ETV Bharat / bharat

6650 କର୍ମଚାରୀଙ୍କୁ ଛଟେଇ କରିବ Dell

author img

By

Published : Feb 6, 2023, 9:56 PM IST

Updated : Feb 7, 2023, 11:03 AM IST

6650 କର୍ମଚାରୀଙ୍କୁ ଛଟେଇ କରିବ Dell
6650 କର୍ମଚାରୀଙ୍କୁ ଛଟେଇ କରିବ Dell

ଖର୍ଚ୍ଚ ହ୍ରାସ କରିବା ପାଇଁ 6650 କର୍ମଚାରୀଙ୍କୁ ଛଟେଇ କରିବ Dell । ସେବା ନିିବୃତ୍ତ ହେବ କମ୍ପାନୀର ମୋଟ ମାନବ ସମ୍ବଳର 5 ପ୍ରତିଶତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜଣାଶୁଣା ହାର୍ଡଓ୍ବେର ମେକିଂ ଟେକ୍ନୋଟୋଜି କମ୍ପାନୀ ଡେଲ (Dell) 6650 କର୍ମଚାରୀଙ୍କୁ ଛଟେଇ କରିବ । ଆଜି (ସୋମବାର) ଏନେଇ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । କମ୍ପାନୀ ନିଜ ବୈଶ୍ବିକ ମାନବ ସମ୍ବଳର ମୋଟ 5 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବଜାରର ସ୍ଥିତିକୁ ଦେଖି କମ୍ପାନୀ ତାର ଖର୍ଚ୍ଚ ହ୍ରାସ କରିବାକୁ ଯୋଜନା କରିଛି । ଫଳରେ ପ୍ରଥମେ ମାନବ ସମ୍ବଳ ହ୍ରାସ କରିବାକୁ ସଂସ୍ଥା ନିଷ୍ପତ୍ତି ଗ୍ରହଣ କରିଛି ।

  • Dell Technologies Inc to cut about 6,650 jobs or 5% of its global workforce, as it struggles with a slump in the personal computer market: Reuters pic.twitter.com/tgZmTtCaXm

    — ANI (@ANI) February 6, 2023 " class="align-text-top noRightClick twitterSection" data=" ">

କମ୍ପାନୀର ସହ-ମୁଖ୍ୟ ପରିଚାଳନା ଅଧିକାରୀ ଜେଫ କ୍ଲାର୍କ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ସହ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖି କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କର୍ମଚାରୀଙ୍କୁ ମିଳୁଥିବା ପୂର୍ବ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ହ୍ରାସ କରାଯିବ । ବର୍ତ୍ତମାନ ସଂସ୍ଥା ପାଖରେ ସମଗ୍ର ବିଶ୍ବରେ ଥିବା ମାନବ ସମ୍ବଳର ମୋଟ 5 ପ୍ରତିଶତ ଅର୍ଥାତ 5650 କର୍ମଚାରୀଙ୍କୁ ସେବା ନିବୃତ୍ତ କରିବ ସଂସ୍ଥା । କମ୍ପାନୀର ପ୍ରବକ୍ତା ମଧ୍ୟ ନିଷ୍ପତ୍ତି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ କିଛି ବୈଶ୍ବିକ ସଂସ୍ଥା ସେମାନଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ କରିଥିବାର ନଜିର ରହିଛି । ଲୋକପ୍ରିୟ ସୋସିଆଲ ମିଡିଆ ଆପ ଟ୍ବିଟର ଓ ଫେସବୁକ ମଧ୍ୟ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ଖର୍ଚ୍ଚ ହ୍ରାସ କରିବା ପାଇଁ କର୍ମଚାରୀ ଛଟେଇ ପ୍ରକ୍ରିୟାକୁ ଆପଣାଇଥିଲେ । ମାଇକ୍ରୋ ବ୍ଲଗିଂ ଆପ୍‌ ଟ୍ବିଟର ନୂତନ ମାଲିକ ଏଲନ ମସ୍କଙ୍କ ମାଲିକାନକୁ ଯିବା ପରେ ଏହାର ମାନବ ସମ୍ବଳର ନିର୍ଦ୍ଦଷ୍ଟ ପ୍ରତିଶତ କର୍ମଚାରୀଙ୍କୁ ସେବା ନିବୃତ୍ତ କରିବା ପାଇଁ ଘୋଷଣା କରାଯାଇଥିଲା ।

ସେହିପରି ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇ ଖର୍ଚ୍ଚ କମ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳସ୍ବରୂପ ସଂସ୍ଥା ତାର ମାନବ ସମ୍ବଳରେ ହ୍ରାସ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏବେ ପ୍ରତିଷ୍ଠିତ ଟେକ୍ନୋଲୋଜି କମ୍ପାନୀ ତଥା ହାର୍ଡଓ୍ବେର ମେକର ଡେଲ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 7, 2023, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.