ETV Bharat / bharat

୫ ରାଜ୍ୟର ୭ ହଜାରରୁ ଊର୍ଦ୍ଧ୍ବ ଗାଁରେ କେନ୍ଦ୍ର ଯୋଗାଇବ 4G ସେବା, ତାଲିକାରେ ଓଡିଶା

author img

By

Published : Nov 17, 2021, 8:42 PM IST

୫ରାଜ୍ୟର 7ହଜାରରୁ ଅଧିକ ଗାଁରେ କେନ୍ଦ୍ର ଯୋଗାଇ 4G ସେବା, ତାଲିକାରେ ଓଡିଶା
୫ରାଜ୍ୟର 7ହଜାରରୁ ଅଧିକ ଗାଁରେ କେନ୍ଦ୍ର ଯୋଗାଇ 4G ସେବା, ତାଲିକାରେ ଓଡିଶା

୫ରାଜ୍ୟର ୭ ହଜାରରୁ ଊର୍ଦ୍ଧ୍ବ ଗ୍ରାମରେ ୪G ମୋବାଇଲ ସେବା ଯୋଗାଇବା କେନ୍ଦ୍ର । କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା । ତାଲିକାରେ ରହିଛି ଓଡିଶା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟର ୭ ହଜାରରୁ ଊର୍ଦ୍ଧ୍ବ ଗ୍ରାମରେ ୪-G ମୋବାଇଲ ସେବା ଯୋଗାଇବ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଯୋଜନାରେ ମୋଟ ଖର୍ଚ୍ଚ 6,466 କୋଟି ଟଙ୍କା ହେବ ବୋଲି କେନ୍ଦ୍ର ସରକାର ପକ୍ଷରୁ ଆକଳନ କରାଯାଇଛି । ଏହି ସେବା ଆରମ୍ଭ ହେବାକୁ ଥିବା ରାଜ୍ୟମାନେ ହେଲେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଓଡିଶା ।

କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଓଡିଶାର 44ଟି ଆକାଂକ୍ଷା ଜିଲ୍ଲାର ପ୍ରାୟ 7000ରୁ ଊର୍ଦ୍ଧ୍ବ ଗାଁରେ ମୋବାଇଲ୍ ଟାୱାର ସଂଯୋଗୀକରଣ ପାଇଁ ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରିଲେ ଯୋଗାଯୋଗ କ୍ଷେତ୍ରରେ ପ୍ରଗତି ଆସିବା ସହ ସ୍ଥାନୀୟ ଲୋକେ ସିଧାସଳଖ ସରକାରଙ୍କ ସହ ଯୋଡି ହୋଇ ଇ-ଶାସନର(e-governance)ଲାଭ ପାରିବେ।

ଅନ୍ୟ ଏକ ଯୋଜନାର ସବିଶେଷ ତଥ୍ୟ ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ମାଓ ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) ଅଧୀନରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ଅଞ୍ଚଳଗୁଡିକ ସଡକ ସଂଯୋଗୀକରଣରୁ ବଞ୍ଚିତ ହୋଇଛନ୍ତି, ସେହି ଅଞ୍ଚଳର ଯୋଗାଯୋଗ ଭିତ୍ତିଭୂମି ସଜଡାଯିବା ପାଇଁ ପ୍ରାଥମିକତା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଘଞ୍ଚ ଜଙ୍ଗଲ, ପର୍ବତ ଏବଂ ନଦୀ ଅତିକ୍ରମ କରି ରାସ୍ତା ନିର୍ମାଣ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ମୋଟ 33,822 କୋଟି ଟଙ୍କା ବ୍ଯୟବରାଦ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.