ETV Bharat / bharat

Hate speech case: ଦୋଷୀ ସାବ୍ୟସ୍ତ ହୋଇ ଯାଇଥିଲା ବିଧାୟକ ପଦ, ଏବେ ନିର୍ଦ୍ଦୋଷରେ ଖଲାସ ହେଲେ

author img

By

Published : May 24, 2023, 8:28 PM IST

Hate speech case: ନିର୍ଦ୍ଦୋଷରେ ଖଲାସ ହେଲେ ଆଜମ ଖାନ
Hate speech case: ନିର୍ଦ୍ଦୋଷରେ ଖଲାସ ହେଲେ ଆଜମ ଖାନ

ହେଟ୍‌ସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯାଇଥିଲା ବିଧାୟକ ପଦ । ଏବେ ଉକ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ସପା ନେତା ଆଜମ ଖାନ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ହେଟ୍‌ସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିଧାୟକ ପଦ ହରାଇଥିଲେ ସମାଜବାଦୀ ପାର୍ଟି ନେତା ଆଜମ ଖାନ । ସେହି ମାମଲାରେ ଆଜି ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଗତବର୍ଷ (2022) ଅକ୍ଟୋବର 27 ତାରିଖରେ ଆଜମ ଖାନ ଦୋଷୀ ସାବ୍ୟସ୍ତ ହେବା ସହ 3ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ସେ ବିଧାୟକ ପଦରୁ ମଧ୍ୟ ବରଖାସ୍ତ ହୋଇଥିଲେ । ଆଜି ସେହି ମାମଲାରେ ରାମପୁର ଏମପି ଏମଲଏ କୋର୍ଟରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ସୂଚନା ଅନୁସାରେ, 2019 ସାଧାରଣ ନିର୍ବାଚନ ସମୟରେ ଉତ୍ତର ପ୍ରଦେଶ ମିଲକ ବିଧାନସଭା ମଣ୍ଡଳୀରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଆଜନ ଖାନ ଘୃଣା ସୃଷ୍ଟି କରିବା ପରି ଉତ୍ତେଜିତ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେ 2022ରେ ରାମପୁର ଏମପି ଏମଏଲଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ପଦ ହରାଇଥିଲେ । ପରେ ତାଙ୍କ ପାରମ୍ପରିକ ବିଧାନସଭା ଆସନରେ ରାମପୁରରେ ଉପନିର୍ବାଚନ ମଧ୍ୟ ହୋଇଥିଲା । ଆଜମ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଦଣ୍ଡାଦେଶକୁ ଉକ୍ତ କୋର୍ଟରେ ପୁଣି ଥରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାର ଶୁଣାଣିରେ ତାଙ୍କୁ ଦୋଷମୁକ୍ତ କରାଯାଇଛି ।


ଆଜମ ପଦ ହରାଇବା ପରେ ତାଙ୍କ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜମ ଖାନ ମଧ୍ୟ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବାପାଙ୍କ ପରି ସେ ମଧ୍ୟ ବିଧାୟକ ପଦରୁ ବରଖାସ୍ତ ହୋଇଥିଲେ । ସ୍ବାର ଆସନରେ ବିଧାୟକ ଥିବା ଆଜମଙ୍କ ପୁଅ ଅବୁଦୁଲ୍ଲାଙ୍କ ସ୍ଥାନରେ ଉପନିର୍ବାଚନରେ ଆପନା ଦଳ ପ୍ରାର୍ଥୀ ସଫିକ ଅହମ୍ମଦ ଅନସାରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଭିନ୍ନ ଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉଭୟ ବିଧାୟକ ବାପ-ପୁଅ ପଦ ହରାଇବା ପରେ ଏବେ ବାପା ଆଜମ ଖାନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ କୋର୍ଟରୁ ବଡ଼ ଆଶ୍ବସ୍ତି ପାଇଥିଲେ ସୁଦ୍ଧା ଆଜମଙ୍କ ବିଧାୟକ ପଦ ଫେରିବା ନେଇ ଆଉ କୌଣସି ସମ୍ଭାବନା ନାହିଁ । ସମାଜବାଦୀ ପାର୍ଟି ନେତା ତଥା ରାମପୁର ଆସନରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଆଜମ ଖାନଙ୍କ ବିରୋଧରେ ଏକାଧିକ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.