ETV Bharat / bharat

ଶିଶୁଙ୍କ ଉପରେ କୋରୋନା ପ୍ରଭାବ, କେତେ ସୁରକ୍ଷିତ ସ୍କୁଲ ?

author img

By

Published : May 19, 2020, 2:44 PM IST

Is it safe to send children to school?
ଶିଶୁଙ୍କ ଉପରେ କୋରୋନା ପ୍ରଭାବ

କୋରୋନା ଭାଇରସ ମହାମାରୀ କାରଣରୁ ଗତ 6 ମାସ ହେବ ବିଶ୍ବରେ ଲକଡାଉନ୍ ସ୍ଥିତି । ଧିରେ ଧିରେ ଅନେକ ଦେଶରେ ଲକଡାଉନ୍ ନିୟମ କୋହଳ ହେଉଥିବାର ଦେଖିବାକୁ ମିଳିଛି ଅନେକ ଦେଶରେ ସ୍କୁଲକୁ ପୁଣି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅଭିଭାବକ ଶିଶୁଙ୍କୁ ସ୍କୁଲ ଛାଡିବାକୁ ଡରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ଶିଶୁ କୋରୋନା ସଂକ୍ରମିତ ହୁଏ ତେବେ ଏହାର ଦାୟିତ୍ବ କିଏ ନେବ ।

ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀ କାରଣରୁ ଗତ 6 ମାସ ହେବ ବିଶ୍ବରେ ଲକଡାଉନ୍ ସ୍ଥିତି । ଧିରେ ଧିରେ ଅନେକ ଦେଶରେ ଲକଡାଉନ୍ ନିୟମ କୋହଳ ହେଉଥିବାର ଦେଖିବାକୁ ମିଳିଛି ଅନେକ ଦେଶରେ ସ୍କୁଲକୁ ପୁଣି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅଭିଭାବକ ଶିଶୁଙ୍କୁ ସ୍କୁଲ ଛାଡିବାକୁ ଡରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ଶିଶୁ କୋରୋନା ସଂକ୍ରମିତ ହୁଏ ତେବେ ଏହାର ଦାୟିତ୍ବ କିଏ ନେବ । ଏହାସହ କୋରୋନା ସଂକ୍ରମଣ ହାର ବଢିବାରେ ବି ସୁଯୋଗ ରହିଛି କି ନାହିଁ, ସେ ନେଇ ମଧ୍ୟ ଜାଣିବା ଆବଶ୍ୟକ ।

ବ୍ରିଟେନ ବୈଜ୍ଞାନିକଙ୍କ ମତରେ ଚୀନ, ଇଟାଲୀ, ଆମେରିକା ଭଳି ଦେଶରେ ଯେଉଁଠି କୋରୋନା ମହାମାରୀ ସଂଖ୍ୟା ଅଧିକ, ସେଠାରେ କେବଳ 2 ପ୍ରତିଶତ ଶିଶୁ କୋରୋନା ସଂକ୍ରମିତ । ଏହାର କାରଣ ହେଲା ସେହି ସମୟରେ ସ୍କୁଲ ବନ୍ଦ ଥିଲା ତେଣୁ ସଂକ୍ରମଣ ସେମାନଙ୍କ ମଧ୍ୟରେ ଅଧିକ ନଥିଲା । ହଂକଂ ବୈଜ୍ଞାନିକଙ୍କ ମତରେ ସ୍କୁଲକୁ ପୁଣି ଥରେ ଖୋଲାଯାଇପାରିବ ମାତ୍ର ସତର୍କତାର ସହିତ । ‘ଲାନସେଟ’ ଜର୍ଣ୍ଣାଲରେ ରିଲିଜ ହୋଇଥିବା ଆର୍ଟିକିଲ୍ ଅନୁସାରେ, 10 ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ କୋରୋନା ଭାଇରସର ଲକ୍ଷଣ କମ୍ ରହିଛି । ଦକ୍ଷିଣ କୋରିଆ, ଇଟାଲୀ ଓ ଆଇସଲ୍ୟାଣ୍ଡରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣର ହାର କମ୍ ରହିଛି ।

ଅଧ୍ୟୟନ ଅନୁସାରେ ଜଣେ 9 ବର୍ଷର ଶିଶୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ସେ ଫ୍ରାନ୍ସର ଏକ ସ୍କୁଲକୁ ମଧ୍ୟ ଯାଇଥିଲା ମାତ୍ର ତା ସମ୍ପର୍କରେ ଆସିଥିବା କୌଣସି ବି ଶିଶୁ କୋରୋନା ପଜିଟିଭ୍ ନଥିଲେ । ଶିଶୁଙ୍କ ମଧ୍ୟରେ 8 ପ୍ରତିଶତ ହାରରେ କୋରୋନା ଭାଇରସ ବ୍ୟାପିଥାଏ ।

ବୈଜ୍ଞାନିକଙ୍କ ମତରେ ବଡ ଲୋକଙ୍କ ଅପେକ୍ଷା ଶିଶୁଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣର ହାର କମ୍ ରହିଥାଏ । କାରଣ ଏ-2 ଏନଜାଇମ୍ ଶିଶୁଙ୍କ ମଧ୍ୟରେ କମ୍ ରହିଥାଏ । ତେଣୁ ଭାଇରସ ଆକ୍ରମଣ କଲେ ବି ଶିଶୁଙ୍କ ମଧ୍ୟରେ ତାହା ପରିଲିକ୍ଷିତ ହୋଇନଥାଏ । 15 ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ଭାଇରସ କାଶ, ଥଣ୍ଡା, ଜରର ଲକ୍ଷଣ ଦେଖେଇଥାଏ । ଶିଶୁଙ୍କ ମଧ୍ୟରେ ଭାଇରସ ସାଇଟୋକାଇନ୍ ବିକଶିତ କରିପାରିନଥାଏ । ଏହିକାରଣରୁ ଶିଶୁଙ୍କ ଅନ୍ୟ କୌଣସି ଅଙ୍ଗ କ୍ଷତି ହୋଇନଥାଏ । ବଡ ଲୋକଙ୍କ ମଧ୍ୟରେ ସାଇଟୋକାଇନର ସ୍ଥିତି ଅଧିକ ରହିଥିବା କାରଣରୁ କୋରୋନା ଭାଇରସରେ ମୃତ୍ୟୁ ଘଟିଥାଏ ।

କୋରୋନା ମହାମାରୀ କାରଣରୁ 190 ଦେଶର ପ୍ରାୟ 157 କୋଟି ଛାତ୍ରଛାତ୍ରୀଙ୍କ ପାଠପଢାରେ ପ୍ରଭାବ ପକାଇଛି । ପରୀକ୍ଷା ଫଳରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ସ୍କୁଲରେ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳିବା ବନ୍ଦ ହୋଇଯାଇଛି । ଏହାସହ 12 କୋଟି ଶିଶୁଙ୍କ ଟିକାକରଣ ହୋଇପାରିନି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଭାରତର ପ୍ରାୟ 40 ପ୍ରତିଶତ ଶିଶୁଙ୍କୁ ଟିକାକରଣ ହୋଇପାରିନି ।

ସ୍କୁଲ ଖୋଲିବା ଅର୍ଥ ନୁହେଁ ଯେ ସମସ୍ତେ ଏକାଠି ହୋଇ ବସିପାରିବେ । ସାମାଜିକ ଦୂରତା ଅବଲମ୍ବନ ଜରୁରୀ । ଚେୟାର, ବେଞ୍ଚ୍ ସବୁ ନିର୍ଦ୍ଧିଷ୍ଟ ଦୂରତାରେ ରହିବା ଆବଶ୍ୟକ । ସ୍କୁଲ ଛାତ୍ରଛାତ୍ରୀଙ୍କୁ 2 ଭାଗରେ ବିଭକ୍ତ କରିବା ଆବଶ୍ୟକ । ଅଧା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ କ୍ଲାସ୍ କରିବା ଜରୁରୀ । ଏହା ବେସରକାରୀ ସ୍କୁଲରେ ସମ୍ଭବ ହୋଇପାରିବ ମାତ୍ର ସରକାରୀ ସ୍କୁଲରେ କାର୍ଯ୍ୟକାରୀ କଲା ବେଳକୁ ସମସ୍ୟା ଦେଖାଯିବ । ମାସ୍କ, ହାଇଜିନ୍ ଜରୁରୀ । ସ୍କୁଲ ପରିସରକୁ ସର୍ବଦା ସାନିଟାଇଜ୍ କରାଯିବା ଆବଶ୍ୟକ । ଖେଳପଡିଆକୁ କିଛି ଦିନ ପାଇଁ ବନ୍ଦ ରଖିବା ଜରୁରୀ ।

ଫ୍ରାନ୍ସରେ ଗୋଟିଏ ଶ୍ରେଣୀଗୃହରେ 15 ଛାତ୍ର ହିଁ ବସିପାରିବେ ଓ ସେମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ସେହିପରି ଡେନମାର୍କ, ଜର୍ମାନୀରେ ମଧ୍ୟ ମାସ୍କ ବାଧ୍ୟତାମୂଳକ । ତାଇୱାନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି । ଚୀନରେ ସମସ୍ତ ସ୍କୁଲ ବ୍ୟାଗକୁ ପ୍ରଥମେ ସାନିଟାଇଜ୍ କରାଯାଉଛି । ବ୍ରିଟେନରେ 2 ପ୍ରତିଶତ ଶିଶୁଙ୍କୁ ନେଇ ପାଠପଢା ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.