ETV Bharat / bharat

Rozgar Mela: ଆଜି 51 ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, 10 ମାସରେ 5 ଲକ୍ଷଙ୍କୁ ମିଳିଛି ଚାକିରି

author img

By ETV Bharat Odisha Team

Published : Sep 26, 2023, 9:11 AM IST

ରୋଜଗାର ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ନିଯୁକ୍ତି ଆଶାୟୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ନେଇ ନିଯୁକ୍ତିମେଳା ଆୟୋଜନ କରୁଛନ୍ତି କେନ୍ଦ୍ର ସରକାର । ଅଧିକ ପଢ଼ନ୍ତୁ

Rozgar Mela
pm modi to distribute appointment letters to

ନୂଆଦିଲ୍ଲୀ: ଆଜି 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ନବମ ରୋଜଗାର ମେଳା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ 51,000 ନିବନଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ସମଗ୍ର ଦେଶରେ 46ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯିବ । ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍‌ ଏବଂ ଆକାଉଣ୍ଟସ ବିଭାଗ, ଆଣବିକ ଶକ୍ତି ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ଗତ 10 ମାସରେ 5 ଲକ୍ଷଙ୍କୁ ଚାକିରି ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ।

  • Prime Minister Narendra Modi to distribute about 51,000 appointment letters to newly inducted recruits in Government departments and organisations, under Rozgar Mela through video conferencing today. Prime Minister will also address these appointees on the occasion: PMO

    (file… pic.twitter.com/3DJdCIkybV

    — ANI (@ANI) September 26, 2023 " class="align-text-top noRightClick twitterSection" data=" ">

ରୋଜଗାର ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସଶକ୍ତ କରିବା ନେଇ ନିଯୁକ୍ତିମେଳା ଆୟୋଜନ କରୁଛନ୍ତି କେନ୍ଦ୍ର ସରକାର । କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍‌ ପଢ଼ିସାରିବା ପରେ ଏହି ନବନିଯୁକ୍ତ କର୍ମଚାରୀଙ୍କ ଅଭିଜ୍ଞତାକୁ ଏହି ରୋଜଗାର ମେଳା ଅବସରରେ ମଧ୍ୟ ସେୟାର କରାଯିବ । କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍‌ ହେଉଛି ଏକ ଅନ୍‌ଲାଇନ୍‌ ଓରିଏଣ୍ଟେସନ(ତାଲିମ) ପାଠ୍ୟକ୍ରମ ଏବଂ ଏହା ବିଭିନ୍ନ ବିଭାଗରେ ସମସ୍ତ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରହିଛି । 2022 ମସିହା ଅକ୍ଟୋବରରେ ଆରମ୍ଭ ହୋଇଥିଲା ରୋଜଗାର ମେଳା । 10 ମାସରେ 8ଟି ରୋଜଗାର ମେଳା ଅଧୀନରେ 5 ଲକ୍ଷଙ୍କୁ ସରକାରୀ ଚାକିରି ମିଳିଛି ।

ଏହା ବି ପଢନ୍ତୁ...Rozgar Mela: ବମ୍ପର ନିଯୁକ୍ତି, ଦିନକରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ ମାସ 28 ତାରିଖରେ ଦେଶରେ 51 ହଜାର 106 ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଥିଲେ ଏହି କର୍ମଚାରୀ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ (CAPF) ନିଯୁକ୍ତି ପାଇଥିବା ଯବାନଙ୍କୁ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବଣ୍ଟା ଯାଇଥିଲା । ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.