ETV Bharat / bharat

Rohini Court Blast: କୋର୍ଟରେ ବୈଜ୍ଞାନିକ ରଖିଥିଲେ ବୋମା, ହେପାଜତରେ ନେଲା ପୋଲିସ

author img

By

Published : Dec 18, 2021, 12:25 PM IST

Rohini court blast: କୋର୍ଟରେ ବୈଜ୍ଞାନିକ ରଖିଥିଲେ ବୋମା, ହେପାଜତରେ ନେଲା ପୋଲିସ
Rohini court blast: କୋର୍ଟରେ ବୈଜ୍ଞାନିକ ରଖିଥିଲେ ବୋମା, ହେପାଜତରେ ନେଲା ପୋଲିସ

ନୂଆଦିଲ୍ଲୀ ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା । ଅଭିଯୁକ୍ତ ବୈଜ୍ଞାନିକ କୋର୍ଟରେ ରଖିଥିଲେ ବୋମା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ଡିସେମ୍ବର ୯ ତାରିଖରେ ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ(Delhi rohini court)ରେ ହୋଇଥିଲା ବିସ୍ଫୋରଣ । ଏହି ଘଟଣାରେ ପୋଲିସ ଆଜି(ଶନିବାର) ଜଣେ ବୈଜ୍ଞାନିକଙ୍କୁ ହେପାଜତରେ (Rohini court blast scientist arrested) ନେଇଛି । ଏହି ବୈଜ୍ଞାନିକ ଜଣକ କୋର୍ଟ ରୁମ୍‌ରେ ବିସ୍ଫୋରକ ରଖିଥିବା ଜଣାପଡ଼ିଛି । ପୋଲିସ ବୈଜ୍ଞାନିକଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ(Four arrested in Rohini court blast) ଅଟକ ରଖିଛି ।

ଏହା ବି ପଢନ୍ତୁ: Blast Inside Rohini Court: ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ, ଜଣେ ଆହତ

କୋର୍ଟର ରୁମ ନଂ-୧୦୨ରେ ହୋଇଥିଲା ଏହି ଧମାକା । ଅଭିଯୁକ୍ତ ବୈଜ୍ଞାନିକ ଅଶୋକ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ଅଦାଲତରେ ହାଜର ହେବାକୁ ଥିବା ପଡ଼ୋଶୀଙ୍କୁ ହତ୍ୟା କରିବା ଯୋଜନା କରି ଏହି ବିସ୍ଫୋରକ ରଖିଥିଲେ । କିନ୍ତୁ ଏବେ ପୋଲିସ ତାଙ୍କୁ ପୁରା ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି । ଗତ ଡିସେମ୍ବର ୯ ତାରିଖରେ ହୋଇଥିବା ଏହି ବିସ୍ଫୋରଣ ଲ୍ୟାପଟପ୍‌ ବ୍ୟାଟେରୀ ଫାଟି ହୋଇଛି ବୋଲି ପ୍ରାଥମିକ ପର୍ଯ୍ୟାୟରେ କୁହାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏଠାରେ ବୋମା ବିସ୍ଫୋରଣ ଯୋଗୁଁ ହୋଇଛି ବୋଲି ଜଣାପଡ଼ିଥିଲା ।

କୋର୍ଟ ମଧ୍ୟରେ ଟିଫିନ ବୋମା ମାଧ୍ୟମରେ ଏହି ବିସ୍ଫୋରଣ କରାଯାଇଥିଲା । ତେବେ ରିମୋଟ ଜରିଆରେ କୋର୍ଟ ମଧ୍ୟରେ ଏହାର ବିସ୍ଫୋରଣ ହୋଇଥିଲା । ଏଥିରେ ଆହତ ହୋଇଥିବା ବେଳେ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଅମ୍ବେଡ଼କର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଥିଲା ।

ବିସ୍ଫୋରଣ ହୋଇଥିବା ଦିନ କୋର୍ଟରେ ହାଜର ହେବାକୁ ଥିବା ଲୋକଙ୍କୁ ବ୍ୟକ୍ତିଙ୍କ ସମ୍ପର୍କରେ ପଚରା ଯାଇଥିଲା । ଜଣେ ବ୍ୟକ୍ତି ଅଭିଯୁକ୍ତ ବୈଜ୍ଞାନିକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଅଭିଯୁକ୍ତ ବୈଜ୍ଞାନିକ ନିଜେ ବୋମାକୁ ପ୍ରସ୍ତୁତ କରିଥିବା ମଧ୍ୟ ଜଣାପଡ଼ିଛି । ଏହି ଘଟଣାରେ ବୈଜ୍ଞାନିକଙ୍କୁ ବୋମା ବିସ୍ଫୋରଣରେ ସାହାଯ୍ୟ କରିଥିବା ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.