ETV Bharat / bharat

BBC Documentary: JNU, ଜାମିଆ ପରେ ଆଉ ଦୁଇ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବ ଡକ୍ୟୁମେଣ୍ଟାରୀ

author img

By

Published : Jan 27, 2023, 8:45 PM IST

ଜେଏନୟୁ, ଜାମିଆ ପରେ ଆମ୍ବେଦକର ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶିତ ହେବ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ । ଅଧିକ ପଢନ୍ତୁ
BBC Documentary Controversy
BBC Documentary Controversy

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ''କୁ ନେଇ ବିବାଦ ବଢିବାରେ ଲାଗିଛି । ଭାରତରେ ଏହି ଡକ୍ୟୁମେଣ୍ଟାରୀ ବ୍ୟାନ ସତ୍ତ୍ବେ ଦେଶର ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଏହାର ସ୍କ୍ରିନିଂ କରାଯାଉଛି । ଜାମିଆ ବିଶ୍ବବିଦ୍ୟାଳୟ ଓ ଜେଏନୟୁ ପରେ ଏବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ମଧ୍ୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବା ପାଇଁ ଯୋଜନା ହୋଇଛି । ଏନେଇ ଛାତ୍ର ସଂଗଠନ ପକ୍ଷରୁ ସୋସିଆଲ ମିଡିଆରେ ପାମ୍ପଲେଟ୍ ଜାରି କରାଯାଇଛି ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଜି ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ଇଣ୍ଡିଆ: ଦି ମୋଦି କୋଶ୍ଚିନ ପ୍ରଦର୍ଶିତ କରାଯିବାର ଥିଲା । କ୍ୟାମ୍ପସରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନକରିବାକୁ ବିଶ୍ବବିଦ୍ୟାଳୟ ପ୍ରଶାସନ ବାରଣ ସତ୍ତ୍ବେ ମୁସଲିମ ଛାତ୍ର, ଏନଏସୟୁଆଇ ଓ ଭୀମ ସେନା ଦ୍ବାରା ଏହାର ସ୍କ୍ରିନିଂ ପାଇଁ ଘୋଷଣା କରାଯାଇଥିଲା । ଏହାକୁ ରୋକିବାକୁ ବିଶ୍ବବିଦ୍ୟାଳୟ ପରିସରରେ ବହୁସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସେପଟେ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଡକ୍ୟୁମେଣ୍ଟାରୀ ଦେଖୁଥିବା ବେଳେ ସେଠାରେ ବିଦ୍ୟୁତ କାଟ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ କ୍ୟାମ୍ପସରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ।

ପୂର୍ବରୁ ଦିଲ୍ଲୀ ସ୍ଥିତ ଜେଏନୟୁରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଶ୍ବବିଦ୍ୟାଳୟ ପ୍ରଶାସନର ଚେତାବନୀ ପରେ ବି ଛାତ୍ର ସଂଗଠନ କ୍ୟାମ୍ପସରେ ଏହାକୁ ପ୍ରଦର୍ଶିତ କରିବାକୁ ଯୋଜନା କରୁଥିବାରୁ ହଠାତ୍ ଲାଇଟ ଓ ଇଣ୍ଟରନେଟ ସଂଯୋଗ କାଟି ଦିଆଯାଇଥିଲା । ଏଥିରେ ରାଗି ଯାଇ ଛାତ୍ରଛାତ୍ରୀ ନିଜ ମୋବାଇଲେ ଡକ୍ୟୁମେଣ୍ଟାରୀ ଦେଖୁଥିବା ବେଳେ ସେମାନଙ୍କ ଉପରେ ପଥରମାଡ କରାଯାଇଥିଲା । ସେହିପରି ଜାମିଆରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାର ସ୍କ୍ରିନିଂ ପାଇଁ ଘୋଷଣା କରାଯିବାରୁ ପୋଲିସ ୪ ଜଣ ଛାତ୍ରଙ୍କୁ ଉଠାଇ ନେଇଥିଲା । ଏହି ଡକ୍ୟୁମେଣ୍ଟାରୀକୁ ନେଇ ଦେଶରେ ବିବାଦ ଜୋର ଧରିଥିବା ବେଳେ ଏବେ ପୁଣି ଦୁଇଟି ପ୍ରତିଷ୍ଠିତି ବିଶ୍ବବିଦ୍ୟାଳୟରେ ଏହାର ସ୍କ୍ରିନିଂ ପାଇଁ ଯୋଜନା କରାଯାଉଛି ।

କେବଳ ଏତିକି ନୁହେଁ, ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ପଥରମାଡ ଘଟଣାର ବିରୋଧ କରି ଆଜି ଆମ୍ବେଦକର ବିଶ୍ବବିଦ୍ୟାଳୟରେ ବିକ୍ଷୋକ୍ଷ ପ୍ରଦର୍ଶନ କରାଯିବ । ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହେବାକୁ ଥିବା ଆଶଙ୍କା କରାଯାଉଛି । ସୋସିଆଲ ମିଡିଆ ପୋର୍ଟାଲରେ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରାଯାଇଥିବାରୁ ଦେଶର ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଏହାକୁ ପ୍ରଦର୍ଶିତ କରାଯିବ ବୋଲି ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.