ETV Bharat / bharat

ବିହାରରେ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ଠାବ, ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ

author img

By

Published : Mar 24, 2023, 7:08 AM IST

ବିହାରରେ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ଠାବ । ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ । ଅଧିକ ପଢନ୍ତୁ

ବିହାରରେ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ଠାବ, ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ
ବିହାରରେ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ଠାବ, ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ

ପାଟନା: ବିହାରର ସିବାନରେ ଟ୍ରେନରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ସୂଚନା ପାଇବା ପରେ ରେଳ ସୁରକ୍ଷା ବଳ (ଆରପିଏଫ୍) ଟିମ୍ ତୁରନ୍ତ ବମ୍ ଡିସପୋଜାଲ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲା । ଏଥିରେ ବୋମା ପରି କିଛି ବିସ୍ଫୋରକ ସାମଗ୍ରୀ ଠାବ ହେବା ସହ ସଫଳତାର ସହ ନିଷ୍କ୍ରିୟ କରାଯାଇଛି । ଆରପିଏଫ ଟିମ ବୋମାକୁ ଠାବ କରିବା ପରେ ରାଜଧାନୀ ପାଟନାରୁ ବୋମା ନିଷ୍କ୍ରିୟକାରୀ ଟିମକୁ ଡକାଯାଇଥିଲା । କିଛି ସମୟର ଅପରେସନ ପରେ ଏହାକୁ ନଷ୍ଟ କରାଯାଇଛି ।

ଟ୍ରେନରେ ରେଳବାଇ ପୋଲିସ ଦ୍ବାରା ମଦ ଜବତ କରିବା ପାଇଁ ଚଢାଉ କରାଯାଉଥିବା ବେଳେ ଏହି ସନ୍ଦିଗ୍ଧ ସାମଗ୍ରୀ ନଜରକୁ ଆସିଥିଲା । ଏକ ବ୍ୟାଗରେ କିଛି ବିସ୍ଫୋରକ ସାମଗ୍ରୀ ପରି ସନ୍ଦେହ ହେବାରୁ ରେଳ ସୁରକ୍ଷା ବଳର ଯବାନମାନେ ଏହାକୁ ଯାଞ୍ଚ କରିଥିଲେ । ଏହା ବିସ୍ଫୋରକ ସାମଗ୍ରୀ ବୋଲି ସ୍ପଷ୍ଟ ହେବା ପରେ ଏହାକୁ ନଷ୍ଟ କରିବା ପାଇଁ ବମ ଡିସପୋଜାଲ ଟିମର ସହାୟତା ନିଆଯାଇଥିଲା । ରାଜଧାନୀ ପାଟନାରୁ ଏହି ବୋମା ନିଷ୍କ୍ରିୟକାରୀ ଟିମ ଆସି ସିବାନ ଷ୍ଟେସନରେ ପହ୍ଞ୍ଚିଥିଲେ । ସମସ୍ତ ପ୍ରୋଟକଲ ଅନୁସାରେ ବୋମାକୁ ନିଷ୍କ୍ରିୟ କରାଯାଇଛି । ତେବେ ଏହା କିପରି ଆସିଲା, କେଉଁମାନେ ଏଥିରେ ସାମିଲ ସେନେଇ ପୋଲିସ କିଛି ସ୍ପଷ୍ଟ କରିନି । ରେଳବାଇ ପୋଲିସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

ରେଳବାଇ ପୋଲିସର ସଫଳତା ପାଇଁ ଏକ ବଡଧରଣର ଦୁର୍ଘଟଣାକୁ ଟଳାଯାଇପାରିଛି । ଘଟଣା ନେଇ ପ୍ରଶ୍ନ କରାଯିବାରୁ ରେଳବାଇ ପୋଲିସ (GRP) ଏଡିଜି ଶଶି କୁମାରଙ୍କ ଅନୁଯାୟୀ, ପାଟନାରୁ ବୋମା ନିଷ୍କାସନ ସ୍କ୍ବାଡ ପଠାଇବା ପରେ GRP କାର୍ଯ୍ୟାଳୟର ପଛ ପାର୍ଶ୍ବରେ ଏହାକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିଛି । ପୋଲିସ ତଦନ୍ତ ଜାରି ରଖିଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଏଥିରେ କୌଣସି କ୍ଷୟକ୍ଷତି ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ପୂର୍ବରୁ ମଧ୍ୟ ଟ୍ରେନ ଓ ବସରେ ବିସ୍ଫୋରକ ସାମଗ୍ରୀ ଠାବ ହେବାର ନଜିର ରହିଛି । ପୋଲିସ ଏହି ଘଟଣାରେ ସଫଳତା ପାଇବା କାରଣରୁ ସମ୍ଭାବ୍ୟ ବିସ୍ଫୋରଣକୁ ରୋକାଯାଇପାରିଛି । ବିହାର ସିବାନରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ହେଲେ କୌଣସି ଅଘଟଣ ନଘଟିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.