ETV Bharat / bharat

ଭାରତ-ଆମେରିକା ମିଳିତ ଜେଟ ଇଞ୍ଜିନ ନିର୍ମାଣ ପ୍ରକଳ୍ପକୁ ମିଳିଲା ଆମେରିକାର କ୍ଲିୟରାନ୍ସ

author img

By ETV Bharat Odisha Team

Published : Nov 18, 2023, 7:33 PM IST

ଭାରତ-ଆମେରିକା ମିଳିତ ଜେଟ ଇଞ୍ଜିନ ନିର୍ମାଣ ପ୍ରକଳ୍ପକୁ ମିଳିଲା ଆମେରିକାର କ୍ଲିୟରାନ୍ସ
ଭାରତ-ଆମେରିକା ମିଳିତ ଜେଟ ଇଞ୍ଜିନ ନିର୍ମାଣ ପ୍ରକଳ୍ପକୁ ମିଳିଲା ଆମେରିକାର କ୍ଲିୟରାନ୍ସ

ଭାରତ-ଆମେରିକା ମିଳିତ ଜେଟ ଇଞ୍ଜିନ ନିର୍ମାଣ ପ୍ରକଳ୍ପକୁ ଆମେରିକାର ସବୁ କ୍ଲିୟରାନ୍ସ । ସୂଚନା ଦେଲେ DRDO ମୁଖ୍ୟ ଡ.କାମାତ । ଆହୁରି ଶକ୍ତିଶାଳୀ ହେବ ତେଜସ । ମିରାଜ ଓ ଜାଗୁଆର ଓ ମିଗ-29 କୁ କରିବ ରିପ୍ଲେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଏକ ବଡ ସଫଳତା । ଭାରତରେ ଆମେରିକୀୟ କମ୍ପାନୀ ସହାୟତାରେ ନିର୍ମାଣ ହେବାକୁ ଥିବା ଲଢୁଆ ବିମାନ ଇଞ୍ଜିନ ପ୍ରକଳ୍ପକୁ ଆମେରିକାରୁ ସମସ୍ତ କ୍ଲିୟରାନ୍ସ ମିଳିସାରିଛି । ହାଲୁକା ଲଢୁଆ ବିମାନ (LCA) ମାର୍କ-2 ପାଇଁ ଇଞ୍ଜିନ୍ ଓ ସ୍ୱଦେଶୀ ଆଡଭାନ୍ସ ମିଡିୟମ୍ କମ୍ବାଟ ଏୟାରକ୍ରାଫ୍ଟ (ଏଏମସିଏ)ର ପ୍ରଥମ ଦୁଇଟି ସ୍କାର୍ଡନ ଭାରତରେ ନିର୍ମାଣ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଆମେରିକାରୁ ସମସ୍ତ କ୍ଲିୟରାନ୍ସ ପାଇସାରିଥିବା DRDO ମୁଖ୍ୟ ଦିନ ଡ.ସମୀର ଭି କାମାତ ସୂଚନା ଦେଇଛନ୍ତି ।

ଡ. କାମାତଙ୍କ ସୂଚନା ଅନୁସାରେ, ଆମେରିକାର ଜେନେରାଲ ଇଲେକ୍ଟ୍ରିକ୍ସ (ଜିଇ) ଓ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ସହଭାଗିତାରେ ଏଲସିଏ ମାର୍କ-2 ଲଢୁଆ ବିମାନର ଇଞ୍ଜିନ ଓ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ବିମାନର ପ୍ରଥମ ଦୁଇଟି ସ୍କ୍ବାର୍ଡନ ଦେଶ ଭାରତରେ ଉତ୍ପାଦିତ ହେବାକୁ ଯାଉଛି । ସମସ୍ତ ପ୍ରକ୍ରିୟା ଶେଷ କରି ଏହି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହେବାକୁ ଯାଉଥିବା DRDO ମୁଖ୍ୟ ଡ.କାମାତ ଖବର ସରବରାହ ସଂସ୍ଥା ANI କୁ ପ୍ରତିକ୍ରିୟାରେ କହିଛନ୍ତି ।

ଅଗଷ୍ଟ 30 ତାରିଖରେ କ୍ୟାବିନେଟ ପ୍ରତିରକ୍ଷା କମିଟି ଏହି ପ୍ରକଳ୍ପକୁ କ୍ଲିୟରାନ୍ସ ଦେଇସାରିଛି । ଏଲସିଏ ମାର୍କ-2 ଫାଇଟର ଜେଟ ଭାରତୀୟ ବାୟୁସେନାର ମିରାଜ-200 ଯୁଦ୍ଧ ବିମାନ ଓ ଜାଗୁଆର, ମିଗ-29 ପରି ପୁରୁଣା ଫାଇଟର ଜେଟ ସ୍ଥାନରେ ବ୍ୟବହାର ହେବ । ଏରୋନୋଟିକାଲ ଡେଭଲପମେଣ୍ଟ ଏଜେନ୍ସି ମୁଖ୍ୟ ଗିରିଶ ଦେଓଧାରେଙ୍କ ସୂଚନା ଅନୁସାରେ, ଏହି ହାଲୁକା ଲଢୁଆ ବର୍ଗର ବିମାନ ଏଲସିଏ ମାର୍କ-2 17.5 ଟନ ଓଜନ ଓ ଏକକ ଇଞ୍ଜିନ ବିଶିଷ୍ଟ ରହିବ । ଏହାର ନିର୍ମାଣ କାମ 2027 ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ:- PM Modi us Visit: ଭାରତ-ଆମେରିକା ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ଡିଲ୍, ବଢିବ ତେଜସ୍-ଘାତକ ଶକ୍ତି

ଚଳିତ ବର୍ଷ ଜୁନ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ପ୍ରଥମ ଭାଗରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେଶ ଓ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ (HAL) ମଧ୍ୟରେ ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ନେଇ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଜେନେରାଲ ଇଲେକ୍ଟ୍ରିକ୍ସ ଏରୋସ୍ପେଶର ଅଧ୍ୟକ୍ଷ ହେ.ଲରେନ୍ସ କୁଲପଙ୍କ ମଧ୍ୟ ସାକ୍ଷାତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.