ETV Bharat / bharat

ଦିଲ୍ଲୀ ସାକେତ କୋର୍ଟରେ ଗୁଳିମାଡ: ମହିଳା ଗୁରୁତର, ଓକିଲ ବେଶରେ ଆସିଥିଲା ଦୁର୍ବୃତ୍ତ

author img

By

Published : Apr 21, 2023, 11:54 AM IST

ଦିଲ୍ଲୀ ସାକେତ କୋର୍ଟରେ ଗୁଳିମାଡ
ଦିଲ୍ଲୀ ସାକେତ କୋର୍ଟରେ ଗୁଳିମାଡ

ଦିଲ୍ଲୀ ସାକେତ କୋର୍ଟରେ ଗୁଳିମାଡ । ଓକିଲ ପୋଷାକ ପିନ୍ଧି ମହିଳାଙ୍କୁ ୪ ରାଉଣ୍ଡ ଗୁଳିମାଡ କଲା ଦୁର୍ବୃତ୍ତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋର୍ଟ ଭିତରେ ଫୁଟିଲା ଗୁଳି । ପୋଲିସ ଉପସ୍ଥିତିରେ ମହିଳାଙ୍କୁ ଗୁଳିମାଡ କଲା ଦୁର୍ବୃତ୍ତ । ଆଜି ଦିଲ୍ଲୀର ସାକେତ କୋର୍ଟ ପରିସରରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ଓକିଲ ପୋଷାକ ପିନ୍ଧି କୋର୍ଟରେ ଜଣେ ମହିଳାଙ୍କୁ ଗୁଳି ମାଡ କରିଛି । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିବାବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ଜଣକ ଗୁଳିମାଡ ପରେ ଫେରାର୍ ହୋଇଯାଇଛି । ଏହି ଘଟଣା ପରେ କୋର୍ଟ ପରିସରରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

  • Delhi: A woman has been injured in an incident of firing at Saket court. Four rounds were fired. Police on the spot.

    (Warning: Disturbing visuals)
    Visuals confirmed by police. pic.twitter.com/vdaUBqZxmp

    — ANI (@ANI) April 21, 2023 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଦୁର୍ବୃତ୍ତ ଜଣକ ଓକିଲ ପୋଷାକ ପିନ୍ଧି ଗୁଳିମାଡ କରିଥିଲା । କୋର୍ଟ ପରିସରରେ ପୋଲିସ ଉପସ୍ଥିତିରେ ସେ ମହିଳାଙ୍କୁ ଉପରୁ ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟାଇଥିଲା । ଏଥିରେ ମହିଳାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ଦୁର୍ବୃତ୍ତ ଜଣକ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଛି ।

ଯାହା ସୂଚନା ମିଳିଛି, ଆହତ ମହିଳା କୋର୍ଟରେ ସାକ୍ଷୀ ଦେବାକୁ ଆସିଥିଲେ । ତେବେ ଗୁଳି କରିଥିବା ବ୍ୟକ୍ତି ତାଙ୍କର ସ୍ବାମୀ ହୋଇଥିବା କୁହାଯାଉଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଚାଲିଥିଲା । ଏଥିପାଇଁ ସେ ଓକିଲ ବେଶରେ ଆସି ଗୁଳି କରିଥିବା କୁହାଯାଉଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗତବର୍ଷ ଦିଲ୍ଲୀ ରୋହିଣୀ କୋର୍ଟରେ ଗୁଳିକାଣ୍ଡ ଘଟିଥିଲା । ଆକ୍ରମଣକାରୀମାନେ ଓକିଲଙ୍କ ପୋଷକ ପିନ୍ଧି ଆସି ଗୁଳିମାଡ କରିଥିଲେ । ଏଥିରେ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଓରଫ୍ ଗୋଗି ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ଗ୍ୟାଙ୍ଗଷ୍ଟାର ଗୋଗିକୁ ଏକ ମାମଲାର ଶୁଣାଣି ପାଇଁ ତିହାର ଜେଲରୁ ରୋହିଣୀ କୋର୍ଟକୁ ଅଣାଯାଇଥିଲା । କୋର୍ଟର ୨୦୭ ନମ୍ବର କୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଆଡିସନାଲ ସେସନ ଜଜ୍ ଗଗନଦୀପ ସିଂହଙ୍କ ସହ ୫ରୁ ୬ ଜଣ ଓକିଲ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ଭିତରୁ ୨ ଜଣ ଦୁର୍ବୃତ୍ତ ଓକିଲ ବେଶରେ ରହି ଗୋଗିକୁ ଗୁଳି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.