ETV Bharat / bharat

କୋରୋନା ଫାଶରେ ଶିଶୁ ଓ ଯୁବକ

author img

By

Published : Apr 16, 2021, 11:19 AM IST

ଦ୍ବିତୀୟ ଲହର ଯୁବକ ଓ ଶିଶୁଙ୍କୁ ସଂକ୍ରମିତ  କରିପାରେ
ଦ୍ବିତୀୟ ଲହର ଯୁବକ ଓ ଶିଶୁଙ୍କୁ ସଂକ୍ରମିତ କରିପାରେ

କୋରୋନାର ଏହି ଦ୍ବିତୀୟ ଲହର ଯୁବକ ଓ ଶିଶୁଙ୍କୁ ସଂକ୍ରମିତ କରିବାରେ ବୋଲି ଦିଲ୍ଲୀର ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦ୍ବିତୀୟ ଲହର ସହିତ ଯୁଦ୍ଧ କରୁଛି ଦେଶ । କୋରୋନାର ଏହି ଦ୍ବିତୀୟ ଲହର ଯୁବକ ଓ ଶିଶୁଙ୍କୁ ସଂକ୍ରମିତ କରିବାରେ ବୋଲି ଦିଲ୍ଲୀର ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ଜାତୀୟ ରାଜଧାନୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନାର ଏହି ଦ୍ବିତୀୟ ଲହରରୁ ବିପଦଜ୍ଜନକ ବୋଲି କହିଥିବା ବେଳେ ଡାକ୍ତରମାନେ ଏହାକୁ ଅତ୍ୟନ୍ତ ବିପଦଜ୍ଜନକ ବୋଲି କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଏଲଏନଜେପିର ମୁଖ୍ୟ ଡା. ରିତୁ ସକ୍ସେନା କହିଛନ୍ତି ବର୍ତ୍ତମାନ ସମୟରେ ଛୋଟ ପିଲା ବି କୋରୋନାରେ ସଂକ୍ରମିତ ହୋଇପାରନ୍ତି । କିଛି ଦିନ ପରେ କିଛି ଯୁବକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ମତ ରଖିଛନ୍ତି ଡାକ୍ତର ରିତୁ ସକ୍ସେନା ।

ସେ ଆହୁରି କହିଛନ୍ତି କୋରୋନାର ନୂଆ ଲହର ଆରମ୍ଭ ହେବା ଦିନଠୁ ସାତରୁ ଆଠଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନବଜାତ ଶିଶୁ ବି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । 15ରୁ 30 ବର୍ଷ ବୟସ ଭିତରେ 30 ପ୍ରତିଶତ ଯୁବକ ସଂକ୍ରମିତ ହୋଇଛନ୍ତି ।

ଦ୍ବିତୀୟ ଲହରରେ ଦେଖାଯାଇଛି ଯେ ଗୋଟିଏ ପରିବାରରେ ଯଦି ଜଣେ ସଂକ୍ରମିତ ହୁଅନ୍ତି ତେବେ ସମ୍ପୂର୍ଣ୍ଣ ପରିବାର କୋରୋନାରେ ସଂକ୍ରମିତ ହେଉଛନ୍ତି । ଗତ 24 ଘଣ୍ଟା ଭିତରେ ଦିଲ୍ଲୀରେ 17 ହଜାର 282ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । 1,08, 534ଟି ସାମ୍ପୁଲ ପରୀକ୍ଷା କରାଯାଇଛି । 104 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସଂକ୍ରମଣ ବୃଦ୍ଧି ନେଇ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି 10ଟାରୁ ସକାଳ 6ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.