ETV Bharat / bharat

ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରୀ ଜାରି କଲା DRDO

author img

By

Published : May 21, 2023, 9:02 PM IST

ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରି ଜାରି କଲା DRDO
ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରି ଜାରି କଲା DRDO

ବୈଜ୍ଞାନିକ ହନିଟ୍ରାପରେ ଫସିବା ପରେ ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ କର୍ମଚାରୀଙ୍କୁ ଆଡଭାଇଜରି ଜାରି କଲା DRDO । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO)ର ଜଣେ ବରିଷ୍ଠ ବୈଜ୍ଞାନିକ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ଗିରଫ ହେବା ପରେ ସମସ୍ତ କର୍ମଚାରୀଙ୍କ ପାଇଁ ସାଇବର ଶୃଙ୍ଖଳା ସମ୍ପର୍କିତ ନିର୍ଦ୍ଦେଶାନାମା ଜାରି କରିଛି ସଂସ୍ଥା । ଏଥିରେ ସମସ୍ତ କର୍ମଚାରୀଙ୍କୁ କୌଣସି ଅଜଣା ନମ୍ବରରୁ ଆସୁଥିବା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ କୁହାଯାଇଛି । ସଂସ୍ଥାରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକ, ଅନ୍ୟ ସମସ୍ତ ବୈଷୟିକ ଓ ସାଧାରଣ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶାବଳି କଡାକଡି ପାଳନ କରିବା ପାଇଁ କୁହାଯାଇଛି ।

ସଂସ୍ଥାର ଜଣେ ଉଚ୍ଚ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଇବର ଡିସିପ୍ଲିନ୍‌ ଏବେ ସଂସ୍ଥା ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ପ୍ରତିରକ୍ଷା ଗବେଷଣା ପରି ସମ୍ବେଦନଶୀଳ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଜଣା କଲ ଓ ସୋସିଆଲ ମିଡିଆଠାରୁ ଦୂରେଇ ରହିବାକୁ ହେବ । ଏହି ଦିଗରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସାଇବର ବିଶେଷଜ୍ଞଙ୍କ ଦ୍ବାରା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସେମିନାର ଆୟୋଜନ କରିବାକୁ ମଧ୍ୟ ଯୋଜନା ରଖାଯାଇଛି । ଏହି ନିର୍ଦ୍ଦେଶାବଳୀ କଡାକଡି ପାଳନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ମିଳିଛି ।

ଚଳିତମାସ 3 ତାରିଖରେ ଡିଆରଡିଓ ଲ୍ୟାବ ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପର ଶିକାର ହୋଇଥିବା ଜଣାପଡିବା ପରେ ଏଟିଏସ ଦ୍ବାରା ଗିରଫ ହୋଇଥିଲା । ଏବେ ସେ ଜେଲ୍‌ରେ ରହିଛନ୍ତି । ସେ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସହ ଯୋଗାଯୋଗରେ ଆସିବା ପରେ ସମ୍ପର୍କ ଆଗକୁ ବଢିଥିଲା । ଉଭୟ ବିଦେଶରେ ସାକ୍ଷାତ ମଧ୍ୟ କରିଥିଲେ । ପରେ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ପୃକ୍ତ ପାକିସ୍ତାନୀ ମହିଳା ବୈଜ୍ଞାନିକ କୁରୁଲକରଙ୍କ ମାଧ୍ୟମରେ ହାସଲ ମଧ୍ୟ କରିଥିଲେ । ଏହି ତଥ୍ୟ ପ୍ରଘଟ ହେବା ପରେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସର୍ବୋଚ୍ଚ ପ୍ରତିରକ୍ଷା ଗବେଷଣା ସଂସ୍ଥାର ଜଣେ ଉଚ୍ଚପଦସ୍ତ ଅଧିକାରୀ ହନିଟ୍ରାପରେ ଫସିଥିବା ଘଟଣାକୁ ସଂସ୍ଥାର ମୁଖ୍ୟ ଡ.ସମୀର ଭି କାମାତ ମଧ୍ୟ ଗମ୍ଭୀରତାର ସହ ନେଇଥିଲେ ।

ଏବେ ସଂସ୍ଥା ନିଜ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏହି ସାଇବର ଶୃଙ୍ଖଳା ଗାଇଡଲାଇନ ଜାରି କରିଛି । ସମସ୍ତ ପ୍ରକାର ଅଜଣା ନମ୍ବରରୁ ଆସୁଥିବା କଲ ସମେତ ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରୁ ଦୂରେଇ ରହିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି । ସଂସ୍ଥା ଗାଇଡଲାଇନ ସହ ସାଇବର ଶୃଙ୍ଖଳା ସମ୍ପର୍କିତ ସେମିନାର ମଧ୍ୟ ଆୟୋଜନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.