ETV Bharat / bharat

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ସାକେତ ଗୋଖଲେ

author img

By

Published : Jan 26, 2023, 9:24 AM IST

ମନି ଲଣ୍ଡରିଂ ମାମଲାରେ ଟିଏମସି ନେତା ସାକେତ ଗୋଖଲେଙ୍କୁ ଗିରଫ କଲା ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ed arrested tmc leaders Saket Gokhale
ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ସାକେତ ଗୋଖଲେ

ନୂଆଦିଲ୍ଲୀ: ପୁଣି ଥରେ ଗିରଫ ହେଲେ ଟିଏମସି ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବୁଧବାର ଗିରଫ କରିଥିବା ସୂଚନା ମିଳିଛି । ସାକେତ ଗୋଖଲେ ଦାନ ମାଧ୍ୟମରେ ସଂଗୃହିତ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହା କ୍ରାଉଡ ଫଣ୍ଡିଂ ମାଧ୍ୟମରେ ସଂଗ୍ରହ କରାଯାଇଥିଲା । ସଂଗୃହିତ ପାଣ୍ଠିକୁ ସାକେତ ଗୋଖଲେ ମଦ, ଓ୍ବାଇନ ଓ ବଜାର କାରବରରେ ଲଗାଇଥିବା ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି ।

2019 ରୁ 2021 ମଧ୍ୟରେ ସାକେଟ ଗୋଖଲେ ଜଣେ ଆରଟିଓ କାର୍ଯ୍ୟକର୍ତ୍ତା ତଥା ସାମାଜିକ କର୍ମୀ ବୋଲି ଦାବି କରିଥିଲେ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଆରଟିଆଇ ଅଧିନିୟମ ଅନୁଯାୟୀ ତଥ୍ୟ ସଂଗ୍ରହ କରିଥିଲେ । ସାମାଜିକ ସେବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ଥିଲା । ଏଥିପାଇଁ ସେ ଜନସାଧାରଣଙ୍କୁ କ୍ରାଉଡ ଫଣ୍ଡ ମାଧ୍ୟମରେ ଆର୍ଥିକ ସହାୟତା କରିବାକୁ କହିଥିଲେ । ଏନେଇ ଗୁଜୁରାଟ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଥିବା ବେଳେ ଏହାକୁ ଆଧାର କରି ଇଡି ଗତକାଲି ତାଙ୍କୁ ଗିରଫ କରିଥିଲା ।

କ୍ରାଉଡ ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ପାଇବାକୁ ସେ ଆଓ୍ବାର ଡେମୋକ୍ରାସି ଡଟ୍‌ ଇନ ଅନୁଷ୍ଠାନ ନାମରେ ଏକ ଫେକ୍‌ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ । ଯାହା ମାଧ୍ୟମରେ ସେ ଜିଆଣ୍ଟ ଟ୍ରି ଟେକ୍ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀ ମାଧ୍ୟମରେ ଅର୍ଥ ସଂଗ୍ରହ କରିଥିଲେ । ଏହାପରେ ସେହି ଅର୍ଥକୁ ସେ ବ୍ୟକ୍ତିଗତ କାମରେ ଲଗାଇଥିଲେ ।

ଇଡିର ସୂଚନା ଅନୁଯାୟୀ, ସାକେତ ଗୋଖଲେ ଅନଲାଇନ୍ ପ୍ଲାଟଫର୍ମ "ଆଓ୍ବାର ଡେମୋକ୍ରାସି ଡଟ ଇନ୍" ଏବଂ "ରେଜରପେ" ମାଧ୍ୟମରେ 80 ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ । ସେ ଫାଇଟ ୱିଥ୍ ଆରଟିଆଇ, ସାକେତ ଭରସେସ ମୋଦି ଏବଂ ଜଷ୍ଟିସ୍ ଫର ସୁହାସ ନାମକ କ୍ୟାମ୍ପେନ ଅନଲାଇନ୍ ପ୍ଲାଟଫର୍ମ ଆଓ୍ବାର ଡେମେକ୍ରାସି ଡଟ ଇନରେ ୱେବସାଇଟ୍‌ ଚଳାଇଥିଲେ । 2019ରୁ 2021 ମଧ୍ୟରେ କ୍ରାଉଡ଼ ଫଣ୍ଡିଂ ମାଧ୍ୟମରେ ସାଧାରଣ ଜନତାଙ୍କଠାରୁ ସେ ପାଣ୍ଠି ସଂଗ୍ରହ କରିଥିଲେ । ଅନେକ ସମୟରେ 23.54 ଲକ୍ଷ ଟଙ୍କା ନଗଦ ଜମା କରାଯାଇବା ଇଡି କହିଛି ।

ଗତକାଲି ଗୁଜୁରାଟରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଏହାପୂର୍ବରୁ ଗତ ଡିସେମ୍ବର ମାସରେ ତିନି ଥର ଗିରଫ ହୋଇଥିଲେ ସାକେତ ଗୋଖଲେ । ମୋରବୀ ବ୍ରିଜ ଭୁଶୁଡିବା ଘଟଣାରେ ବିବାଦୀୟ ଟ୍ବିଟ୍ ପାଇଁ ତାଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.