ETV Bharat / bharat

ସର୍ଜରୀ ପରେ ମହିଳାଙ୍କ ମୃତ୍ୟୁ, ନକଲି ଡାକ୍ତରକୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Nov 15, 2023, 11:04 PM IST

ଦିଲ୍ଲୀର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ ଜଣେ ନକଲି ଡାକ୍ତର ଗିରଫ
ଦିଲ୍ଲୀର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ ଜଣେ ନକଲି ଡାକ୍ତର ଗିରଫ

ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ, ୪ ଜଣ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଏଥିମଧ୍ୟରେ ଜଣେ ନକଲି ଡାକ୍ତର ଥିବା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ । ଦିଲ୍ଲୀର ଗ୍ରେଟର କୈଳାଶରେ ଥିବା ଏକ ବେସରକାରୀ ଚିକିତ୍ସାଳୟରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ । ଏହାପରେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନକଲି ଡାକ୍ତର ରହିଥିବା ସୂଚନା ଦେଇଛି । ପୂର୍ବରୁ ମଧ୍ୟ ବହୁଥର ଏହି ହସ୍ପିଟାଲ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି । ନକଲି ଡାକ୍ତର ଜଣକ ହେଉଛି ମହେନ୍ଦ୍ର ।

ସୂଚନା ଅନୁସାରେ ଗତ ସପ୍ତାହରେ ଜଣେ ମହିଳା ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଗ୍ରେଟର କୈଳାଶରେ ଥିବା ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଅସ୍ତ୍ରୋପଚାର ପରେ ଉକ୍ତ ମହିଳାଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ .....ପୋଲିସ କବଜାରେ ନକଲି ଡାକ୍ତର, ଅନ୍ୟ ଜଣେ ଫେରାର

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ପୂର୍ବରୁ ଏହି ହସ୍ପିଟାଲ ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ଅଧିକ ତଦନ୍ତ କରିଥିଲା । ଏହାପରେ ଗତକାଲି(ମଙ୍ଗଳବାର) ପୋଲିସ ଉକ୍ତ ହସ୍ପିଟାଲରେ ଚଢାଉ କରି ୪ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା । ଗିରଫ ୪ ଜଣ ନକଲି ଡାକ୍ତର ହେଲେ ମହେନ୍ଦ୍ର, ନିରଜ ଅଗ୍ରୱାଲ ,ପୂଜା ଅଗ୍ରୱାଲ ଏବଂ ଜୟପ୍ରୀତ ବୋଲି ପୋଲିସ ସୂଚନା ଦେଇଛି । ମହେନ୍ଦ୍ର ଜଣେ ନକଲି ଡାକ୍ତର । ସେ ଜଣେ ବରିଷ୍ଠ ଡାକ୍ତରଙ୍କ ସହ ମିଶି କାମ କରୁଥିଲା । ସେଠାକୁ ସେ କିଛି ଅସ୍ତ୍ରପୋଚାର ଶିଖିବା ପରେ ଏକ ନକଲି ଏମିବିବିଏସ ପ୍ରମାଣ ପତ୍ର ତିଆରି କରି ଚିକିତ୍ସା ଆରମ୍ଭ କରିଥିଲା । ଯାହାଫଳରେ ଲୋକମାନେ ମୃତ୍ୟୁମୁଖରେ ପଡୁଥିଲେ । ଏହାପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ଏହା ପୂର୍ବରୁ ୨୦୨୨ ମସିହାର ହୋଇଥିବା ଏକ ମାମଲାର ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ବର୍ଷ ଜଣେ ଗର୍ଭବତୀଙ୍କ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହା ପରେ ମୃକତଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.