ETV Bharat / bharat

ନିର୍ବାଚନ ଡ୍ୟୁଟି ସମୟରେ ଯବାନଙ୍କୁ ଗୁଳି ମାରିଲେ ଯବାନ, 2 ମୃତ

author img

By

Published : Nov 26, 2022, 10:56 PM IST

ନିର୍ବାଚନ ଡ୍ୟୁଟିରେ ବଚସା ପରେ ପରସ୍ପରକୁ ଗୁଳି ଚଳାଇଲେ ଯବାନ । 2 ଯବାନ ମୃତ, ଦୁଇ ଆହତ । ଅଧିକ ପଢନ୍ତୁ

ନିର୍ବାଚନ ଡ୍ୟୁଟିରେ ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ: 2 ମୃତ
ନିର୍ବାଚନ ଡ୍ୟୁଟିରେ ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ: 2 ମୃତ

ଗାନ୍ଧୀନଗର: ଗୁଜୁରାଟ ପୋରବନ୍ଦରରେ ନିର୍ବାଚନ ଡ୍ୟୁଟିରେ ମୁତୟନ ଥିବା IRB ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ ଘଟିଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଥିବା ସହ ଅନ୍ୟ କିଛି ସାଥୀ ଯବାନ ମଧ୍ୟ ଆହତ ହୋଇଛନ୍ତି । କୌଣସି କାରଣରୁ IRB ରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଦୁଇ ଯବାନଙ୍କ ମଧ୍ୟରେ ପ୍ରଥମେ ବଚସା ହେବା ପରେ ପରସ୍ପର ଉପରକୁ ଉଭୟ ଗୁଳି ଚଳାଇଥିଲେ । ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ଏହି ସଂଘର୍ଷରେ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଉଭୟ ଆହତଙ୍କର ପୋରବନ୍ଦରର ଏକ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇ ମୃତ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ମଣିପୁର ବାଟାଲିୟନର ବୋଲି ପ୍ରାଥମିକ ଭାବେ ଜଣାପଡିଛି ।ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.