ETV Bharat / bharat

ଚୀନକୁ ଜୋମାଟୋ ଡେଲିଭରି ବୟଙ୍କ ବିରୋଧ, କହିଲେ ଦେଶ ପାଇଁ ଭୋକରେ ରହିବାକୁ ପ୍ରସ୍ତୁତ ଅଛୁ

author img

By

Published : Jun 28, 2020, 9:20 AM IST

ଚୀନ ବିରୋଧରେ ଜୋମାଟ ଛାଡିଲେ ଡେଲିଭରି ବୟ
ଚୀନ ବିରୋଧରେ ଜୋମାଟ ଛାଡିଲେ ଡେଲିଭରି ବୟ

ଜୋମାଟୋରେ ଚାଇନା କମ୍ପାନୀର ଏକ ବଡ ପୁଞ୍ଜି ରହିଛି । ତେଣୁ ଭୋକରେ ରହିବୁ ପଛେ ଚାଇନା କମ୍ପାନୀ ସହ ସମ୍ପୃକ୍ତ ଥିବା କୌଣସି କମ୍ପାନୀରେ କାମ କରିବୁ ନାହିଁ । ଅଧିକ ପଢନ୍ତୁ...

କୋଲକାତା: ପୂର୍ବ ଲଦାଖରେ ଭାରତ-ଚୀନ ମୁହାଁମୁହିଁ ପରେ ଦେଶରେ ଚୀନ ବିରୋଧୀ ନାରାବାଜି ଦେଖିବାକୁ ମିଳୁଛି । ଚୀନ ସାମଗ୍ରୀ ଓ ନିବେଶକୁ ଜୋରଦାର ବିରୋଧ କରାଯାଉଛି । ଏହି ସମୟରେ କୋଲକାତାର କିଛି ଜୋମାଟୋ ବୟ ସାମୂହିକ ଭାବେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଜୋମାଟୋରେ ଏକ ଚାଇନିଜ କମ୍ପାନୀର ଏକ ବଡ ପୁଞ୍ଜି ବିନିଯୋଗ ରହିଛି । ଯାହାକୁ ନେଇ କମ୍ପାନୀରେ କାର୍ଯ୍ୟ କରୁଥିବା ଡେଲିଭରି ବୟ ଜୋମାଟୋରେ ଚାଇନାର ନିବେଶକୁ ବିରୋଧ କରୁଛନ୍ତି ।

ଜୋମାଟୋକୁ ବୟକଟ୍ କରିବାକୁ ଆବେଦନ କରି ପ୍ରାୟ ଏକ ଡର୍ଜନ ଜୋମାଟୋ କର୍ମଚାରୀ କମ୍ପାନୀର ଟି-ସାର୍ଟ ପୋଡିଛନ୍ତି। ଜୋମାଟୋରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ଦକ୍ଷିଣ କୋଲକାତାର ବେହାଲା ପୋଲିସ ଷ୍ଟେସନ ସମ୍ମୁଖରେ ଜୋମାଟୋ ଟି-ସାର୍ଟରେ ନିଆଁ ଲଗାଇଥିଲେ। ହାତରେ ତ୍ରିରଙ୍ଗା ଧରି ଜୋମାଟୋର ଏହି କର୍ମଚାରୀମାନେ 'ଚାଇନିଜ୍ ଏଜେଣ୍ଟ ଜୋମାଟୋ ଛାଡ ଇଣ୍ଡିଆ' ସ୍ଲୋଗାନ ଦେଉଥିଲେ।

ବିକ୍ଷୋଭକାରୀମାନଙ୍କ ସହିତ ଯୋଗ ଦେଇଥିବା ଦୀପଙ୍କର କାନଜିଲାଲ ନାମକ ଏକ ଡେଲିଭରି ବୟ କହିଛନ୍ତି ଯେ, ଜୋମାଟୋଙ୍କ ଚୁକ୍ତି ଚାଇନାର କମ୍ପାନୀ ଆଲିବାବା ସହିତ ରହିଛି । ତେଣୁ ଆମେ ଜୋମାଟୋରୁ ଚାକିରୀରୁ ଇସ୍ତଫା ଦେଉଛି । ଏହାସହ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଚାଇନା ସାମଗ୍ରୀ ଓ କମ୍ପାନୀକୁ ବୟ କଟ କରିବେ ।

ଜୋମାଟୋର କର୍ମଚାରୀମାନେ ଯେତେବେଳେ କମ୍ପାନୀ ଛାଡିବା ପରେ ସେମାନଙ୍କ ଜୀବିକା କିପରି ଚାଲିବ ବୋଲି ପଚରା ଯାଇଥିଲା। ଏହାର ଉତ୍ତରରେ ସେମାନେ କହିଥିଲେ ଭୋକରେ ରହିବାକୁ ପ୍ରସ୍ତୁତ ଅଛୁ, ହେଲେ ଯେଉଁମାନେ ଦେଶ ଉପରେ ଖରାପ ନଜର ରଖିଛନ୍ତି, ସେମାନଙ୍କ ସହ କାମ କରିବୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.