ୍ଦ୍ରରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ମିଳିଥିବା ତଥ୍ୟ ଆଧାରରେ ଅବଦୁଲ୍ଲ ଅହମଦ ନାମକ ଜଣେ କର୍ମୀ ଏଥିରେ ଆହତ ହୋଇଛନ୍ତି ।  

ନାଗାଁଓ ବିଧାନସଭା କ୍ଷେତ୍ରର 58 ନମ୍ବର ବୁଥରେ ଏପରି କର୍ମୀ  ସଂଘର୍ଷ ଘଟିଛି। ଆହତ ହୋଇଥିବା ଅବଦୁ୍ଲ୍ଲ  ଅଭିଯୋଗ କରିଛନ୍ତି ବିଜେପି କର୍ମୀ ମାନେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ବୁଥ ଦଖଲ କରିବାକୁ ପ୍ରୟାସ କରିଥିଲେ । ଫଳରେ ଏପ୍ରକାର ସ୍ଥିତି ଉପୁଜିଥିଲା ବୋଲି ଅଭିଯୋଗ ହୋଇଛି । ସେହିପରି ଅଭିଯୋଗକୁ ଖଣ୍ଡନ କରିବା କଂଗ୍ରେସକୁ ଦାୟି କରିଛି ବିଜେପି । କଂଗ୍ରେସ କର୍ମୀମାନେ ବିଜେପି ନେତାଙ୍କ ଗାଡି ଉପରେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛି ବିଜେପି । ଆହତ ଅବଦୁଲ୍ଲକୁ ଗୁରୁତର ଅବସ୍ଥାରେ ସ୍ଥାନନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏସଂକ୍ରାନ୍ତରେ ଏକ ଏତଲା ମଧ୍ୟ ଦାୟର ହୋଇଛି । 

13:30 March 27

ଦିନ 1ଟା ସୁଦ୍ଧା ଭୋଟିଂ ପ୍ରତିଶତ ରହିଛି 37.06% ଏବଂ 40.73%

ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ମତଦାନ । ଦିନ 1ଟା ସୁଦ୍ଧା ଯଥାକ୍ରମେ 37.06% ଏବଂ 40.73% ଭୋଟର ଭୋଟ୍ ଦେଇଛନ୍ତି । 

11:31 March 27

ଦିନ 11ଟା ସୁଦ୍ଧା ଭୋଟିଂ ପ୍ରତିଶତ

ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଦିନ 11ଟା ସୁଦ୍ଧା ଭୋଟିଂ ପ୍ରତିଶତ ଯଥାକ୍ରମେ 24.48% ଏବଂ 24.61%  ।

11:26 March 27

ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଦେଲେ ଭୋଟ୍

ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଦିବ୍ରୁଗଡରେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଆମେ ଏଥରକ ଆହୁରୀ 100 ଭୋଟ୍ ଅଧିକ ପାଇବୁ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବୋଗା ବାବା ମଜାରର ପୂଜାର୍ଚ୍ଚନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । 

10:46 March 27

ଭୋଟ୍ ଦେବାକୁ ମମତା ବାନାର୍ଜୀଙ୍କ ଅପିଲ୍

ଭୋଟ୍ ଦେବାକୁ ମମତା ବାନାର୍ଜୀଙ୍କ ଅପିଲ୍
ଭୋଟ୍ ଦେବାକୁ ମମତା ବାନାର୍ଜୀଙ୍କ ଅପିଲ୍

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି, ‘ ଶନିବାର ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ରାଜ୍ୟବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆହ୍ବାନ କରୁଛି’ ।  

10:40 March 27

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି

ସେପଟେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ‘ଆସାମ ବିଧାନସଭା ନିର୍ବାଚନରେ ​​ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ସର୍ବାଧିକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଏବଂ ଏକ ନୂତନ ଭୋଟ୍ ରେକର୍ଡ ସ୍ଥାପନ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମାସ୍କ ପିନ୍ଧିବା ସହ  ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ’ । ଏହାସହ ଆଜି ବଙ୍ଗଳା ବିଧାନସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ଭୋଟିଂ ମଧ୍ୟ । ଏହାକୁ ନେଇ ନଡ୍ଡା କହିଛନ୍ତି, ‘ ଆପଣଙ୍କ ଭୋଟ୍  ଆପଣଙ୍କ ରାଜ୍ୟ ପାଇଁ ଭବିଷ୍ୟତ ଲେଖିବ । ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ କୋଭିଡ ସହ ଜଡିତ ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ଏହି ପର୍ବରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ ’। 

10:17 March 27

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି
ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି । ଟ୍ବିଟ କରି ବଙ୍ଗବାସୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଭୋଟରଙ୍କୁ ମୁଁ ନିବେଦନ କରୁଛି ଯେ ବଙ୍ଗଳାର ଗର୍ବକୁ ଫେରାଇ ଆଣିବା ପାଇଁ ନିର୍ଭୟରେ ଅଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଆପଣଙ୍କର ଗୋଟିଏ ଭୋଟ୍ ବଙ୍ଗଳାକୁ ସୁଭାଷ ଚନ୍ଦ୍ର ବୋଷ, ଗୁରୁଦେବ ଟେଗୋର ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାନ ବ୍ୟକ୍ତିଙ୍କ କଳ୍ପନାକୁ ସତ କରିବ’ । ଆସାମ ପାଇଁ ସେ ଲେଖିଛନ୍ତି, ‘ଆଜି ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ଶାନ୍ତି, ବିକାଶ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ମୁଁ ସମସ୍ତ ଭାଇ ଓ ଭଉଣୀଙ୍କୁ, ବିଶେଷ କରି ଯୁବକମାନଙ୍କୁ ନିବେଦନ କରୁଛି। ଗଣତନ୍ତ୍ରର ଏହି ମହାପର୍ବରେ ଆପଣଙ୍କ ଅଂଶଗ୍ରହଣ ଆସାମର ପ୍ରଗତିର ମୁଖ୍ୟ ସ୍ତମ୍ଭ, ତେଣୁ ଭୋଟ୍ ଦିଅନ୍ତୁ ’ ।

10:17 March 27

ଭୋଟ୍ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍

ଭୋଟ୍ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍
ଭୋଟ୍ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍

ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ କରି ଲେଖିଛନ୍ତି, ‘ ମୁଁ ଆସାମର ନାଗରିକଙ୍କୁ ଗଣତନ୍ତ୍ରର ପର୍ବ ପାଳନ କରିବାକୁ ଏବଂ ସରକାରଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି । ଏହା ଆସାମର ‘ସଭ୍ୟତା, ସୁରକ୍ଷା ଏବଂ ବିକାଶ’କୁ ସମର୍ଥନ କରିବ । ଅନ୍ୟପକ୍ଷେ ପଶ୍ଚିମବଙ୍ଗବାସୀଙ୍କ ପାଇଁ ସେ ଲେଖିଛନ୍ତି, ‘ଆଜି ବଙ୍ଗଳାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆପଣଙ୍କର ପ୍ରତ୍ୟେକ ଭୋଟ୍ ବଙ୍ଗଳାର ହଜିଯାଇଥିବା ପରିଚୟ ଏବଂ ଗର୍ବକୁ ଫେରାଇ ଦେବ ଓ ରାଜ୍ୟକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯିବ । ମୁଁ ସମସ୍ତ ଭୋଟରଙ୍କୁ, ବିଶେଷ କରି ନୂତନ ଭୋଟରମାନଙ୍କୁ ଏକ ନିରାପଦ, ସମୃଦ୍ଧ ତଥା ପ୍ରଗତିଶୀଳ ବଙ୍ଗଳା ଗଠନ ପାଇଁ ଭୋଟ୍ ଦେବାକୁ ଅନୁରୋଧ କରୁଛି ’ । 

09:29 March 27

ସକାଳ 9ଟା ସୁଦ୍ଧା ବଙ୍ଗ-ଆସାମର ଭୋଟିଂ ପ୍ରତିଶତ 8.84% ଏବଂ 7.72% ଭୋଟିଂ

 ସକାଳ 9ଟା ସୁଦ୍ଧା ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ଯଥାକ୍ରମେ 8.84% ଏବଂ 7.72% ଭୋଟର୍ ଭୋଟ୍ ଦେଇଛନ୍ତି । 

08:43 March 27

ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ

ପଶ୍ଚିମବଙ୍ଗ ମିଦାନାପୋର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସମିତ୍ ଦାସ ମତଦାନ କରିଛନ୍ତି । ଏହାସହ ସେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ଗ୍ରାମାଞ୍ଚଳର କେତେକ ସ୍ଥାନରେ ଟିଏମସି କର୍ମଚାରୀମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବୁଥ ନଂ 266 & 267, 7-8 ଟିଏମସି କର୍ମଚାରୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବୁଥରେ ପ୍ରବେଶ କରିଥିଲେ । ଏହାକୁ ନେଇ ଆମେ EC ରେ ଅଭିଯୋଗ କରିଛୁ । 

08:38 March 27

କୋଭିଡ ଗାଇଡଲାଇନ୍ ମାନି ଚାଲିଛି ମତଦାନ

ଭୋଟରଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି । ଦିବ୍ରୁଗଡର ଲାହୋୱାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ପ୍ରାଥମିକ ବିଦ୍ୟାଳୟରେ  ମାସ୍କ, ଗ୍ଲୋଭସ୍ ଏବଂ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମାଜୁଲୀ ପୋଲିଂ ବୁଥରେ ସାମାଜିକ ଦୂରତା ରଖି ଲୋକ ଭୋଟ୍ ଦେଉଛନ୍ତି ।  

07:40 March 27

ବହୁ ମାତ୍ରାରେ ଭୋଟ୍ ଦେବାକୁ ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌

ବର୍ତ୍ତମାନ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତଥାପି ଦେଶରେ ନିର୍ବାଚନ ନେଇ ଦେଶବାସୀଙ୍କ ଉତ୍ସାହ ବଢାଇଛନ୍ତି। ସେ ଟ୍ବିଟ କରି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ପଶ୍ଚିମବଙ୍ଗ ଏବଂ ଆସାମର ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

07:31 March 27

ପଶ୍ଚିମବଙ୍ଗରେ ମତଦାନ

ପଶ୍ଚିମବଙ୍ଗରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ । ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର୍ । 

07:29 March 27

ଆସାମରେ ଚାଲିଛି ମତଦାନ

ଆସାମରେ ଚାଲିଛି ମତଦାନ

ସକାଳୁ ସୁରୁଖୁରରେ ଚାଲିଛି ଭୋଟ୍ ଗ୍ରହଣ । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି ।  ଦିବରୁଗଡର ଜେପିନଗରର ଏକ ମତଦାନ କେନ୍ଦ୍ରରେ ଭୋଟର ସକାଳୁ ଧାଡିରେ ଠିଆ ହୋଇ ମତଦାନକୁ ପାଇଁ ଅପେକ୍ଷା କରିଛନ୍ତି । 

06:53 March 27

ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ

ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ
ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ

ଆସାମ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । 10ରୁ ଅଧିକ ରାଜନୈତିକ ଦଳର 264 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ 47 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ମତଦାନ କେନ୍ଦ୍ର ସଂଖ୍ୟା 2016ରେ 24,890 ରୁ 2021 ରେ 33,530 କୁ ବୃଦ୍ଧି କରାଯାଇଛି । ମତଦାନ କେନ୍ଦ୍ରରେ ଶତକଡ଼ା 35.71 ପ୍ରତିଶତ ବୃଦ୍ଧି ପାଇଛି । ଆସାମରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ 31 ମେ’ରେ ଶେଷ ହେବ।

06:12 March 27

ପ୍ରଥମ ପର୍ଯ୍ୟାୟରେ 191 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପ୍ରଥମ ପର୍ଯ୍ୟାୟରେ 191 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ପ୍ରଥମ ପର୍ଯ୍ୟାୟରେ 191 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଶେଷ । ଭୋଟରମାନେ ଆଜି ପ୍ରାୟ 191 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। 2 ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ଆଗାମୀ 5 ବର୍ଷ ପାଇଁ ଶାସନ କରିବାକୁ ଆଉଥରେ ଚେଷ୍ଟା କରିବ, ସେପଟେ ବିଜେପି ମଧ୍ୟ ନିଜର ବଳିଷ୍ଠ ପ୍ରତିଦ୍ବନ୍ଦୀ ଟିଏମସି ବିରୁଦ୍ଧରେ ଲଢିବାକୁ  ପ୍ରୟାସ କରିବ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ 10,288 ବୁଥ ସ୍ଥାପନ କରାଯାଇଛି।

Last Updated :Mar 27, 2021, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.