ETV Bharat / bharat

UP Polls: ପୁଣି ୯୧ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟିଲା ୧୬ ବିଧାୟକଙ୍କ ଟିକେଟ୍

author img

By

Published : Jan 29, 2022, 9:41 AM IST

UP Polls: ପୁଣି ୯୧ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟିଲା ୧୬ ବିଧାୟକଙ୍କ ଟିକେଟ୍
UP Polls: ପୁଣି ୯୧ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟିଲା ୧୬ ବିଧାୟକଙ୍କ ଟିକେଟ୍

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ୧୬ ବିଧାୟକଙ୍କ ଟିକେଟ୍ କାଟିଲା ଦଳ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ୍ ରହିଛି ରାଜନୈତିକ ପାଣିପାଗ । ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍ ନେତା । ଭୋଟ୍ ହାତେଇବାକୁ ଚାଲିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ । ଇତିମଧ୍ୟରେ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଶୁକ୍ରବାର ପାର୍ଟି ଆଉ ୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯୋଗୀ ସରକାରଙ୍କ ଗୋଟିଏ ମନ୍ତ୍ରୀଙ୍କୁ ଛାଡି ବାକି ସମସ୍ତ ମନ୍ତ୍ରୀଙ୍କୁ ଟିକେଟ୍ ଦେଇଛି ଦଳ । ହେଲେ ଡର୍ଜନରୁ ଅଧିକ ବିଧାୟକଙ୍କ ଟିକେଟ୍ କାଟିଛି ।

ବିଜେପି ଅଯୋଧ୍ୟା ଆସନରେ ବିଧାୟକ ଥିବା ବେଦ ପ୍ରକାଶ ଗୁପ୍ତାଙ୍କୁ ପୁଣିଥରେ ସେହି ଆସନରୁ ଟିକେଟ୍ ଦେଇଛି । ସେହିପରି ୯ ଜଣ ମହିଳାଙ୍କ ସମେତ ଦଳିତ ବର୍ଗର ୨୦ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ପାର୍ଟି । ବିଶ୍ବାନ(Biswan) ଆସନରେ ବିଧାୟକ ମହେନ୍ଦ୍ର ସିଂହଙ୍କ ବଦଳରେ ନିର୍ମଳ ବର୍ମାଙ୍କୁ ଟିକେଟ୍ ମିଳିଛି । ସଲୋନ ବିଧାୟକ ଦଳ ବାହାଦୂର କୋରିଙ୍କ ନିଧନ ପରେ ବିଜେପି ତାଙ୍କ ପୁଅ ଅଶୋକ କୋରିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ ଭୋଗନିପୁର ଆସନରେ ବିଜେପି ବିଧାୟକ ବିନୋଦ କଟିୟାରଙ୍କ ଟିକେଟ୍ କାଟି କଂଗ୍ରେସରୁ ଆସିଥିବା ରାକେଶ୍ ସଚାନଙ୍କୁ ଆଶାୟୀ ବନାଇଛି ପାର୍ଟି ।

ଗୁରୁପ୍ରସାଦ ମୌର୍ଯ୍ୟ ବିଧାୟକ ବିକ୍ରମଜିତ୍ ମୌର୍ଯ୍ୟଙ୍କ ବଦଳରେ ଫାଫାମାଉ କ୍ଷେତ୍ରରୁ ଟିକେଟ୍ ପାଇଛନ୍ତି । ବିଧାୟକ ବୈଜନାଥ ରାୱତଙ୍କ ସ୍ଥାନରେ ଦିନେଶ ରାୱତଙ୍କୁ ଛିଡା କରିଛି ଦଳ । ସେହିପରି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ନିଜ ଆହ୍ଲାବାଦ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଣମାଧ୍ୟମ ଉପଦେଷ୍ଟା ସଲ୍ଲଭ ମଣି ତ୍ରିପାଠୀ ଦେଓରିଆ ଆସନରୁ ଟିକେଟ୍ ପାଇଛନ୍ତି । ମନ୍ତ୍ରୀ ଜୟ ପ୍ରତାପ ସିଂହ ବଂସି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ବିବେଦୀ ଏବଂ ଉପେନ୍ଦ୍ର ତିୱାରୀ ଏଟୱା ଏବଂ ଫେଫନାରୁ ଲଢିବେ । ନିକଟରେ ସମାଜବାଦୀ ପାର୍ଟିରୁ ବିଜେପିରେ ମିଶିଥିବା ସୁଭାଷ ରାୟଙ୍କୁ ଜଲାଲପୁରରୁ ଟିକେଟ୍ ଦେଇଛି ଦଳ ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ୪୦୩ ଆସନରେ ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୧୦,୧୪,୨୦, ୨୩,୨୭,୩,୭ ରେ ପଡିବ ଭୋଟ୍ । ଏହାସହ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.