ETV Bharat / bharat

Blast Inside Rohini Court: ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ, ଜଣେ ଆହତ

author img

By

Published : Dec 9, 2021, 4:55 PM IST

Updated : Dec 9, 2021, 10:54 PM IST

ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବିସ୍ପୋରଣ, ଜଣେ ଆହତ
ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବିସ୍ପୋରଣ, ଜଣେ ଆହତ

ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ । ଜଣେ ଆହତ ସୂଚନା । ଗତ ସେପ୍ଟେମ୍ବରରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ 3 ଜଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ ଘଟିଛି ( blast inside rohini court In Delhi) । ଆଜି (ଗୁରୁବାର) ପୂର୍ବାହ୍ନ ପ୍ରାୟ 10.40 ସମୟରେ ଏକ ସମାନ୍ୟ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ କାରଣ ଜଣାପଡିନଥିବା ବେଳେ ଏଥିର ଜଣେ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଏକ ଲ୍ୟାପଟପ କିମ୍ବା ଟିଫିନ ବୋମା ଦ୍ବାରା ଏହି ବିସ୍ଫୋରଣକୁ ରୂପ ଦିଆଯଆଇଥିବା ଅନୁମାନ କରୁଛି ଦିଲ୍ଲୀ ପୋଲିସ ।

ବିସ୍ଫୋରଣଟି କୋର୍ଟ ପରିସରରେ ଚାମ୍ବର ନଂ 102ରେ ଘଟିଥିବା ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ରଖିଛନ୍ତି ଉତ୍ତର ଦିଲ୍ଲୀର ଓକିଲ ସଂଘ ସମ୍ପାଦକ ଭିନିତ ଜିନ୍ଦଲ । ତେବେ ଏହି ଘଟଣାରେ ଜଣେ ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ କୋର୍ଟ ପ୍ରକ୍ରିୟା ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ସୁରକ୍ଷା ବଢାଯାଇଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଚଳିତବର୍ଷ ସେପ୍ଟେମ୍ବରରେ ମଧ୍ୟ ରୋହିଣୀ କୋର୍ଟ ପରିସରରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । କୋର୍ଟ ପରିସରରେ ଏପରି ହିଂସା ବାରମ୍ବାର ଘଟିବା ପରେ ଆଇନଜୀବୀମାନେ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 9, 2021, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.