ETV Bharat / politics

ରାତି ପାହିଲେ ଭୋଟ ଦେବ ଝାରସୁଗୁଡା, ପୋଲିଂ ମୁହାଁ ବୁଥ କର୍ମଚାରୀ - Odisha Second phase Election

author img

By ETV Bharat Odisha Team

Published : May 19, 2024, 4:02 PM IST

Polling officers Reach in booth: ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି । ପୋଲିଂ ପାର୍ଟିମାନେ ବୁଥମୁହାଁ ହୋଇଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

JHARASUGUDA
JHARASUGUDA (ETV Bharat Odisha)

ଝାରସୁଗୁଡ଼ା: ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି । ପୋଲିଂ ପାର୍ଟିମାନେ ବୁଥମୁହାଁ ହୋଇଛନ୍ତି । ତେବେ ଝାରସୁଗୁଡା ଜିଲ୍ଲାର ୨ ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜି (ରବିବାର) ସକାଳୁ ପୋଲିଂ ଅଧିକାରୀମାନେ ଝାରସୁଗୁଡା ସ୍ଥିତ ଇଂଜିନିୟରିଂ ସ୍କୁଲରୁ ପଞ୍ଜିକରଣ କରାଇ ନିଜ ନିଜ ବୁଥକୁ ବାହାରିଛନ୍ତି । ଝାରସୁଗୁଡ଼ା ନିର୍ବା‌ଚନ ମଣ୍ଡଳୀରେ ଚଳିତ ଥର ୮ ଜଣ ପ୍ରାର୍ଥୀ ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏନେଇ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହେବ ଏ ଦିଗରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ ୫୧୫ଟି ବୁଥ ରହିଛି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନି ହିଂସା ରୋକିବାକୁ ଡିଜିପିଙ୍କ ବୈଠକ, ଭିସିରେ ଜିଲ୍ଲା ଏସପିଙ୍କ ସହ ଆଲୋଚନା - DGP Meeting

ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀ ରହିଛି । ତେବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୨୫୮ଟି ବୁଥ ଥିବାବେଳେ ଝାରସୁଗୁଡ଼ାରେ ୨୫୭ଟି ବୁଥ ରହିଛି । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ୧୫୪୫ ଥିବା ବେଳେ ମହିଳା ଅଧିକାରୀ ୧୧୨୮ ରହିଛନ୍ତି । ସମୁଦାୟ ୯୧୯ଟି ଗାଡ଼ି ରହିଥିବା ବେଳେ ୫୧୫ ପୋଲିସ କର୍ମଚାରୀ ନିୟୋଜିତ ରହିଛନ୍ତି । ଆସନ୍ତାକାଲି (ସୋମବାର) କିଭଳି ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ଭୋଟ ଗ୍ରହଣ ସମ୍ପାଦନ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି ।

ଜିଲ୍ଲାରେ ୧୬୦ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୮୦ଟି ସଖି ବୁଥ ରହିଛି । ସେହିଭଳି ୧୦ଟି ଯୁବ ବୁଥ, ପିଡବ୍ଲୁଡି ସଞ୍ଚାଳନ କରୁଥିବା ୪ଟି ଓ ୯ଟି ଫ୍ରେଣ୍ଡଲି ବୁଥ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ମତଦାନ ପରେ ଆସନ୍ତା ଜୁନ ୪ତାରିଖରେ ଝାରସୁଗୁଡା ଇଞ୍ଜିନିୟର କଲେଜରେ ଗଣତି କରାଯିବ । ତେବେ ଝାରସୁଗୁଡ଼ା ଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଛି । ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୪ ଲକ୍ଷ ୩୯ ହଜାର ୧୩୬ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୦ ହଜାର ୫୧୫ ଜଣ ପୁରୁଷ, ୨ ଲକ୍ଷ ୧୮ ହଜାର ୫୪୮ ମହିଳା ଓ ୭୩ଜଣ ତୃତୀୟ ଲିଙ୍ଗ ରହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.