ETV Bharat / bharat

ହନିଟ୍ରାପରେ DRDOର ବରିଷ୍ଠ ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ତଥ୍ୟ, ବାନ୍ଧିଲା ATS

author img

By

Published : May 4, 2023, 10:50 PM IST

ହନିଟ୍ରାପରେ DRDOର ବରିଷ୍ଠ ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ତଥ୍ୟ, ବାନ୍ଧିଲା ATS
ହନିଟ୍ରାପରେ DRDOର ବରିଷ୍ଠ ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ତଥ୍ୟ, ବାନ୍ଧିଲା ATS

ହନିଟ୍ରାପରେ DRDO ର ରିସର୍ଚ୍ଚ ଶାଖାର ନିର୍ଦ୍ଦେଶକ । ପାକିସ୍ତାନୀ ମହିଳାଙ୍କ ଜରିଆରେ ଦେଇଛନ୍ତି ଗୁପ୍ତ ତଥ୍ୟ । ଗିରଫ କରି ତଦନ୍ତ ଆରମ୍ଭ କଲା ମୁମ୍ବାଇ ଏଟିଏସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହନିଟ୍ରାପରେ ପ୍ରତିରକ୍ଷା ଗବେଷଣ ଓ ବିକାଶ ସଂଗଠନ (DRDO)ର ବରିଷ୍ଠ ବୈଜ୍ଞାନିକ । ଜଣେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଯୋଗାଇଥିବା ଅଭିଯୋଗରେ DRDO ରିସର୍ଚ୍ଚ ବଡିର ନିର୍ଦ୍ଦେଶକ ପ୍ରଦୀପ କୁରୁଲକରଙ୍କୁ ମୁମ୍ବାଇ ଏଟିଏସ ଗିରଫ କରିଛି । ପ୍ରଦୀପ ଏବେ DRDO ର ରିସର୍ଚ୍ଚର ବିଭାଗର ଲ୍ୟାବ ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି । ତେବେ ତାଙ୍କ କାର୍ଯ୍ୟକାଳ ଆଉ 6 ମାସ ଥିବା ବେଳେ ସେ ଜଣେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଏବେ ଏଟିଏସ ଓ ପୁଣେ ପୋଲିସ ଆରମ୍ଭ କରିଛି । ଦେଶର ସର୍ବୋଚ୍ଚ ପ୍ରତିରକ୍ଷା ସଂସ୍ଥାନର ଜଣେ ବିଭାଗୀୟ ମୁଖ୍ୟ ଶତ୍ରୁ ଦେଶ ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ସୂଚନା ମିଳିବା ପରେ ଏବେ ସାରା ଦେଶରେ ଚିନ୍ତା ବଢିଛି ।

ଆତଙ୍କବାଦ ନିରୋଧୀ ସ୍କ୍ବାଡ (ATS) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ କୁରୁଲକର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହ ଗତ କିଛି ମାସ ଧରି ସମ୍ପର୍କରେ ଅଛନ୍ତି । ମୋବାଇଲ କଲ ଓ ଏକାଧିକ ସୋସିଆଲ ମିଡିଆ ଫର୍ମାଟରେ ସେ ତାଙ୍କ ସହ ଯୋଗାଯୋଗ କରିଛନ୍ତି । ଗତ 6 ମାସରୁ ଅଧିକ ହେବ ସେ ଏହି ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିବା ସୂଚନା ମିଳିଛି । ମେ’ 3 ତାରିଖରେ ସେ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମୟରେ ମଧ୍ୟ ଏହି ବିଦେଶୀ ମହିଳାଙ୍କ ସହ ଭଏସ ଓ ଭିଡିଓ କଲରେ କଥା ମଧ୍ୟ ହୋଇଛନ୍ତି । ତାଙ୍କ ସହ ସମ୍ପର୍କରେ ଥିବା ମହିଳା ପାକିସ୍ତାନୀ ଇଣ୍ଟେଲଜେନ୍ସି ଅପରଟେଭି (PIO) ସହ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗତ କିଛି ତଳେ କୁରୁଲକର ଏଟିଏସ ରାଡାରକୁ ଆସିଥିଲେ । ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କର ମୋବାଇଲ, କମ୍ପ୍ୟୁଟର ଓ କାର୍ଯ୍ୟାଳୟର ସମସ୍ତ ଇଲୋକ୍ଟ୍ରୋନିକ୍ସ ସରଞ୍ଜାମକୁ ଏଟିଏସ ଜବତ କରିବା ସହ ଫୋରେନସିକ ଲ୍ୟାବକୁ ପଠାଇଛି ।

ସେ କେବେ ଠାରୁ ଓ କିପରିି ଏହି ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଆସିଲେ । କେଉଁ ଉପାୟରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇଛି । କ‘ଣ ସବୁ ବାର୍ତ୍ତା ଓ ତଥ୍ୟ ଉଭୟଙ୍କ ମଧ୍ୟରେ ବିନିମୟ ହୋଇଛି, ସେ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏଟିଏସ ପ୍ରକ୍ରିୟା ଆରମ୍ଭ କରିଛି । ତାଙ୍କ ବିରୋଧରେ ପୁଣେର କାୱାଚୌକି ପୋଲିସ ଷ୍ଟେସନରେ ସରକାରୀ ଗୋପନୀୟତା ଅଧିନିୟମ-1923 (Government Secrets Act 1923) ଅନୁସାରେ ଧାରା 05 (1) (a), 05 (1) (c), 05 (1) (d) ରେ ମାମଲା ରୁଜୁ ହୋଇଛି । ଜଣେ ଉଚ୍ଚପଦସ୍ତ ପ୍ରତିରକ୍ଷା ବୈଜ୍ଞାନିକ ହନିଟ୍ରାପରେ ଶିକାର ହୋଇଥିବା ଘଟଣା ଏବେ ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.