ETV Bharat / bharat

ଚର୍ଚ୍ଚାରେ କେଦାରନାଥର ଧ୍ୟାନ ଗୁମ୍ଫା, ଧ୍ୟାନ ପାଇଁ ଶ୍ରଦ୍ଧାଳୁଙ୍କ ଆଗୁଆ ବୁକିଙ୍ଗ୍

author img

By

Published : Sep 13, 2019, 10:18 AM IST

ଫାଇଲ ଫଟୋ

କେଦାରନାଥ ପାଇଁ ଶ୍ରଦ୍ଧାଳୁଙ୍କ ଯେତିକି ଭିଡ ଦେଖିବାକୁ ମିଳୁଛି ସେଠାରେ ଥିବା ଧ୍ୟାନ ଗୁମ୍ଫାରେ ଧ୍ୟାନ କରିବା ପାଇଁ ଏବେ ଶ୍ରଦ୍ଧାଳୁଙ୍କ ସେତିକି ଭିଡ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଗୁମ୍ଫାରେ ଧ୍ୟାନ କରିବା ପରଠାରୁ ଏହି ଗୁମ୍ପା ବେଶ୍ ଚର୍ଚ୍ଚାରେ ରହିଛି ।

ନୂଆଦିଲ୍ଲୀ: କେଦାରନାଥ ପାଇଁ ଶ୍ରଦ୍ଧାଳୁଙ୍କ ଯେତିକି ଭିଡ ଦେଖିବାକୁ ମିଳୁଛି ସେଠାରେ ଥିବା ଧ୍ୟାନ ଗୁମ୍ଫାରେ ଧ୍ୟାନ କରିବା ପାଇଁ ଏବେ ଶ୍ରଦ୍ଧାଳୁଙ୍କ ସେତିକି ଭିଡ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଗୁମ୍ଫାରେ ଧ୍ୟାନ କରିବା ପରଠାରୁ ଏହି ଗୁମ୍ପା ବେଶ୍ ଚର୍ଚ୍ଚାରେ ରହିଛି । ଯାହାଫଳରେ ଏଠାରେ ଧ୍ୟାନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏବଂ ସାଧୁ ସନ୍ଥ ଏଠାକୁ ଆସୁଛନ୍ତି ।

ଗତ ମେ 18ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗୁମ୍ଫାରେ ଦୀର୍ଘ 17 ଘଣ୍ଟା ଧରି ଧ୍ୟାନ କରିଥିଲେ । ଏହାପରେ ଏହି ଧ୍ୟାନ ଗୁମ୍ଫା ସାରା ଦୁନିଆରେ ବେଶ୍ ଚର୍ଚ୍ଚାରେ ରହିଥିଲା । ତେବେ କେଦାରନାଥ ମନ୍ଦିରଠାରୁ ମାତ୍ର ଦେଢ କିଲୋମିଟର ପଛରେ ଥିବା ଏହି ଧ୍ୟାନ ଗୁମ୍ଫାରେ ଏବେ ପର୍ଯ୍ୟନ୍ତ 46 ଜଣ ଶ୍ରଦ୍ଧାଳୁ ଧ୍ୟାନ କରିସାରିଲେଣି ।

ଗଢୱାଲ ମଣ୍ଡଳ ବିକାଶ ନିଗମ(ଜିଏମବିଏନ) ଅନୁଯାୟୀ, ଯେବେଠାରୁ ଏହି ଗୁମ୍ଫା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଗଲାଣି ସେବେଠାରୁ ଏଠାରେ ବହୁ ଶ୍ରଦ୍ଧାଳୁ ଧ୍ୟାନ କରିବାକୁ ଆସୁଛନ୍ତି । କିଛି ଶ୍ରଦ୍ଧାଳୁ ଏଠାରେ 2-3 ଦିନ ପର୍ଯ୍ୟନ୍ତ ମଧ୍ୟ ଧ୍ୟାନ କରୁଛନ୍ତି । ଏଥିସହ ଏହି ଧ୍ୟାନ ଗୁମ୍ଫା ପାଇଁ ଆଗାମୀ ଅକ୍ଟୋବର ମାସ ଯାଏଁ ଶ୍ରଦ୍ଧାଳୁଙ୍କ ଆଗୁଆ ବୁକିଙ୍ଗ୍ ସରିଛି ।

Intro:Body:

BLANK FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.