ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ

By

Published : Jun 1, 2023, 5:22 PM IST

thumbnail

ଯାଜପୁର: ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ଟମକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଆଜି ସକାଳୁ ସ୍ଥାନୀୟ ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ଘଟଣା ସ୍ଥଳକୁ ଯାଇଥିଲେ । ତେବେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ଜୀବନ୍ତ ଜଳୁଥିବା ଦେଖିବାକୁ ପାଇଥିଲେ ।  ପ୍ରଥମେ ବ୍ୟକ୍ତି ଜଣଙ୍କୁ ଜଳୁଥିବା ଦେଖି ଗ୍ରାମବାସୀ ଭୟଭୀତ ହେଇଯାଇଥିଲେ । ପରେ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ ହେଲେ ବ୍ୟକ୍ତି ଜଣଙ୍କୁ ବଞ୍ଚାଇ ପାରିନଥିଲେ ।  ଫଳରେ ତାଙ୍କର ମତ୍ୟୁ ଘଟିଥିଲା । ଏହାପରେ ଗାଁ ଲୋକେ ଟମକା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟମକା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣଙ୍କ କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ସନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।  
 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.