ETV Bharat / bharat

ବଡଗାମ ଗ୍ରେନେଡ ଆକ୍ରମଣ ଘଟଣା, ଆଉ ଜଣେ ହାର୍ଡୋକୋର ଆତଙ୍କୀ ଗିରଫ

author img

By

Published : Aug 22, 2022, 9:55 PM IST

ବଡଗାମ ଗ୍ରେନେଡ ଆକ୍ରମଣ ଘଟଣା, ଆଉ ଜଣେ ହାର୍ଡୋକୋର ଆତଙ୍କୀ ଗିରଫ
ବଡଗାମ ଗ୍ରେନେଡ ଆକ୍ରମଣ ଘଟଣା, ଆଉ ଜଣେ ହାର୍ଡୋକୋର ଆତଙ୍କୀ ଗିରଫ

ବଡଗାମ ଗ୍ରେନେଡ ଆକ୍ରମଣ ଘଟଣାରେ ସୁରକ୍ଷାବଳ କବ୍ଜାରେ ଆଉ ଜଣେ ହାର୍ଡକୋର ଆତଙ୍କବାଦୀ । ଲସ୍କର-ଏ-ତୋଇବାର ସଦସ୍ୟ ହୋଇଥିବା ସ୍ପଷ୍ଟ କଲା ପୋଲିସ । ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରର ବଡଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ (Budgam grenade attack case)ରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଗିରଫ କିମ୍ବା ନିପାତ କରିବାରେ କରିବାରେ ସଫଳତା ପାଇବାରେ ଲାଗିଛି ଭାରତୀୟ ସୁରକ୍ଷାବଳ । ଆଜି ଆକ୍ରମଣରେ ସମ୍ପୃକ୍ତ ଥିବା ଆଉ ଜଣେ ହାର୍ଡକୋର ଆତଙ୍କୀକୁ ଗିରଫ କିରଛି ସୁରକ୍ଷାବଳ । ଗିରଫ ଆତଙ୍କବାଦୀ ଠାରୁ ଏକାଧିକ ମାରଣାସ୍ତ୍ର ଜବତ ମଧ୍ୟ କରାଯାଇଛି । ଇନପୁଟ ସୂଚନା ଆଧାରାରେ ଏହି ଆତଙ୍କୀକୁ ଗିରଫ କରିବାରେ ସଫଳତା ମିଳିଛି ।

  • J&K | In the case of grenade attack in Budgam, police today arrested one more hybrid terrorist of prescribed outfit Lashkar-e-Toiba who is involved in a grenade attack on minorities. Incriminating material of Lashkar-e-Toiba & one hand Grenade has been recovered: Kashmir Police pic.twitter.com/fNkvyKCoDo

    — ANI (@ANI) August 22, 2022 " class="align-text-top noRightClick twitterSection" data=" ">

ଗିରଫ ଆତଙ୍କୀ ପାକିସ୍ତାନରୁ ଅପରେଟ ହୋଉଥିବା ଲସ୍କର-ଏ- ତୋଇବା ଆତଙ୍କୀ ସଂଗଠନର ସକ୍ରିୟ ସଦସ୍ୟ ବୋଲି ସୁରକ୍ଷାବଳ ପ୍ରାଥମିକ ଭାବେ ଜାଣିବାକୁ ପାଇଛି । ତାକୁ ପଚାର ଉଚରା ଜାରି ରହିଛି । ଗତ କିଛି ଦନ ମଧ୍ୟରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଘାଟିରେ ଆତଙ୍କବାଦୀ ନିରୋଧୀ ଅପରେସନକୁ ବ୍ୟାପକ କରିଥିବା ବେଳେ ଆତଙ୍କବାଦୀ ମଧ୍ୟ ଘାଟିରେ କ୍ରମାଗତ ଆକ୍ରମଣ ଘଟାଇବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.