ETV Bharat / bharat

DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ଆର୍ଯ୍ୟଭଟ୍ଟ ପୁରସ୍କାର

author img

By

Published : Oct 10, 2021, 4:17 PM IST

DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ମିଳିଲା ଆର୍ଯ୍ୟଭଟ୍ଟ ପୁରସ୍କାର
DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ମିଳିଲା ଆର୍ଯ୍ୟଭଟ୍ଟ ପୁରସ୍କାର

ଭାରତର ମହାକାଶ ଭ୍ରମଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ସମ୍ମାନଜନକ ଆର୍ଯ୍ୟଭଟ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତର ମହାକାଶ ଭ୍ରମଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ DRDO ଚେୟାରମ୍ୟାନ୍ ଡ. ଜି ସତୀଶ ରେଡ୍ଡୀଙ୍କୁ ମିଳିଛି ସମ୍ମାନଜନକ ଆର୍ଯ୍ୟଭଟ୍ଟ ପୁରସ୍କାର । ଶନିବାର ବେଙ୍ଗାଲୁରୁର UR Rao ସାଟେଲାଇଟ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ଜ୍ୟୋତିର୍ବିଜ୍ଞାନ ସୋସାଇଟି ଅଫ୍ ଇଣ୍ଡିଆ (ASI) ପକ୍ଷରୁ ପ୍ରଦାନ କରାଯାଇଛି ।

ସତୀଶ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ(DDR&D)ର ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଉନ୍ନତ ଆଭିଓନିକ୍ସ(ବିମାନ ଚଳାଚଳ ପାଇଁ ପ୍ରୟୋଗ କରାଯାଉଥିବା ଇଲେକ୍ଟ୍ରୋନିକ୍ସ), ନାଭିଗେସନ୍ ଏବଂ ମିସାଇଲ୍ ଟେକ୍ନୋଲୋଜିର ଆଦି କ୍ଷେତ୍ରରେ ତାଙ୍କର ପ୍ରଗାଢ ଜ୍ଞାନ ରହିଛି । ଜଟିଳ ପ୍ରତିରକ୍ଷା ଟେକ୍ଲୋଲୋଜି ଆଦି ନିର୍ମାଣ କରିବାରେ ସେ ଭାରତକୁ ଆତ୍ମନିର୍ଭରଶୀଳ ବନାଇପାରିଛନ୍ତି । ଏହି ସମସ୍ତ କ୍ଷେତ୍ରରେ ତାଙ୍କର ବହୁତ ଅବଦାନ ରହିଛି ।

ସେ ଏକ ଅନୁଷ୍ଠାନ ନିର୍ମାଣକାରୀ, ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଧରଣର ବିକାଶ ଏବଂ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ଯାନ୍ତ୍ରିକ କୌଶଳ ସ୍ଥାପନ କରିଛନ୍ତି । ତାଙ୍କର ନିରନ୍ତର ଉଦ୍ୟମ କାରଣରୁ ଏକାଡେମିକ୍ ପ୍ରତିଷ୍ଠାନଗୁଡିକରେ ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣାର ସ୍ତର ବୃଦ୍ଧି ପାଇଛି ଏବଂ ଉନ୍ନତ କୌଶଳରେ ନିର୍ମିତ ଟେକ୍ନୋଲୋଜିର ବ୍ୟବହାରକୁ ତ୍ବରାନ୍ବିତ କରିଛି ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.