ETV Bharat / bharat

ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

author img

By

Published : Jun 11, 2021, 8:58 AM IST

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି । ଏନେଇ ଆଜି(ଶୁକ୍ରବାର) ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି । ଏନେଇ ଆଜି(ଶୁକ୍ରବାର) ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ପୱନ ବଂଶଲ,ସାଧାରଣ ସଚିବ କେ.ସି ଭେନୁଗୋପାଲ, ହରିଶ ରାୱତ ଏବଂ ଅଜୟ ମାକେନ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହା ସହିତ ଧାରଣାରେ ବହୁ ବରିଷ୍ଠ ନେତା, ଗୌରବ ଗୋଗଇ,ଦେବେନ୍ଦ୍ର ଯାଦବଙ୍କ ଭଳି ବହୁ ଯୁବ ନେତା ସାମିଲ ହୋଇଛନ୍ତି ।

କୋରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ହେବାରେ ଲାଗିଛି । ଯେଉଁଥିଲେ ସାଧାରଣ ଲୋକଟିଏ ହନ୍ତସନ୍ତ ହେଉଛି । ଦର ବୃଦ୍ଧି ପ୍ରତ୍ୟାହାର ଦାବି କରି ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦେଶବ୍ୟାପୀ ଧାରଣା ଦେଇଛି କଂଗ୍ରେସ । ରାଜଧାନୀର ପାଞ୍ଚ ହଜାର ପେଟ୍ରୋଲ ପମ୍ପ ନିକଟରେ ଧାରଣା ଦେଇଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.