ETV Bharat / state

ଆନ୍ଧ୍ରରୁ ଆସି ଓଡିଶାରେ ରହୁଥିଲେ, ଭଡା ଘରୁ ମିଳିଲା ଗଳିତ ମୃତଦେହ - BODY FOUND INSIDE LOCKED HOUSE

author img

By ETV Bharat Odisha Team

Published : May 22, 2024, 3:11 PM IST

Body Found Inside Locked House: ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ (ETV Bharat Odisha)

ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ (ETV Bharat Odisha)

ରାୟଗଡ଼ା: ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ରାୟଗଡ଼ା ଜିଲ୍ଲା ସଦର ସ୍ଥିତ ଟେଲିଫୋନ ଭବନ ନିକଟସ୍ଥ ଓଡ଼ିଆ ତୋଟା ସାହିର ଏକ ଭଡା ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ଜଣଙ୍କ ୫୦ ବର୍ଷୀୟ ଶ୍ରୀନିବାସ ବୋଲି ଜଣାପଡିଛି । ଗତ ୩ ଦିନ ହେଲା ତାଙ୍କ ମୃତଦେହ ଘରେ ପଡିଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାୟଗଡା ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ତୋଟା ସାହିର ଏକ ଭଡା ଘରୁ ଶ୍ରୀନିବାସଙ୍କ ମୃତଦେହ ଠାବ କରାଯାଇଥିଲା । କିପରି ତାଙ୍କର ମୃତ୍ୟୁ ହେଲା ସ୍ପଷ୍ଟ ହୋଇପାରିନାହିଁ । କେହି ଦୃର୍ବୃତ୍ତ ଯୁବକଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।‌ ମୃତଦେହଟି ୩ ଦିନ ତଳର ବୋଲି ଅନୁମାନ କରିଛି ରାୟଗଡ଼ା ପୋଲିିସ ।

ସୂଚନା ଅନୁସାରେ, ଶ୍ରୀନିବାସ ଦୀର୍ଘ ୫ ବର୍ଷ ହେବ ଓଡିଆ ସାହିର ବାବୁ ରାଓ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟ ଏକ ଗ୍ରାମର ବାସିନ୍ଦା ହେଉଛନ୍ତି ଶ୍ରୀନିବାସ । ସେ ରେଲୱେ ଠିକାଦାରଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଘର ମାଲିକ ବାବୁ ରାଓଙ୍କ ତୃତୀୟ ମହଲାରେ ରହୁଥିବା ବେଳେ ଗତ ତିନିଦିନ ହେଲା ସେ ଘରୁ ବାହାରି ନଥିବା ଉକ୍ତ ଆଖପାଖର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଆଖପାଖର ଲୋକେ ଘର ମାଲିକ ବାବୁ ରାଓଙ୍କୁ ଖବର ଦେବା ପରେ ସନ୍ଦେହ କରି ଶ୍ରୀନିବାସଙ୍କ ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ପୋଲିସକୁ ଖବର ଦେବା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏଥିସହ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିବା ସୂଚନା ମିଳିଛି । ପରିବାର ଲୋକ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ରାୟଗଡ଼ା ଥାନା ଅଧିକାରୀ କେକେ ବିକେ କହଁର କହିଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ରାୟଗଡା ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାୟଗଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.