ETV Bharat / bharat

ନବୀନଙ୍କ ଅବସରକୁ ନେଇ ରାଜନୀତି, ଶାହଙ୍କୁ କଟାକ୍ଷ କରି ଏମିତି କହିଲେ ଚିଦାମ୍ବରମ - P Chidambaram Targets Amit Shah

author img

By ETV Bharat Odisha Team

Published : May 22, 2024, 3:23 PM IST

P Chidambaram Targets Amit Shah: ଅମିତ ଶାହଙ୍କ ବୟାନକୁ ନେଇ କଟାକ୍ଷ କଲେ ପି ଚିଦାମ୍ବରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ପ୍ରସଙ୍ଗରେ କ'ଣ କହିଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜାଣନ୍ତୁ ।

Chidambaram Targets Shah
Chidambaram Targets Shah (ANI)

ନୂଆଦିଲ୍ଲୀ: ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ କଟାକ୍ଷ କଲେ ପି ଚିଦାମ୍ବରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ପ୍ରସଙ୍ଗ ଉଠାଇଥିଲେ ଶାହ । ସେ କହିଥିଲେ, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୭ ବର୍ଷ ବୟସ ହେଲାଣି । ବୟସ ବଢିବା ସହ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ବି ବଢିଛି । ତେଣୁ ତାଙ୍କୁ ଅବସର ନେବା ଉଚିତ ।" ଶାହଙ୍କ ଏହି ବୟାନ ପରେ ଜୋର ଧରିଛି ରାଜନୀତି । କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି ବୟାନବାଜି ।

ଗୃହମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି, ଯଦି ଶାହ କହୁଛନ୍ତି ନବୀନ ପଟ୍ଟନାୟକଙ୍କ ବୟସ ବଢୁଥିବାରୁ ସେ ଅବସର ନେବା ଉଚିତ । ତେବେ ସେ କ'ଣ ଏହି ସଂକେତ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦେଉଛନ୍ତି କି? କାରଣ ତାଙ୍କର ବୟସ ମଧ୍ୟ ୭୩ ବର୍ଷ ୭ ମାସ ହେଲାଣି । ଏମିତି ଲାଗୁଛି, ଯଦି ଦେଶରେ ଭାଜପା ସରକାର ନକରେ ତେବେ ଅମିତ ଶାହ ବୋଧ ହୁଏ ଅଧିକ ଖୁସି ହେବେ । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଅବସର ଦାବି କରିଥିଲେ । ସେ କହିଥିଲେ, "୨୦୨୫ ସୁଦ୍ଧା ମୋଦିଙ୍କୁ ୭୫ ବର୍ଷ ବୟସ ହେବ । ତେଣୁ ଭାଜପା ପାର୍ଟିର ନିୟମ ଅନୁସାରେ, ୭୫ ବର୍ଷ ବୟସ ହେବା ପରେ ସେ ରାଜନୀତିରୁ ସନ୍ୟାସ ନେବେ ।" ଏହାସହ କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନିଜ ଉତ୍ତରାଧିକାରୀ ହେବାକୁ ଥିବା ଅମିତ ଶାହଙ୍କ ପାଇଁ ଭୋଟ ମାଗୁଛନ୍ତି ।

ଏହା ବି ପଢନ୍ତୁ...ଶାହଙ୍କୁ କେଜ୍ରିୱାଲଙ୍କ କଡା ସମାଲୋଚନା, କହିଲେ କଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି? - Aravind Kejriwal Slams Amit Shah

କହି ରଖୁଛୁ ଯେ, ଗତକାଲି (୨୧ ମେ)ରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ଶୋଭାଯାତ୍ରାବେଳେ ଜନତାଙ୍କୁ ସମ୍ବୋଧିତ କରି ଶା କହିଥିଲେ, "ନବୀନଙ୍କ ସ୍ବାସ୍ଥ୍ୟ ଠିକ୍ ରହୁନାହିଁ । ଯାହା ଫଳରେ ୧.୫ଲକ୍ଷ ପଦବୀ ଖାଲି ପଡ଼ିଛି । ଯଦି ଆମ ସରକାର ଆସିବ ତେବେ ଆମେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି କରିବୁ ।" ଏହି ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଶାହ ଆହ୍ବାନ ଦେବା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଓଡ଼ିଶାକୁ ନଷ୍ଟ କରିଥିବା କହି ବର୍ଷିଥିଲେ ଶାହ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.