ETV Bharat / bharat

ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା

author img

By

Published : Nov 4, 2022, 8:50 AM IST

ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା
ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା

ଚେନ୍ନାଇରୁ ରାଜସ୍ଥାନ ଯୋଧପୁରକୁ ଏୟାରଲିଫ୍ଟ ହେଲା ସିନେରିୟସ ପ୍ରଜାତିର ଶାଗୁଣା । ଅଧିକ ପଢନ୍ତୁ

ଜୟପୁର: ଏୟାରଲିଫ୍ଟ ହେଲା ଶାଗୁଣା । ଗୁରୁବାର ସିନେରିୟସ ପ୍ରଜାତିର ଗୋଟିଏ ଶାଗୁଣାକୁ ଚେନ୍ନାଇରୁ ରାଜସ୍ଥାନର ଯୋଧପୁରକୁ ଏୟାରଲିଫ୍ଟ କରାଯାଇଛି (airlift of vulture in India) । ଗୁରୁବାର ଅପରାହ୍ନ ସମୟରେ ଏୟାର ଇଣ୍ଡିଆ ବିମାନ ଯୋଗେ ଶାଗୁଣା ଯୋଧପୁରରେ ପହଞ୍ଚିଛି । ତା' ସହିତ କନ୍ୟାକୁମାରୀରୁ କେତେକ ବନ୍ୟପ୍ରାଣୀ ଅଧିକାରୀ ମଧ୍ୟ ଏଠାକୁ ଆସିଛନ୍ତି । ବର୍ତ୍ତମାନ ଏହି ଶାଗୁଣାକୁ ମାଚିଆ ବାୟୋଲୋଜିକାଲ ପାର୍କରେ ଛଡାଯାଇଛି(Cinereous Vulture kept in Machia Biological Park) । ଏଠାରେ ତାକୁ କିଛି ଦିନ କ୍ବାରେଣ୍ଟାଇନରେ ରଖାଯିବା ପରେ ଅନ୍ୟ ଶାଗୁଣା ଦଳ ସହ ଛଡାଯିବାକୁ ଯୋଜନା ରହିଛି ।

ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା
ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା

ସୂଚନା ମୁତାବକ, ୬ ମାସ ତଳେ କନ୍ୟାକୁମାରୀ ଅନ୍ତର୍ଗତ ଉଦୟଗିରି ଅଞ୍ଚଳରୁ ଏହି ସିନେରିୟସ ପ୍ରଜାତିର ଶାଗୁଣା ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ବନ ବିଭାଗ ଅଧିକାରୀ ଏହାର ଚିକିତ୍ସା କରିଥିଲେ । ଶାଗୁଣାର ସିନେରିୟସ ପ୍ରଜାତିକୁ ୟୁରୋପ ଓ ଏସିଆ ବା ୟୁରେସିଆ ପ୍ରଜାତି କୁହାଯାଏ । ମୁଖ୍ୟତଃ ଅକ୍ଟୋବର ମାସରେ ଏହି ଶାଗୁଣା ପର୍ତ୍ତୁଗାଲ, ଫ୍ରାନ୍ସ, ଉଜବେକିସ୍ତାନ, ମଙ୍ଗୋଲିୟା ବାଟ ଦେଇ ଭାରତ ଆସିଥାନ୍ତି । ତେବେ କନ୍ୟାକୁମାରୀରୁ ଉଦ୍ଧାର ହୋଇଥିବା ଶାଗୁଣା ଫେରିବା ସମୟରେ ନିଜ ଦଳରୁ ଅଲଗା ହୋଇ ରହିଯାଇଥିବା କୁହାଯାଉଛି ।

ଆଗାମୀ ଦିନରେ ଯୋଧପୁରକୁ ସିନେରିୟସ ପ୍ରଜାତି ଆଗମନ କରିବାର ଅଛି । ଏହି ସମୟରେ ଉଦ୍ଧାର ଶାଗୁଣାକୁ ସେମାନଙ୍କ ସହ ଛଡାଯିବାକୁ ଯୋଜନା ଥିବା ମାଚିଆ ବାୟୋଲୋଜିକାଲ ପାର୍କର ଉପବନ ସଂରକ୍ଷକ ସନ୍ଦୀପ ଚେଲାନୀ କହିଛନ୍ତି । ଶାଗୁଣାର ସିନେରିୟସ ପ୍ରଜାତି ସ୍ପେନ, ପର୍ତ୍ତୁଗାଲ ବ୍ୟତୀତ ଦକ୍ଷିଣ ଫ୍ରାନ୍ସରେ ଦେଖାଯାଆନ୍ତି । ଏହି ଶାଗୁଣାକୁ ବ୍ଲାକ ଭଲଚର ମଧ୍ୟ କୁହାଯାଏ । ସିନେରିୟସ ପ୍ରଜାତି ଆକାରରେ ସବୁଠୁ ବଡ ହୋଇଥିବା ବେଳେ ଅନ୍ୟ ପ୍ରଜାତି ଅପେକ୍ଷା ସବୁଠୁ ଲମ୍ବା ଉଡାଣ ଭରିଥାନ୍ତି । ଏହି ପ୍ରଜାତିର ମାଈ ଶାଗୁଣାଙ୍କ ଓଜନ ୭ରୁ ୧୪ କିଲୋ ଏବଂ ଲମ୍ବ ୯୮ରୁ ୧୨୦ ସେଣ୍ଟିମିଟର ହୋଇଥାଏ । ଏମାନଙ୍କ ପର ୩ ମିଟର ଯାଏଁ ପହଞ୍ଚି ପାରୁଥିବାରୁ ଲମ୍ବା ଉଡାଣ ଭରିଥାନ୍ତି । ସେହିପରି ସିନେରିୟସ ଶାଗୁଣା ସର୍ବାଧିକ ୩୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.