ETV Bharat / bharat

ମାତ୍ର 5 ଟଙ୍କା ପାଇଁ ଚିକିତ୍ସା କଲେନି ଡାକ୍ତର, ପ୍ରାଣ ହରାଇଲା ରୋଗୀ

author img

By

Published : Jul 24, 2020, 2:54 PM IST

ମାତ୍ର 5ଟଙ୍କା ପାଇଁ ଚିକିତ୍ସା କଲେ ନାହିଁ ଡାକ୍ତର, ପ୍ରାଣ ହରାଇଲା ରୋଗୀ
ମାତ୍ର 5ଟଙ୍କା ପାଇଁ ଚିକିତ୍ସା କଲେ ନାହିଁ ଡାକ୍ତର, ପ୍ରାଣ ହରାଇଲା ରୋଗୀ

ଗୁନା ଜିଲ୍ଲା ଡାକ୍ତରଖାନା ପ୍ରବନ୍ଧନର ଅବେହଳା ଯୋଗୁଁ ଜଣେ ମହିଳା ହରାଇଲେ ଶଙ୍ଖା ସୁନ୍ଦୁର । ଜୀବନ ଠାରୁ 5ଟଙ୍କା ବେଶ୍‌ ଅଧିକ ହୋଇ ପଡିଛି ଆଜିର ଦିନରେ । 5ଟଙ୍କାର ରସିଦ ନଥିବାରୁ ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା କରିଲେ ନାହିଁ ।

ଭୋପାଳ: ଡାକ୍ତରଖାନାରେ ମରିଗଲା ମାନବିକତା । ମାତ୍ର 5ଟଙ୍କାର ରସିଦ ନଥିବାରୁ ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା କରିଲେ ନାହିଁ । ଶେଷରେ ଡାକ୍ତରଖାନା ବାହାରେ ରାତିସାରା ଛଟପଟ ହୋଇ ପ୍ରାଣ ହରାଇଲା ରୋଗୀ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜ୍ୟର ଗୁନା ଜିଲ୍ଲା ଡାକ୍ତରଖାନାରେ ।

ଖବରମୁତାବକ, ଆରତୀ ନାମକ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ସ୍ବାମୀ ସୁନୀଲ ଧାକଡଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଗୁନା ଜିଲ୍ଲା ଡାକ୍ତରଖାନା ନେଇ ଯାଇଥିଲେ । କିନ୍ତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ନାହିଁ । କାରଣ ତାଙ୍କ ପାଖରେ 5ଟଙ୍କାର ରସିଦ କିଣିବାକୁ ଟଙ୍କା ନଥିଲା । ସୂଚନାଥାଉକି, ସେହି ଡାକ୍ତରଖାନାରେ ରୋଗୀଟିକୁ ଭର୍ତ୍ତି କରିବାକୁ ହେଲେ 5ଟଙ୍କାର ରସିଦ କାଟିବାକୁ ପଡେ । ତା' ପରେ ଯାଇ ରୋଗୀର ଚିକିତ୍ସା ହୋଇଥାଏ ।

ଉକ୍ତ ମହିଳା ଜଣକ ଅସୁସ୍ଥ ସ୍ବାମୀଙ୍କ ସହ ରାତି ସାରା ଡାକ୍ତରଖାନା ବାହାରେ ଆତ୍ମୀୟଙ୍କ ଅପେକ୍ଷାରେ ରାତି ପାହି ଗଲା । ଶେଷରେ ସକାଳେ 7ଟାରେ ରସିଦ କାଟିବାକୁ ମହିଳା ଜଣଙ୍କ ଯିବାବେଳେ 9ଟାରେ କାଉଣ୍ଟର ଖୋଲା ହେବ କହି ଡାକ୍ତରଖାନା କର୍ମଚାରୀ ତାଙ୍କୁ ପଠେଇ ଦେଲେ । ମାତ୍ର ସକାଳ 8ଟାରେ ତାଙ୍କ ଅସୁସ୍ଥ ସ୍ବାମୀ ପ୍ରାଣ ହରାଇ ସାରିଥିଲେ ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଠିକ୍‌ ସମୟରେ ଚିକିତ୍ସା କରାଯାଇଥିଲେ ସ୍ବାମୀଙ୍କ ଜୀବନ ବଞ୍ଚି ପାରିଥାନ୍ତା । କିନ୍ତୁ କେହି ରସିଦ ଦେଲେ ନାହିଁ , ତାଙ୍କର ଚିକିତ୍ସା ହେଲା ନାହିଁ । ସମସ୍ତଙ୍କୁ ଟଙ୍କା ନଥିବା କହିଲି ହେଲେ ବି କେହି ଶୁଣିଲେ ନାହିଁ ।

ସୁନୀଲଙ୍କ ଲଭ୍‌ ମ୍ୟାରେଜ ହୋଇଥିଲା । ତାଙ୍କର 2ବର୍ଷର ଶିଶୁପୁତ୍ର ମଧ୍ୟ ଅଛି ।

ଏପଟେ ଏହି ମାମଲା ପରେ ଡାକ୍ତର କୌଣସି ଉତ୍ତର ରଖିବାକୁ ନାରାଜ । ଏହି ଘଟଣା ପରେ ଡାକ୍ତରଖାନାର ପ୍ରବନ୍ଧନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.