ETV Bharat / bharat

ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ EC

author img

By

Published : Nov 28, 2022, 7:15 AM IST

EC
EC

ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ ଘଟଣା । 15 ଲକ୍ଷ ସହାୟତା ରାଶି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(Election Commission of India)। ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ପୋରବନ୍ଦରରେ ନିର୍ବାଚନ ଡ୍ୟୁଟିରେ ରହିଥିବାବେଳେ 2 ଯବାନଙ୍କ ମୃତ୍ୟୁ ଘଟଣା । ସହାୟତା ରାଶି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(Election Commission of India) । 2 ଯବାନଙ୍କ ପରିବାରକୁ 15 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି(EC Announces EX Gratia to Kin of Two CRPF jawans )। ରବିବାର ଏନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମୃତ ଦୁଇ ଯବାନ ମଣିପୁର ବାସିନ୍ଦା ହୋଇଥିବା ବେଳେ ନାମ ଥୋଏବାସିଂ, ଜିତେନସିଂ ଖୁମାନଥେମ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଏନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, "ନଭେମ୍ବର 26 ତାରିଖ ସନ୍ଧ୍ୟା ପ୍ରାୟ 7 ସମୟରେ ଗୁଜୁରାଟ ପୋରବନ୍ଦରରେ ମୁତୟନ ଭାରତୀୟ ରିଜର୍ଭ ବଟାଲିୟନ (ଆଇଆରବି) ଯବାନଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଦୁଇ ଯବାନ ଥୋଏବାସିଂ ଏବଂ ଜିତେନସିଂ ଖୁମାନଥେମଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଆଉ ଦୁଇ ଯବାନ ଲିମାପୋକପାମ ସୁରଜିତସିନ୍ ଏବଂ ରୋହିକାନ୍ତ ମିତେଇ ଆହତ ହୋଇଥିଲେ । ଏନେଇ ପୋଲିସ୍ ଅଧୀକ୍ଷକ, ପୋରବନ୍ଦର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତ ଯବାନଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଡ୍ୟୁଟି ସମୟରେ ଯବାନଙ୍କୁ ଗୁଳି ମାରିଲେ ଯବାନ, 2 ମୃତ

ସୂଚନାଅନୁସାରେ, ଶନିବାର ଡ୍ୟୁଟି ସରିବା ପରେ ଯବାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଜଣେ ଯବାନ ଏକେ-୫୬ ରାଇଫଲରୁ ଗୁଳି ଚାଳନା କରିଥିଲେ । ଫଳରେ ୨ ଜଣ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ 2 ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାକୁ ଜାମନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.