ETV Bharat / bharat

Vice President poll: NDA ପ୍ରାର୍ଥୀଙ୍କୁ ସମର୍ଥନ କରିବ BJD

author img

By

Published : Jul 17, 2022, 8:08 PM IST

Vice President poll: NDA ପ୍ରାର୍ଥୀଙ୍କ ସମର୍ଥନ BJD ର ସମର୍ଥନ
Vice President poll: NDA ପ୍ରାର୍ଥୀଙ୍କ ସମର୍ଥନ BJD ର ସମର୍ଥନ

ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ପ୍ରାର୍ଥୀଙ୍କୁ ସମର୍ଥନ ଧାରା ବଜାୟ ରଖିଲା ବିଜେଡି । NDA ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜୁ ଜନତା ଦଳ । ପୂର୍ବରୁ ମଧ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିସାରିଛି ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ବିଜେଡି, ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କୁ ସମର୍ଥନ ଘୋଷଣା କରିଛି । ଗତକାଲି ସଂଧ୍ୟାରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିବା ଜଣାପଡିଛି ।

ବିଜେଡି ନିଜର ପୂର୍ବଧାରା ବଜାୟ ରଖି ବିଜେପି ନେତୃତ୍ବାଧୀନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଯାହା ଆକଳନ କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ବିଧାୟକ ଓ ସାଂସଦଙ୍କୁ ମୁର୍ମୁଙ୍କୁ ଭୋଟ ଦେବାକୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦ୍ରୋପଦୀ ମୁର୍ମୁ ମଧ୍ୟ ଓଡିଶା ଗସ୍ତ ସମୟରେ ନବୀନଙ୍କୁ ଭେଟି ଆଲୋଚନା କରିଥିଲେ ।

ତେବେ ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ପରେ ବିଜେଡି ଆସନ୍ତାକାଲି ହେବାକୁ ଥିବା ଏନଡିଏ ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ପ୍ରସ୍ତାବକ ଭାବେ ପ୍ରତିନିଧି ପଠାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.