ETV Bharat / bharat

କୋଭିଡରେ ବାପା ମା’ ହରାଇଥିଲା ପିଲାଙ୍କୁ ସରକାର ଦେବେ 5 ଲକ୍ଷର ସ୍ବାସ୍ଥ୍ୟ ବୀମା

author img

By

Published : Aug 5, 2021, 2:07 PM IST

କୋଭିଡ୍‌-୧୯ରେ ଅନାଥ ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ ସରକାର
କୋଭିଡ୍‌-୧୯ରେ ଅନାଥ ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ ସରକାର

COVID-19 ମହାମାରୀ ଯୋଗୁଁ ଅନାଥ ହୋଇଥିବା 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କହିଛନ୍ତି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: COVID-19 ମହାମାରୀ ଯୋଗୁଁ ଅନାଥ ହୋଇଥିବା 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କହିଛନ୍ତି । ତେବେ ଏହି ପାଣ୍ଠି ପ୍ରଧାନମନ୍ତ୍ରୀଙ୍କ ପିଏମ୍-କେୟାର୍ସ (PMCares)ରୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଠାକୁର ବୁଧବାର ଟୁଇଟ୍ କରି କହିଛନ୍ତି ଯେ, COVID-19 ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ଏକ ଅଂଶ ଭାବରେ, 18 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଅଧୀନରେ 5 ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ଏବଂ ଏହାର ପ୍ରିମିୟମ୍ ପିଏମ୍-କେୟାର୍ସରୁ କରାଯିବ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଶିଶୁମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 29 ମଇ 2021 ରେ ପିଏମ କେୟାର୍ସ ଫର ଚିଲଡ୍ରେନ (PM CARES for Children) ଯୋଜନା ଆରମ୍ଭ କରାଯାଇଥିଲା ।

ଏହାର ଉଦ୍ଦେଶ୍ୟ ହେଉଛି ୨୦୨୦ ମାର୍ଚ ୧୧ରୁ କୋଭିଡ୍‌-୧୯ ମହାମାରୀ କାରଣରୁ ଉଭୟ ପିତାମାତା, ବୈଧ୍ୟ ଅଭିଭାବକ କିମ୍ବା ପୋଷ୍ୟ କରି ନେଇଥିବା ପିତାମାତା କିମ୍ବା ପିତା ବା ମାତା ହରାଇଥିବା ପିଲାମାନଙ୍କୁ ସହାୟତା ଯୋଗାଇଦେବା । ଯେପରିକି ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ ଦିଆଯିବ ଏବଂ 23 ବର୍ଷ ବୟସରେ 10 ଲକ୍ଷ ଟଙ୍କା ଦିଆଯାଉ । ଏହି ଯୋଜନାର ଲକ୍ଷ୍ୟ ହେଉଛି ପିଲାମାନଙ୍କର ବ୍ୟାପକ ଯତ୍ନ ଏବଂ ସୁରକ୍ଷା ନିଶ୍ଚିତ କରିବା । ଏକ ସ୍ଥାୟୀ ଢଙ୍ଗରେ, ଏବଂ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ସେମାନଙ୍କର ସୁସ୍ଥ ସବଳ ରଖି ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରାଇବା ଏବଂ 23 ବର୍ଷ ବୟସରେ ଆର୍ଥିକ ସହାୟତା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏହି ଯୋଜନାର ଅନ୍ତର୍ଭୁକ୍ତ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.