ETV Bharat / bharat

‘ହିନ୍ଦୁଧର୍ମକୁ ଅଣଦେଖା କରିବାର ପରିଣାମ ଭୋଗୁଛନ୍ତି ଶାହା’

author img

By

Published : Aug 3, 2020, 10:34 AM IST

Updated : Aug 3, 2020, 10:59 AM IST

ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ

କୋରୋନା ସଙ୍କଟ ଘଡିରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 5ରେ ଭୂମି ପୂଜନ କରାଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ଭୋପାଳ: କୋରୋନା ସଙ୍କଟରେ ରାମ ମନ୍ଦିରର ଭୂମି ପୂଜନକୁ ନେଇ ବିବାଦ ଲାଗି ରହିଛି । ଗତକାଲି କୋରୋନାରେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଲ ରାଣୀଙ୍କ ଦେହାନ୍ତ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି, ହିନ୍ଦୁ ଧର୍ମକୁ ଅଣଦେଖା କରିବାରୁ ଏହା ହେଉଛି ପରିଣାମ ।

ଦିଗବିଜୟ ସିଂ ନିଜ ଟ୍ବିଟରେ ଲେଖିଛନ୍ତି, ଭଗବାନ ରାମଙ୍କ ମନ୍ଦିର ଶିଳାନ୍ୟାସ ପାଇଁ ଅଗଷ୍ଟ 5 ତାରିଖ ଏକ ଅଶୁଭ ମୁହୂର୍ତ୍ତ ବୋଲି ଜଗଦଗୁରୁ ସ୍ବାମୀ ସ୍ବରୂପାନନ୍ଦ ମହାରାଜ ଚେତାଇ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସୁବିଧାକୁ ଦେଖି ଏହି ଅଶୁଭ ତାରିଖକୁ ବାହାର କରିଛନ୍ତି । କଂଗ୍ରେସ ନେତା ଆଉ ଏକ ଟ୍ବିଟ କରି କହିଛନ୍ତି, ସନାତନ ଧର୍ମ ମାନ୍ୟତାକୁ ଅଣଦେଖା କରିବାର ଏ ହେଉଛି ପରିଣାମ ।

ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ
ହିନ୍ଦୁ ଧର୍ମକୁ ଅଣଦେଖା କରିବାର ପରିଣାମ ଗୃହମନ୍ତ୍ରୀ କୋରୋନା ପଜିଟିଭ

ଭାରତର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ ପରେ ହସ୍ପିଟାଲରେ ଭର୍ତ୍ତି

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଶିବରାଜ ସିଂ ଚୌହାନଙ୍କୁ କୋରୋନା

ରାମ ମନ୍ଦିରର ସମସ୍ତ ପୂଜାରୀ ମଧ୍ୟ କୋଭିଡ ସଂକ୍ରମିତ

ୟୁପି ବିଜେପି ଅଧ୍ୟକ୍ଷ କୋରୋନା ପଜିଟିଭ

ୟୁପି କ୍ୟାବିନେଟ ମନ୍ତ୍ରୀ କମଲ ରାଣୀଙ୍କ କୋରୋନାରେ ଦେହାନ୍ତ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ମଧ୍ୟ କୋରୋନାରେ ହସ୍ପିଟାଲରେ ଭର୍ତ୍ତି

ଏଥିସହ ସେ ଆଉ ଟ୍ବିଟରେ କହିଛନ୍ତି, ପ୍ରଭୁ ରାମଙ୍କ ମନ୍ଦିରର ମୂଳଦୁଆ ପକାଇ କେତେ ଲୋକଙ୍କୁ ଡାକ୍ତରଖାନା ପଠାଇବାକୁ ଚାହୁଁଛନ୍ତି? ସିଏମ ଯୋଗୀ ପିଏମ ମୋଦିଙ୍କୁ ବୁଝାନ୍ତୁ। ତୁମେ ସେଠାରେ ଥାଉ ଥାଉ କାହିଁକି ସନାତନ ଧର୍ମର ସମସ୍ତ ସୀମା ଭଙ୍ଗା ଯାଉଛି ? ତୁମେ କେଉଁ ଅସହାୟରେ ଏସବୁ ଘଟିବାକୁ ଦେଉଛ ?

ସୂଚନାଯୋଗ୍ୟ, ଦିଗବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ କରିବାକୁ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭୁଲବଶତଃ ଦେଶର ପ୍ରଧାନମନ୍ତ୍ରୀ ଲେଖିଦେଇଥିଲେ । ପରେ ନିଜର ଭୁଲ ଦେଖିବା ପରେ ଏହାକୁ ସଂଶୋଧନ କରିବା ସହ କ୍ଷମା ମାଗିଥିଲେ ଦିଗବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 3, 2020, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.