ETV Bharat / bharat

KHERI VIOLENCE; ପ୍ରଧାନମନ୍ତ୍ରୀଙ୍କୁ କପିଲ ସିବଲଙ୍କ ପ୍ରଶ୍ନ

author img

By

Published : Oct 8, 2021, 11:31 AM IST

KHERI VIOLENCE; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କପିଲ ଶିବଲ
KHERI VIOLENCE; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କପିଲ ଶିବଲ

ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ କାହିଁକି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁହଁ ଖୋଲିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାକୁ ନେଇ କାହିଁକି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଏନେଇ ସେ ଆଜି ଟ୍ବିଟ କରି ଲେଖିଛନ୍ତି ଯେ ଏହି ଘଟଣାକୁ ନେଇ କାହିଁ କି ମୋଦି ଜି ଚୁପ ବସିଛନ୍ତି । ଯଦି ଆପଣ ବିରୋଧୀ ହୋଇଥାନ୍ତେ ତେବେ କିଭଳି ପ୍ରତିକ୍ରିୟା ରଖିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି କପିଲ । ଏଥି ସହ ଖେରୀ ହିଂସା ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ ଯୋଗେ କହିଛନ୍ତି କପିଲ ସିବଲ । ତେବେ ଗତ ବୁଧବାର ଦିନ ଲଖିମପୁର ଖେରୀ ହିଂସାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୀଡିତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

  • Lakhimpur Kheri Horror

    Modi ji
    Why are you silent ?

    We need just one word of sympathy from you
    That should not be difficult !

    Had you been in opposition how would you have reacted ?

    Please tell us

    — Kapil Sibal (@KapilSibal) October 8, 2021 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହେବାପରେ ଏ ଘଟଣା ଏବେ ଉଗ୍ର ରୂପ ନେଇଥିଲା । ହିଂସାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.