ETV Bharat / bharat

BBC Documentary: ବିବିସିକୁ ବ୍ରିଟିଶ ସାଂସଦଙ୍କ ନିନ୍ଦା, କହିଲେ ଡକ୍ୟୁମେଣ୍ଟାରୀ ପ୍ରସାରିତ ହେବାର ନଥିଲା

author img

By

Published : Feb 17, 2023, 5:41 PM IST

British MP Bob Blackman
British MP Bob Blackman

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ସଂସ୍ଥା ଉପରେ ବର୍ଷିଲେ ବ୍ରିଟିଶ ସାଂସଦ ବବ୍‌ ବ୍ଲାକମ୍ୟାନ । ଏହା ଏକ ପ୍ରୋପାଗଣ୍ଡା ଭିଡିଓ, ଏଥିରେ ପ୍ରକୃତ କଥାବସ୍ତୁ ସ୍ଥାନ ପାଇନଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁକେ ସାଂସଦ ବବ୍‌ ବ୍ଲାକମ୍ୟାନ । ସେ ଏହାକୁ ଏକ ପ୍ରୋପାଗଣ୍ଡା ଭିଡିଓ ଓ ହୀନ ସାମ୍ବାଦିକତା ବୋଲି କହିଛନ୍ତି । ଏପରି ଭିଡିଓ ପ୍ରସାରିତ ହେବା ଅନୁଚିତ ବୋଲି ସେ କହିଛନ୍ତି । ଏହି ଡକ୍ୟୁମେଣ୍ଟାରୀରେ ଅନେକ ତଥ୍ୟକୁ ପ୍ରଭାବିତ କରାଯାଇଛି । ଏହାସହ ବିବିସି ଅଫିସ ଉପରେ ଆୟକର ବିଭାଗର ଚଢାଉକୁ ନେଇ ବ୍ଲାକମ୍ୟାନ କହିଛନ୍ତି ଯେ ଏହା କୌଣସି ନୂଆ କଥା ନୁହେଁ । ବିବିସି ଦ୍ବାରା ଭାରତ-ବ୍ରିଟେନ ମଧ୍ୟରେ ଥିବା ସୁସମ୍ପର୍କକୁ ପ୍ରଭାବିତ କରିବା ଲାଗି ଏପରି କରାଯିବା ଭଳି ସେ ଅନୁଭବ କରୁଥିବା କହିଛନ୍ତି ।

'ଏହି ଡକ୍ୟୁମେଣ୍ଟାରୀ ପ୍ରସାରିତ ହେବାର ନଥିଲା':- ବ୍ରିଟିଶ ସାଂସଦ ବ୍ଲାକମ୍ୟାନ ଏହି ଡକ୍ୟୁମେଣ୍ଟାରୀ ପ୍ରସାରିତ ହେବାର ନଥିଲା ବୋଲି ମଧ୍ୟ କହିଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୨୦୦୨ ଗୁଜୁରାଟ ଦଙ୍ଗାକୁ ନେଇ ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିଥିଲେ । କୋର୍ଟରେ ଏହି ଅଭିଯୋଗକୁ ପ୍ରମାଣିତ କରିବା ଲାଗି ଗୋଟିଏ ବି ପ୍ରମାଣ ମିଳିନଥିଲା । ଏହି ଡକ୍ୟୁମେଣ୍ଟାରୀରେ ଅନେକ ତଥ୍ୟକୁ ପ୍ରଭାବିତ କରାଯାଇଛି । ଏଣୁ ଏହା ପ୍ରସାରିତ ହେବା ଅନୁଚିତ । ଏହାସହ BBC ଅଫିସ ଉପରେ ହୋଇଥିବା ଆୟକର ଚଢାଉକୁ ନେଇ ସେ କହିଛନ୍ତି ଯେ ଏହା କୌଣସି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ।

BBC ବିରୋଧରେ ବ୍ରିଟିଶ ସାଂସଦଙ୍କ ଅଭିଯୋଗ:- ବିବିସ ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରାଯାଇଛି । ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟକୁ ନେଇ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଇଛି । ଏହା ଏକ ପ୍ରୋପାଗଣ୍ଡା ଭିଡିଓ । ଏହି ଭିଡିଓରେ ହୀନ ସାମ୍ବାଦିକତାର ଝଲକ ଦେଖିବାକୁ ମିଳିଛି । ବିବିସିକୁ ବ୍ରୋଡକାଷ୍ଟର ନିୟମ ପାଳନ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ ବିବିସି ଦ୍ବାରା ବ୍ରିଟେନ-ଭାରତ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିବା ଲାଗି ଏହା ଏକ ପ୍ରକାର ଏଜେଣ୍ଡା ରହିଥିବା ପ୍ରତୀୟମାନ ହେଉଛି । ଯାହାକୁ ନେଇ ସେ ବେଶ ଦୁଃଖିତ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ-BBC IT Survey: ପ୍ରାୟ ୬୦ ଘଣ୍ଟା ପରେ BBC ଅଫିସରୁ ବାହାରିଲା ଆୟକର ବିଭାଗ

ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ରିଟିଶ ସାଂସଦ ବ୍ଲାକମ୍ୟାନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ବିଶ୍ବର ବୃହତମ ଅର୍ଥନୈତିକ ରାଷ୍ଟ୍ର ତାଲିକାର ୫ମ ସ୍ଥାନରେ ପହଞ୍ଚିଛନ୍ତି । ଯାହାକି ଏକ ବଡ଼ ସଫଳତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରସ୍ତୁତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀ ଏକ ଉପହାସ ରହିଥିଲା । ଏକ ବିଦେଶୀ ସଂଗଠନ ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଥିଲା । ସେ ଏହି ଡକ୍ୟୁମେଣ୍ଟାରୀର ୨ଟି ସିରିଜକୁ ଦେଖିଛନ୍ତି । ଏହାକୁ ଦେଖିବା ପରେ ସେ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଥିଲେ । ବିବିସିକୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି ବିବିସି ଦ୍ବାରା ମୋଦି ବିରୋଧୀ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା । ୨୦୦୨ ମସିହା ଗୁଜୁରାଟ ଦଙ୍ଗା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ସମ୍ପର୍କରେ ଏହି ଡକ୍ୟୁମେଣ୍ଟାରୀରେ ଦର୍ଶାଯାଇଥିଲା । ଏଥିରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରୋପାଗାଣ୍ଡା ବା ମିଥ୍ୟା ପ୍ରଚାର ବୋଲି କହିଥିଲା । ଉଦ୍ଦେଶ୍ୟମୂଳକ ଭାବେ ଘୃଣା ସୃଷ୍ଟି କରିବା ପାଇଁ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିବା ଓ ଏଥିରେ ଘଟଣାର ପ୍ରକୃତ କଥାବସ୍ତୁ ସ୍ଥାନ ପାଇନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବିବିସି ପକ୍ଷରୁ ଏହାକୁ ଭାରତରେ ପ୍ରଦର୍ଶିତ କରାଯାଇନଥିବା ବେଳେ ୟୁରୋପ ଓ ଅନ୍ୟାନ୍ୟ ଦେଶରେ ପ୍ରଦର୍ଶିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.