ETV Bharat / bharat

ଶାହଙ୍କୁ ଭେଟିଲେ କ୍ୟାପଟେନ, କହିଲେ ଭଲ କରିବ ମେଣ୍ଟ

author img

By

Published : Mar 7, 2022, 5:28 PM IST

ଶାହାଙ୍କୁ ଭେଟିଲେ କ୍ୟାପଟେନ, କହିଲେ ଭଲ କରିବ ମେଣ୍ଟ
ଶାହାଙ୍କୁ ଭେଟିଲେ କ୍ୟାପଟେନ, କହିଲେ ଭଲ କରିବ ମେଣ୍ଟ

ବିଧାନସଭା ଫଳାଫଳ ପୂର୍ବରୁ ଅମିତ ଶାହଙ୍କୁ ଭେଟିଲେ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ । କହିଲେ ଭଲ ପ୍ରଦର୍ଶନ କରିବ ମିଳିତ ମଞ୍ଚ । ଫଳାଫଳ ଆସିବା ପରେ ବିଜେପି ସହ ହେବ ବସ୍ତୃତ ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଭାବେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଲଢିଥିବା ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତା ଦିଲ୍ଲୀରେ ଭେଟ ହେବା ସହ ଆଲୋଚନା କରିଛନ୍ତି । ଏହି ଅବସରରେ ବିଧାନସଭା ନିର୍ବାଚନରେ ମେଣ୍ଟ ଭଲ ପ୍ରଦର୍ଶନ କରିଥବାକୁ ଯାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କ୍ୟାପଟେନ ।

ଚଳିତ ନିର୍ବାଚନରେ ମେଣ୍ଟର ପ୍ରଦର୍ଶନ ନେଇ ଗଣମାଧ୍ୟମର ପ୍ରଶ୍ନରେ କ୍ୟାପଟେନ କହିଛନ୍ତି, ସେ ଭବିଷ୍ୟବାଣୀ କରିପାରିବେ ନାହିଁ, କିନ୍ତୁ ତାଙ୍କ ଦଳ ଓ ବିଜେପିକୁ ନେଇ ଗଠିତ ମିଳିତ ମଞ୍ଚ ଭଲ ପ୍ରଦର୍ଶନ କରିଛି । ଫଳାଫଳ ମଧ୍ୟ ଭଲ ହେବାକୁ ଯାଉଥିବା ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ କେବଳ ଫଳାଫଳ ଆସିବା ବାକି ରହିଛି । ସେ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ଭାବେ ଆଲୋଚନା କରିଛନ୍ତି । ନିର୍ବାଚନ ସମ୍ପର୍କିତ କୌଣସି ଆଲୋଚନା ହୋଇ ନଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେହିପରି ସେ ଆସନ୍ତା ୧୦ ତାରିଖରେ ଆସିବାକୁ ଥିବା ଜନାଦେଶ ସମ୍ପର୍କରେ, ସକରାତ୍ମକ ଆଭିମୁଖ୍ୟ ରଖିବା ସହ ଫଳାଫଳ ଆସିବା ପରେ ବିଜେପି ସହ ଆଲୋଚନା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ୫ ରାଜ୍ୟର ଫଳାଫଳ ପରେ ଦଳର କଣ ଆଭିମୁୁଖ୍ୟ ରହିବ ସେ ନେଇ ଆଲୋଚନା ହୋଇଥିଲା ।

ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିବା ବେଳେ ବିଜେପି, ଆମ ଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ମୈଦାନରେ ରହିଛନ୍ତି । କଂଗ୍ରେସ ଓ ଆପ ଏକାକି ନିର୍ବାଚନ ଲଢିଥିବା ବେଳେ ବିଜେପି, ଲୋକ କଂଗ୍ରେସ ଓ ଶିରୋମଣୀ ଅକାଳୀ ଦଳ ମେଣ୍ଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଗତମାସ ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହୋଇଥିବାବେଳେ ଚଳିତ ମାସ ୧୦ ତାରିଖରେ ମତ ଗଣନା ଓ ଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଫଳାଫଳ ନେଇ ଆକଳନ ଆରମ୍ଭ ହୋଇଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.