ETV Bharat / bharat

ନବରାତ୍ରୀ: ନବମ ଦିନରେ ପୂଜା ପାଉଛନ୍ତି ମା' ସିଦ୍ଧଦାତ୍ରୀ

author img

By

Published : Oct 25, 2020, 8:06 AM IST

ନବରାତ୍ରୀ: ନବମ ଦିନରେ ପୂଜା ପାଉଛନ୍ତି ମା' ସିଦ୍ଧଦାତ୍ରୀ
ନବରାତ୍ରୀ: ନବମ ଦିନରେ ପୂଜା ପାଉଛନ୍ତି ମା' ସିଦ୍ଧଦାତ୍ରୀ

ନବରାତ୍ରୀର ଶେଷ ଦିନରେ ସମସ୍ତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ସିଦ୍ଧଦାତ୍ରୀ । ଜାଣନ୍ତୁ ପୂଜା, ବିଧି ଓ ମନ୍ତ୍ର...

ହାଇଦ୍ରାବାଦ: ଶାରଦୀୟ ନବରାତ୍ରୀର ଆଜି ଶେଷ ଦିନ। ଏହି ଦିନ ମା' ଦୁର୍ଗାଙ୍କୁ ସିଦ୍ଧଦାତ୍ରୀ ରୂପେ ପୂଜା କରାଯାଉଛି। ବିଶ୍ବାସ ରହିଛି ଯେ, ବିଧିବଦ୍ଧ ଅନୁସାରେ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଯଶ, ଧନ ଓ ବଳ ପ୍ରାପ୍ତ ହୋଇଥାଏ। ମା' ସିଦ୍ଧଦାତ୍ରୀଙ୍କୁ ସିଦ୍ଧ ଓ ମୋକ୍ଷର ଦେବୀ କୁହାଯାଏ ।

ଶାସ୍ତ୍ରାନୁସାରେ, ମା' ସିଦ୍ଧଦାତ୍ରୀ ଲକ୍ଷ୍ମୀଙ୍କ ପରି ସମାନ ଭାବେ ପଦ୍ମ ଫୁଲ ଉପରେ ବିରାଜମାନ। ମା'ଙ୍କର 4ଟି ହାତ ରହିଛି। ହାତରେ ମା' ଶଙ୍ଖ, ଗଦା, ପଦ୍ମ ଓ ଚକ୍ର ଧାରଣ କରିଛନ୍ତି। ମାତା ସିଦ୍ଧଦାତ୍ରୀଙ୍କୁ ସରସ୍ବତୀ ରୂପରେ ମଧ୍ୟ ଜଣାଯାଏ।

ମା' ସିଦ୍ଧଦାତ୍ରୀଙ୍କ ପାଖରେ ଅଣିମା, ମହିମା, ପ୍ରକାଶ, ସମ୍ମାନ, ଲଘିମା, ଇଶିତ୍ବ ଏବଂ ବଶିତ୍ବ ରହିଛି ।

ପୌରାଣିକ କଥା ଅନୁସାରେ, ସିଦ୍ଧଦାତ୍ରୀ ଙ୍କର ମୌସୁମୀ ଫଳ, ଚଣା, ପୁରୀ, ଖିରୀ, ନଡିଆ ଆଦି ଅତି ପ୍ରିୟ ଅଟେ । ତେଣୁ ଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରସାଦ ସ୍ବରୂପ ଏହାକୁ ଅର୍ପଣ କରିପାରିବେ।

ନବରାତ୍ରୀରେ ବାଇଗଣୀ କିମ୍ବା ଯାମୁ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ଅଟେ । ଏହି ରଙ୍ଗ ଆଧ୍ୟାତ୍ମିକତାର ପ୍ରତୀକ ଅଟେ ।

ବିଶ୍ବାସ ଅନୁଯାୟୀ, ନବମୀ ତିଥିରେ କନ୍ୟାଙ୍କୁ ପୂଜା କରିବା ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ। ଏହା ଦ୍ବାରା ମାତା ସିଦ୍ଧଦାତ୍ରୀ ପ୍ରସନ୍ନ ହୋଇଥାନ୍ତି ।

ମା' ସିଦ୍ଧଦାତ୍ରୀଙ୍କ ମନ୍ତ୍ର:-

ବନ୍ଦେ ବାଞ୍ଛିତ ମନୋରଥାର୍ଥ ଚନ୍ଦ୍ରାର୍ଧକୃତ ଶେଖରମ୍।

କମଲସ୍ଥିତା ଚତୁର୍ଭୁଜା ସିଦ୍ଧିଦାତ୍ରୀ ୟଶସ୍ବନୀମ୍।।

ସିଦ୍ଧଙ୍ଗଧର୍ବୟକ୍ଷାର୍ଧ:, ଅସୁରୈରମରୈରପୀ।

ସେବ୍ୟମାନା ସଦା ଭୁୟାତ୍, ସିଦ୍ଧଦା ସିଦ୍ଧିଦାୟିନୀ।।

ପୂଜା ସମୟରେ ଉପରୋକ୍ତ ମନ୍ତ୍ର ପାଠ କଲେ ମା' ପ୍ରସନ୍ନ ହୋଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.