ETV Bharat / state

ପୋଲିସ କବଜାରେ ନକଲି ଡାକ୍ତର, ଅନ୍ୟ ଜଣେ ଫେରାର

author img

By ETV Bharat Odisha Team

Published : Nov 6, 2023, 7:34 PM IST

ନିରୀହ ଲୋକଙ୍କ ଜୀବନ ସହ ଖେଳ ହେଲା କାଳ । ପୋଲିସ ହାତରେ ବନ୍ଧା ହେଲେ ନକଲି ଡାକ୍ତର । ଅନ୍ୟ ଜଣେ ନକଲି ଡାକ୍ତର ବାବୁ ଚମ୍ପଟ । ଅଧିକ ପଢ଼ନ୍ତୁ

ନକଲି ଡାକ୍ତର ଗିରଫ
ନକଲି ଡାକ୍ତର ଗିରଫ

ନକଲି ଡାକ୍ତର ଗିରଫ

ଢେଙ୍କାନାଳ: ନିରୀହ ଲୋକଙ୍କ ଜୀବନ ସହ ଖେଳ ହେଲା କାଳ । ପୋଲିସ ହାତରେ ବନ୍ଧା ହେଲେ ନକଲି ଡାକ୍ତର । ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀ ସେବା କରିବା ଆଳରେ ଲୋକଙ୍କୁ ଠକି ବେପାର ଚଳାଇଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ଢେଙ୍ଗାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ପୋଲିସ ।

ଢେଙ୍କାନାଳ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ କିଛି ନକଲି ଡାକ୍ତର ଆଦିବାସୀ ନିରୀହ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ କଲିକତାର ରାକେଶ ବିଶ୍ୱାସ ନାମକ ଜଣେ ଯୁବକ ବିନା ଡାକ୍ତରୀ ପଢ଼ାରେ କଙ୍କଡାହାଡ ବ୍ଲକ କେରଜୁଳି ଗ୍ରାମରେ କ୍ଲିନିକ କରି ସ୍ୱାସ୍ଥ୍ୟ ସେବା କରୁଥିବା ଦେଖୁବାକୁ ମିଳିଥିଲା । ଏହି ଅଞ୍ଚଳରେ ଅନେକ ଦିନ ଧରି ସେ ଲୋକଙ୍କୁ ଚିକିତ୍ସା କରୁଥିଲେ । ନିଜେ ଔଷଧ ଠାରୁ ଆରମ୍ଭ କରି ଇଞ୍ଜେକ୍ସନ ମଧ୍ୟ ଦେଉଥିଲେ । ଏହି ଖବର ସାଧାରଣରେ ପ୍ରଚାର ହେବାପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗତକାଲି (ରବିବାର) ସେହି ନିର୍ଦ୍ଦିଷ୍ଟ କ୍ଲିନିକକୁ ଯାଇ ଯାଞ୍ଚ କରିବା ସହ ନକଲି ଡାକ୍ତରକୁ ଗିରଫ କରିଛନ୍ତି । ତେବେ ନକଲି ଡାକ୍ତର ସାଜିଥିବା ଯୁବକ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟପଟେ ଢେଙ୍କାନାଳର ରୋଡ଼ଙ୍ଗ ଗାଁରେ ଅନ୍ୟ ଜଣେ ନକଲି ଡାକ୍ତର ସ୍ୱାସ୍ଥ୍ୟ ସେବା କରୁଥିବା ନେଇ ଖବର ପାଇଥିଲା ପୋଲିସ । ତେବେ ପୋଲିସ ସେଠାରେ ପହଞ୍ଚିବା ବଳେକୁ ନକଲି ଡାକ୍ତର ବାବୁ ଜଣକ ଚମ୍ପଟ ମାରିଥିଲେ । ଏନେଇ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି ଯେ, ଅଟକ ଥିବା ଯୁବକ କେଉଁ ଆଧାରରେ କ୍ଲିନିଙ୍ଗ କରି ସ୍ୱାସ୍ଥ୍ୟ ସେବା କରୁଛନ୍ତି ଏହାର ସମସ୍ତ ତଥ୍ୟ ମଗାଯାଇଛି । ତଥ୍ୟ ଆସିଲା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହା ଆଦିବାସୀ ଅଞ୍ଚଳ ହୋଇଥିବାରୁ ଅଧିକ ଜନ ସଚେତନତାର ଆବଶ୍ୟକତା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲ୍ଲିପ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....Fake Doctor Arrested : ଗୁଗୁଲରୁ ଦେଖି ଔଷଧ ଦେଉଥିଲେ ଡାକ୍ତର, ବାନ୍ଧିଲା ପୋଲିସ

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବେଆଇନ କ୍ଲିନିକ ଚଳାଉଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା ଦିଗପହଣ୍ଡି ପୋଲିସ । ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ବାବୁଲ କ୍ଲିନିକରେ ଚଢାଉ କରାଯାଇଥିଲା । ସାନଖେମୁଣ୍ଡି ସମେତ କଟକ ରାଣୀହାଟ ଅଞ୍ଚଳରେ ପଲି କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ରାଣୀହାଟ କ୍ଲିନିକ ଏବଂ ସାନଖେମୁଣ୍ଡିର ଘରୋଇ କ୍ଲିନିକରେ ଛାନଭିନ କରିଥିଲା । ଏହି ସମୟରେ ଜଣେ ନକଲି ଡାକ୍ତରକୁ ଗିରଫ କରାଯାଇଥିଲା । ଗିରଫ ନକଲି ଡାକ୍ତର ଜଣକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣା ପଡ଼ିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.