ETV Bharat / bharat

ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଲେ ଜବାବ

author img

By ETV Bharat Odisha Team

Published : Sep 26, 2023, 9:23 PM IST

ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ପରୋକ୍ଷ ଟାର୍ଗେଟ
ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ପରୋକ୍ଷ ଟାର୍ଗେଟ

ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଲେ ଜବାବ । ଜାତିସଂଘ ନୀତିରେ ସଂଶୋଧନ ପାଇଁ ଉଠାଇଲେ ଦାବି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆତଙ୍କବାଦ ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ତିକ୍ତତା ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଆଜି (ମଙ୍ଗଳବାର) ଜାତିିସଂଘକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଆଜି ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଭାରତର ଉପଲବ୍ଧି ସହ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗ ଉଠାଇଛନ୍ତି ଜୟଶଙ୍କର । ଜୟଶଙ୍କର ଆଜି ଜାତିସଂଘରୁ ହିଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଆତଙ୍କବାଦ ପ୍ରସଙ୍ଗରେ କଡା ଜବାବ ଦେଇଛନ୍ତି । ଆତଙ୍କବାଦ କିମ୍ବା ଉଗ୍ରବାଦକୁ ରାଜନୈତିକ ସୁବିଧା ପ୍ରଦାନ କରିବା ସପକ୍ଷରେ କୌଣସି ଦେଶର ପ୍ରତିକ୍ରିୟା ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି ।

ଆଜି ସମ୍ବୋଧନରେ ‘ନମସ୍ତେ ଭାରତ’ ଶବ୍ଦରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ଜୟଶଙ୍କର । ଏବେ ଜାରି ରହିଥିବା ଏହି ଦ୍ବିପାକ୍ଷିକ ବିବାଦ ପ୍ରସଙ୍ଗରେ ଜୟଶଙ୍କର ସିଧା କାନାଡାର ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବୟାନକୁ ପରୋକ୍ଷରେ କଡା ସମାଲୋଚନା କରିଛନ୍ତି । କୌଣସି ଦେଶ ଆତଙ୍କବାଦ, ଉଗ୍ରବାଦ ଏବଂ ହିଂସାକୁ ରାଜନୈତିକ ସୁବିଧା ପ୍ରଦାନ କରିବା ଉଚିତ ନୁହେଁ । ଏପରି କରି କୌଣସି ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ହୋଇପାରିବ ନାହିଁ ।

ବର୍ତ୍ତମାନ ବିଶ୍ୱରେ ଅଶାନ୍ତିର ଏକ ଅସାଧାରଣ ସମୟ ଦେଖାଦେଇଛି । ଭାରତର ‘ଗୋଟିଏ ବିଶ୍ବ ଗୋଟିଏ ପରିବାର’ ଏକ ଭବିଷ୍ୟତ ଦର୍ଶନ କେବଳ ଅଳ୍ପ କେତେକଙ୍କ ପାଇଁ ସାମାନ୍ୟ ଲାଭର ପ୍ରସଙ୍ଗ ନୁହେଁ, ମାତ୍ର ଏହା ଅନେକଙ୍କ ଚିନ୍ତାଧାରାକୁ ଅନ୍ତର୍ଭୁକ୍ତ କରୁଛି । ସେହିପରି ସେ ପରିବର୍ତ୍ତିତ ବୈଶ୍ବିକ ସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦ ନୀତିରେ ପରିବର୍ତ୍ତନ କଥା ମଧ୍ୟ ଉଠାଇଥିଲେ । ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଯେଉଁ ଦାବି ଦୀର୍ଘ ବର୍ଷ ହେବ ହୋଇଆସୁଛି, ତାକୁ ଆଜି ଜୟଶଙ୍କର ଜାତିସଂଘ ମଞ୍ଚରେ ଉଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Rozgar Mela: ଆଜି 51 ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, 10 ମାସରେ 5 ଲକ୍ଷଙ୍କୁ ମିଳିଛି ଚାକିରି

ସେ ସମୟ ଶେଷ ହୋଇଛି, ଯେତେବେଳେ କିଛି ମାତ୍ର ଦେଶ ଏଜେଣ୍ଡା ସ୍ଥିର କରୁଥିଲେ ଏବଂ ଅନ୍ୟମାନେ ମଧ୍ୟ ଏଥିରେ ଯୋଗଦେବେ ବୋଲି ଆଶା କରୁଥିଲେ । ଏବେ ଅଣ-ଗୋଷ୍ଠୀଭୂକ୍ତ ଯୁଗରୁ ଆମେ ବର୍ତ୍ତମାନ ବିଶ୍ୱବନ୍ଧୁତା ଯୁଗରେ ପହଞ୍ଚି ସାରିଛୁ । ଏବେ ଆମେ ଏକ ଅଗ୍ରଣୀ ଶକ୍ତି ହେବାକୁ ଇଚ୍ଛା ପ୍ରକାଶ କରଛୁ । ହେଲେ ଏହା କୌଣସି ଆତ୍ମପ୍ରଶଂସା ପାଇଁ ନୁହେଁ ବରଂ ଅଧିକ ଦାୟିତ୍ବ ଗ୍ରହଣ କରିବା ସହ ବୈଶ୍ବିକ ପରିବର୍ତ୍ତନରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଆମେ ଏହି ଆଭିମୁଖ୍ୟ ଗ୍ରହଣ କରିଛୁ । ଭାରତ 'ଅମୃତ କାଳ'ରେ ପ୍ରବେଶ କରିଛି । ଆମର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ -3’ ଚନ୍ଦ୍ରରେ ଅବତରଣ କଲା, ମହିଳାଙ୍କୁ ଶାସନ ବ୍ୟବସ୍ଥାରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ଦେବାରେ ମଧ୍ଯ ଭାରତ ବଡ ପଦକ୍ଷେପ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.