ETV Bharat / bharat

କଟକଣା କଡାକଡି କଲା DGCA, ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

author img

By

Published : Aug 18, 2022, 6:49 AM IST

କଟକଣା କଡାକଡି କଲା DGCA: ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ
କଟକଣା କଡାକଡି କଲା DGCA: ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ବିମାନ ଯାତ୍ରା ପୁଣି କଟକଣା କଡାକଡି କଲା DGCA । ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: DGCAର ନୂଆ ଗାଇଡଲାଇନ । ବିମାନ ଯାତ୍ରା ପାଇଁ ପୁଣି ଲାଗୁ ହେଲା କଟକଣା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛି । ବିମାନ ବନ୍ଦର ଓ ବିମାନରେ ବସିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗାଇଡ ଲାଇନକୁ କଡାକଡି ପାଳନ କରିବା ପାଇଁ ବିମାନ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିବୃତ୍ତି ଜରିଆରେ DGCA ପକ୍ଷରୁ କୁହାଯାଇଛି, କୋଭିଡ-୧୯ ପ୍ରୋଟୋକଲ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଜାଣିବା ପାଇଁ ଏହା ଦେଶବ୍ୟାପୀ ବିମାନରେ ଯାଞ୍ଚ କରିବ ।

ଯେପରି ସମସ୍ତ ବିମାନ ଯାତ୍ରୀ ଯାତ୍ରା ସମୟରେ ଠିକ୍ ଭାବେ ମାସ୍କ ପିନ୍ଧିବେ ଏବଂ ବିମାନ ବନ୍ଦର ଓ ବିମାନଙ୍କୁ ଉପଯୁକ୍ତ ସାନିଟାଇଜେସନ କରାଯିବ ତାହା ସୁନିଶ୍ଚିତ କରିବାକୁ ଗାଇଡଲାଇନରେ କୁହାଯାଇଛି । ଯଦି କୌଣସି ଯାତ୍ରୀ କଟକଣା ନ ମାନନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା କଟକଣାକୁ ଗୁରୁତ୍ବ ଦିଆଯାଇ ବିମାନ ବନ୍ଦର ଓ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରକାଶଥାଉକି, ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ତଳେ ରହିଛି । ବୁଧବାର ଦେଶବ୍ୟାପୀ ୯,୦୬୨ଟି ନୂଆ ମାମଲା ଚିହ୍ନଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.