ETV Bharat / bharat

Covaxin Booster Dose: ସମସ୍ତ ଭ୍ୟାରିଏଣ୍ଟ ପ୍ରତିରୋଧୀ ଦାବି କଲା ଭାରତ ବାୟୋଟେକ

author img

By

Published : Jan 8, 2022, 9:38 PM IST

Covaxin Booster Dose: ସମସ୍ତ ଭ୍ୟାରିଏଣ୍ଟ ପ୍ରତିରୋଧୀ ବୋଲି ସଂସ୍ଥାର ଦାବି
Covaxin Booster Dose: ସମସ୍ତ ଭ୍ୟାରିଏଣ୍ଟ ପ୍ରତିରୋଧୀ ବୋଲି ସଂସ୍ଥାର ଦାବି

କୋଭାକ୍ସିନ୍ ବୁଷ୍ଟର୍ ଡୋଜ ସମସ୍ତ ପ୍ରକାର କୋଭିଡ ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିବାରେ ସକ୍ଷମ । ସଦ୍ୟତମ ଟ୍ରାଏଲରୁ ମିଳିଥିବା ତଥ୍ୟ ଆଧାରରେ ଦାବି କଲେ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୋଭାକ୍ସିନ୍ ବୁଷ୍ଟର୍ ଡୋଜ କୋଭିଡର ସମସ୍ତ ପ୍ରକାର ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିବାରେ ସକ୍ଷମ । ଏହା ସମ୍ପୂର୍ଣ୍ଣ ନିରାପଦ ଓ ଅତ୍ୟଧିକ ରୋଗ ପ୍ରତିରୋଧକାରୀ ଶକ୍ତି (ଇମ୍ୟୁନୋଜେନିକ୍) ସୃଷ୍ଟି କରିବାରେ ସକ୍ଷମ ବୋଲି ଦାବି କରିଛି ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ସଂସ୍ଥା ଦ୍ବାରା କରାଯାଇଥିବା ସଦ୍ୟତମ ଟ୍ରାଏଲରେ ଏହି ଫଳାଫଳ ସାମ୍ନାକୁ ଆସିଥିବା ଦାବି କରିଛି ଭାରତ ବାୟୋଟେକ ।

ଭାରତ ବାୟୋଟେକ୍ ଆଜି (ଶନିବାର) ଘୋଷଣା କରିଛି ଯେ କୋଭାକ୍ସିନର ତୃତୀୟ ତଥା ପୂର୍ବରୁ ଦୁଇ ଡୋଜ ଏବଂ ପରେ ଗୋଟିଏ ବୁଷ୍ଟର ଡୋଜ ଗ୍ରହଣ କଲା ପରେ SARS-CoV-2 ର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ 19 ରୁ 265 ଗୁଣ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ସେହିପରି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହା ସମ୍ପର୍କରେ ଭରତ ବାୟୋଟେକର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ.କୃିଷ୍ଣା ଇଲା କହିଛନ୍ତି, ଏହି ପରୀକ୍ଷଣରେ ଆମେ ସଫଳ ହୋଇଛୁ । (COVAXIN)କୁ ଏକ ବୁଷ୍ଟର ଡୋଜ ଭାବରେ ଯୋଗାଇବା ଆମର ଲକ୍ଷ୍ୟ ଦିଗରେ ଏହା ଏକ ବଡ ସଫଳତା । କୋଭିଡ-19 ବିରୋଧି ଲଢେଇରେ ବିଶ୍ବ ସ୍ତରୀୟ ଟିକା ବିକାଶିତ କରିବା ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଛନ୍ତି ସଂସ୍ଥା ମୁଖ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.