ETV Bharat / bharat

12-18 ବର୍ଷୀୟ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି

author img

By

Published : Feb 15, 2022, 7:01 AM IST

12 ବର୍ଷରୁ 18 ବର୍ଷର ପିଲାଙ୍କ ପାଇଁ କୋରୋନା ଟିକା କୋର୍ବେଭାକ୍ସକୁ DCGI(Drugs controller general of india)ର ଅନୁମତି । ଗତ ସୋମବାର DCGIର ବିଶେଷଜ୍ଞ ସମିତି(SEC) କିଛି ସର୍ତ୍ତାବଳୀ ସହ ବାୟୋଲଜିକାଲ ଇ ଦ୍ବାରା ପ୍ରମାଣିତ କୋରୋନା ଟିକା କୋର୍ବେଭାକ୍ସର ବ୍ୟବହାର ପାଇଁ ସୁପାରିଶ କରିଛନ୍ତି। ଅଧିକ ପଢ଼ନ୍ତୁ

dcgi recommends covid-19 vaccine corbevax for 12 to 18year age group
12-18 ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି

ନୂଆଦିଲ୍ଲୀ: 12 ବର୍ଷରୁ 18 ବର୍ଷର ପିଲାଙ୍କ ପାଇଁ କୋରୋନା ଟିକା କୋର୍ବେଭାକ୍ସକୁ DCGI(Drugs controller general of india)ର ଅନୁମତି । ଗତ ସୋମବାର DCGIର ବିଶେଷଜ୍ଞ ସମିତି(SEC) କିଛି ସର୍ତ୍ତାବଳୀ ସହ ବାୟୋଲଜିକାଲ ଇ ଦ୍ବାରା ପ୍ରମାଣିତ କୋରୋନା ଟିକା କୋର୍ବେଭାକ୍ସର ବ୍ୟବହାର ପାଇଁ ସୁପାରିଶ କରିଛନ୍ତି। ତେବେ ଏହି ଟିକାର ସମୂର୍ଣ୍ଣ ଅନୁମତି ପାଇଁ DCGIକୁ ପଠାଯାଇଛି।

ସୂଚନା ଅନୁଯାୟୀ, 15ବର୍ଷରୁ କମ ପିଲାଙ୍କ ଟିକାକରଣ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ପୂର୍ବରୁ ବୟସ୍କଙ୍କ ପାଇଁ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରାଯାଇଛି | କିନ୍ତୁ ବର୍ତ୍ତମାନ ଟିକାକରଣରେ ଏହାକୁ ସାମିଲ କରାଯାଇନାହିଁ । କୋର୍ବେଭ୍ୟାକ୍ସ ଟିକାର ଦୁଇଟି ଡୋଜ 28 ଦିନ ଅନ୍ତରାଳ ମଧ୍ୟରେ ନିଆଯିବ।

ଅନ୍ୟପଟେ ଦେଶରେ 15ରୁ 18 ବର୍ଷର ପିଲାଙ୍କ ଟିକାକରଣ 1.5 କୋଟିକୁ ଛୁଇଁଛି। ଏନେଇ ଗତ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.