ETV Bharat / bharat

ଫେସବୁକ ବିବାଦ; କାର୍ଟୁନ ସେୟାର କରି RSS ଓ ବିଜେପିକୁ କଂଗ୍ରେସର ଟାର୍ଗେଟ

author img

By

Published : Aug 21, 2020, 5:58 PM IST

randeep surjewala
randeep surjewala

ଫେସବୁକକୁ ନେଇ ଜାରି ରହିଛି ରାଜନୀତି ବୟାନ ବାଜି । ଆଜି ପୁଣି ବିଜେପି ଓ ଆରଏସଏସ କୁ ସମାଲୋଚନା କଲା କଂଗ୍ରେସ ।

ନୂଆଦିଲ୍ଲୀ: ଦେଶରେ ଫେସବୁକକୁ ନେଇ ଉଠିଥିବା ରାଜନୈତିକ ଝଡ ଥମିବାର ନା ଧରୁନାହିଁ । କଂଗ୍ରେସ ପ୍ରସଙ୍ଗକୁ ନେଇ ଜାରି ରଖିଛି ଆରୋପ ପ୍ରତ୍ୟାରୋପ । ଆଜି (ଶୁକ୍ରବାର) ପୁଣିଥରେ ଦଳର ରାଷ୍ଟ୍ରୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କାର୍ଟୁନ କରି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ।

ରଣଦୀପ ସୁର୍ଯ୍ୟେୱାଲା ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଥିବା ଏକ କାର୍ଟୁନ ଅନୁସାରେ ଜଣେ ବ୍ୟକ୍ତି ହାପ ପ୍ୟାଣ୍ଟ ଓ ଦଳ ସାର୍ଟ ପିନ୍ଧି (ଯାହା ଆରଏସଏସର ୟୁନିଫର୍ମ) ଫେସବୁକର ଲୋଗ ଉପରେ ହାତ ରଖି କହୁଛନ୍ତି ‘ମୁଁ ଶପଥ ନେଉଛି ଜୁକରବର୍ଗ’ଙ୍କ ଦ୍ବାରା ପ୍ରଣୟନ ସମସ୍ତ ନିୟମ ପାଳନ କରିବି ।

PHOTO
କାର୍ଟୁନ ଯୋଗେ RSS ଓ ବିଜେପି କୁ କଂଗ୍ରେସର ଟାର୍ଗେଟ

କଣ ପୁରା ପ୍ରସଙ୍ଗ?

ଆମେରିକାର ଏକ ଖବର କାଗଜରେ ପ୍ରକାଶିତ ରପୋର୍ଟ ଅନୁଯାୟୀ ଭାରତରେ ଫେସବୁକ ରାଜନୈତିକ କାର୍ଯ୍ୟକ୍ରମ କରୁଛି । ବିଜେପି ଓ ଆରଏସଏସ ର ପ୍ରଚାର ପ୍ରସାର କରୁଛି । ନିର୍ବାଚନକୁ ପ୍ରଭାବିତ କରୁଛି । ବିଜେପି ନେତାଙ୍କ ବୟାନକୁ ଫେସବୁକ ପ୍ରସାରିତ କରୁଛି । ରିପୋର୍ଟରେ ବିଜେପି ବିଧାୟକ ଟି ରାଜା ସିଂଙ୍କ ଏକ ବିବାଦିତ ପୋଷ୍ଟକୁ ସ୍ଥାନ ଦିଆଯାଇଛି ।

ପୂର୍ବରୁ ରାହୁଲ ଗାନ୍ଧୀ କରିଥିଲେ ଅଭିଯୋଗ

ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନେତା ରାହୁଲା ଗାନ୍ଧୀ ଅଭିଯୋଗ କରିଥିଲେ କି ଭାରତରେ ଫେସବୁକ ଓ ହ୍ବାଟସପକୁ ସରକାର ନିୟନ୍ତ୍ରଣ କରୁଛନ୍ତି ।

ରବି ଶଙ୍କର ପ୍ରସାଦ ରଖିଥିଲେ ଜବାବ

ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ଆକ୍ରମଣ କରିବା ପରେ ସରକାରଙ୍କ ତରଫରୁ ଖୋଦ ବିଭାଗୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମୋର୍ଚ୍ଚା ସମ୍ଭାଳିଥିଲେ । ରାହୁଲଙ୍କୁ ପାଲଟା ଆକ୍ରମଣ କରି ନିର୍ବାଚନ ବେଳେ ଡାଟାକୁ ଅସ୍ତ୍ରକୁ ମନେ ପକାଇ ଦେଇଥିଲେ । ଏହାବାଦ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଆରଏସଏସ ଓ ବିଜେପି କଣ ସାରା ଦୁନିଆକୁ ନିୟନ୍ତ୍ରଣ କରୁଛି କି ? ସେହିପରି କେମ୍ବ୍ରିଜ ଆନାଲିଟିକା ଓ ଫେସବୁକ ସହିତ କଂଗ୍ରେସର ଗୋଠଜୋଡକୁ ପଦାକୁ ଆଣିଥିଲେ ରବିଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.