ETV Bharat / bharat

୮ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠିତ, ଗୃହ ବିଭାଗ କମିଟିରେ ପି ଚିଦାମ୍ବରମ ସାମିଲ

author img

By ETV Bharat Odisha Team

Published : Aug 29, 2023, 1:52 PM IST

୮ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠିତ
୮ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠିତ

୮ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠିତ । ଗୃହ ବିଭାଗ କମିଟିରେ ପି ଚିଦାମ୍ବରମଙ୍କୁ ନିଯୁକ୍ତ କଲେ ରାଜ୍ୟସଭା ଅଧ୍ୟକ୍ଷ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁର୍ନଗଠନ କରିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ପରାମର୍ଶ କରି ଷ୍ଟାଣ୍ଡିଂ କମିଟି ପୁର୍ନଗଠନ ସହ କଂଗ୍ରେସର ବରିଷ୍ଠ ରାଜ୍ୟସଭା ସାଂସଦ ପି ଚିଦାମ୍ବରମଙ୍କୁ ୩୧ ଜଣିଆ ଗୃହ ବିଭାଗ କମିଟିରେ ନିଯୁକ୍ତ କରିଛନ୍ତି । ଏନେଇ ଆଜି(ମଙ୍ଗଳବାର) ସଂସଦ ଉଚ୍ଚ ସଦନ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସର ପି. ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଚିଦାମ୍ବରମଙ୍କୁ ଏଥିରେ ସାମିଲ କରାଯାଇଛି ।

ବର୍ତ୍ତମାନ ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ବ୍ରିଟିଶ ଅମଳର ଭାରତୀୟ ଦଣ୍ଡ ସଂହିତା ଆଇନ(IPC)୧୮୬୦, ଭାରତୀୟ ସାକ୍ଷ୍ୟବିଧି ଆଇନ, ୧୮୭୨ ଏବଂ ଭାରତୀୟ ନ୍ୟାୟ ସଂହିତା(CrPC) ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ କରିବା ପାଇଁ ତିନୋଟି ପ୍ରସ୍ତାବିତ ବିଲ୍ ଉପରେ ଆଲୋଚନା କରୁଥିବା ବେଳେ ଏଥିରେ ଚିଦାମ୍ବରଙ୍କୁ ସ୍ଥାନ ମିଳିଛି । ଅଗଷ୍ଟ ୧୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଏହି ଆଇନ ବ୍ୟବସ୍ଥା ହଟାଇବା ପାଇଁ ସଂସଦରେ ୩ଟି ବିଲ୍ ଆଗତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Justice instead of Punishment: ଲୋକସଭାରେ ୩ ବିଲ୍‌ ଆଗତ, ଉଚ୍ଛେଦ ହେବ ବ୍ରିଟିଶ ଅମଳର ଆଇନ

ତେବେ କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପୂର୍ବରୁ ବିଜେପି ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ବାଧୀନ ଗୃହ ବିଭାଗ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି । ଏହାବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । କହିରଖୁଛୁ କି, ମୋଟ ୨୪ଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ରହିଛି । ପ୍ରତି କମିଟିରେ ୩୧ ସଦସ୍ୟ ଅଛନ୍ତି । ସେଥିମଧ୍ୟରୁ ଲୋକସଭାର ୨୧ ଜଣ ଓ ରାଜ୍ୟସଭାରେ ୧୦ ଜଣ ସଦସ୍ୟ ରହିଛନ୍ତି । ଆଇଟି, ପ୍ରତିରକ୍ଷା, ଗୃହ, ବୈଦେଶିକ ବିଭାଗ, ଅର୍ଥ ଓ ସ୍ବାସ୍ଥ୍ୟ ଇତ୍ୟାଦି ପ୍ରମୁଖ ୬ଟି ସଂସଦୀୟ କମିଟିର ଅଧ୍ୟକ୍ଷ ବିଜେପି ଓ ଏହାର ସହଯୋଗୀ ଅଟନ୍ତି ।

ରାଜ୍ୟସଭା ପକ୍ଷରୁ ଅଗଷ୍ଟ ୨୮ରେ ଜାରି ନୋଟିଫିକେସନରେ କୁହାଯାଇଛି, ରାଜ୍ୟସଭା ଅଧ୍ୟକ୍ଷ ୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁର୍ନଗଠନ ପାଇଁ ଲୋକସଭା ବାଚସ୍ପତିଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Haryana: A ଓ B ବର୍ଗ ସରକାରୀ ଚାକିରିରେ ପଦନ୍ନୋତି ପାଇଁ ଅନୁସୂଚିତ ଜାତିବର୍ଗକୁ 20% ସଂରକ୍ଷଣ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.