ETV Bharat / bharat

Parliament Budget Session: ହିଣ୍ଡନବର୍ଗ ରିପୋର୍ଟ ନେଇ କମ୍ପିଲା ସଂସଦ, ୨ଟା ଯାଏଁ ଉଭୟ ଗୃହ ମୁଲତବୀ

author img

By

Published : Feb 2, 2023, 12:25 PM IST

Updated : Feb 2, 2023, 1:03 PM IST

Parliament Budget Session
Parliament Budget Session

ହିଣ୍ଡନବର୍ଗ ରିପୋର୍ଟ ଉପରେ ଆଲୋଚନା ଦାବି କରି ଗୃହରେ ବିରୋଧିଙ୍କ ହୋହଲ୍ଲା । ପୂର୍ବାହ୍ନ ୨ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟକୁ ନେଇ କମ୍ପିଲା ଗୃହ । ବଜେଟ ଅଧିବେଶନର ଆଜି ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧି ହିଣ୍ଡନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୁଦ୍ଧରେ ହୋଇଥିବା ଠକେଇ ଅଭିଯୋଗ ପ୍ରସଙ୍ଗ ଉଠାଇ ହଙ୍ଗାମା କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରି ବିରୋଧି ଦଳ ଉଭୟ ଗୃହରେ ହୋହଲ୍ଲା କରିଛନ୍ତି । ଯେଉଁ କାରଣରୁ ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହେବାରୁ ସଂସଦର ଉଭୟ ସଦନକୁ ପୂର୍ବାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଆଜି ଉଚ୍ଚ ସଦନ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ସାଂସଦମାନେ ହୋହଲ୍ଲା କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ବାରମ୍ବାର ଅପିଲ କରିଥିଲେ ହେଁ କେହି ଶୁଣିନଥିଲେ । ଆଦାନୀ ଗ୍ରୁପ ବିରୁଦ୍ଧରେ ଆର୍ଥିକ ଅନିୟମିତା ଅଭିଯୋଗ ଉପରେ ଆଲୋଚନା ପାଇଁ ରାଜ୍ୟସଭାର ବିରୋଧି ଦଳ ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ।

ସେପଟେ କଂଗ୍ରେସ ସଦସ୍ୟମାନେ ହିଣ୍ଡନବର୍ଗ ରିପୋର୍ଟ ଏବଂ ସୀମାରେ ଚୀନର ଅନୁପ୍ରବେଶ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଲୋକସଭାରେ ମୁଲତବୀ ନୋଟିସ୍ ଦେଇଥିଲେ । ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ଦ୍ରୁତ ଅବନତି ଯୋଗୁଁ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଥିବା କଂଗ୍ରେସ ସାଂସଦ ମନକମ ଟାଗୋର କହିଥିଲେ । ଏହାକୁ ନେଇ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ଯୋଗୁଁ ଗୃହକାର୍ଯ୍ୟ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Adani Group calls off FPO: ଆଦାନୀ ଗ୍ରୁପର ୨୦ ହଜାର କୋଟି FPO ବାତିଲ

କଂଗ୍ରେସ ସାଂସଦ ଟୋଗାର କହିଛନ୍ତି, ''ଏଲଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରିଆରେ ଲୋକଙ୍କ ଟଙ୍କା ଆଦାନୀ ଗ୍ରୁପରେ ଲାଗିଛି । ତେଣୁ ବର୍ତ୍ତମାନ ସ୍ଥିତିରେ ଅନ୍ୟ ପ୍ରସଙ୍ଗ ଗୁଡିକ ଛାଡି ଏହା ଉପରେ ଆଲୋଚନା କରାଯିବା ଜରୁରୀ ହୋଇପଡିଛି । ଲୋକଙ୍କ ଟଙ୍କା ବଞ୍ଚାଇବା ପାଇଁ ଏ ଦିଗରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ସେୟାର ମୂଲ୍ୟ ହ୍ରାସ ଜନିତ କ୍ଷତିର ବାସ୍ତବ ସ୍ଥିତି ସମ୍ପର୍କରେ ଖୁଲାସା କରିବା ଉଚିତ୍ । ଗୃହରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରାଯିବା ସହ ସରକାର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ।''

Last Updated :Feb 2, 2023, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.