ETV Bharat / bharat

ଓଡିଶାରେ କ’ଣ ରହିଛି କୋଭିଡ ସ୍ଥିତି ? ନବୀନଙ୍କ ସହ କଥା ହେଲେ ମୋଦି

author img

By

Published : May 6, 2021, 9:21 PM IST

Updated : May 6, 2021, 9:32 PM IST

କୋଭିଡ ସମୀକ୍ଷା: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
କୋଭିଡ ସମୀକ୍ଷା: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟର କୋଭିଡ଼ ସ୍ଥିତି ଉପରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶର କୋଭିଡ ସ୍ଥିତି ଉପରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟର କୋଭିଡ଼ ସ୍ଥିତି ଉପରେ ହୋଇଛି ଆଲୋଚନା ।

ସମୀକ୍ଷା ବୈଠକରେ ବର୍ତ୍ତମାନ ଦେଶର ଯେଉଁ 12ଟି ରାଜ୍ୟର 1 ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି, ଏହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଜିଲ୍ଲାଗୁଡିକ ବିଷୟରେ ପଚାରି ବୁଝିଛନ୍ତି ଯେଉଁଠି ସର୍ବାଧିକ ସକ୍ରିୟ କରୋନା ସଂକ୍ରମଣ ମାମଲା ରହିଛି ।

ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟମାନେ କିପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ସହାୟତା ଏବଂ ପରାମର୍ଶ ଦିଆଯିବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

Last Updated :May 6, 2021, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.