ETV Bharat / bharat

Rajasthan Political Crisis: ଗେହେଲଟ ଗୋଷ୍ଠୀଙ୍କ ବୈଠକକୁ ବିଶୃଙ୍ଖଳା କହିଲେ ଅଜୟ ମାକନ

author img

By

Published : Sep 26, 2022, 7:45 PM IST

Rajasthan Political Crisis: ଗେହେଲଟ ଗୋଷ୍ଠୀଙ୍କ ଅଣଦଳୀୟ ବୈଠକକୁ ବିଶୃଙ୍ଖଳା କହିଲ ଅଜୟ ମାକନ
Rajasthan Political Crisis: ଗେହେଲଟ ଗୋଷ୍ଠୀଙ୍କ ଅଣଦଳୀୟ ବୈଠକକୁ ବିଶୃଙ୍ଖଳା କହିଲ ଅଜୟ ମାକନ

ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଜାତୀୟ କଂଗ୍ରେସରେ ହଟଚମଟ (Rajasthan Political Crisis) । ରବିବାର ରାତିରେ ବିଧାୟକଙ୍କ ଆଚରଣକୁ ଅନୁଶାସନହୀନତା ବୋଲି କହିଛନ୍ତି ଅଜୟ ମାକନ । ଅଧିକ ପଢ଼ନ୍ତୁ

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଜାତୀୟ କଂଗ୍ରେସରେ ହଲଚଲ ସୃଷ୍ଟି ହୋଇଛି (Rajasthan Political Crisis) । ଦଳର ସାଧାରଣ ସଚିବ ଅଜୟ ମାକନ ତଥା ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ମଲ୍ଲିକାର୍ଜୁନ ଖଡ଼ଗେ ରାଜସ୍ଥାନରେ ପହଞ୍ଚି କିଛି ବିଦ୍ରୋହୀ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ରବିବାର ରାତିରେ ବିଧାୟକଙ୍କ ଆଚରଣକୁ ଅନୁଶାସନହୀନତା ବୋଲି କହିଛନ୍ତି ଅଜୟ ମାକନ (Ajay maken on Ashok Gehlot faction) । ଖାଲି ସେତିକିନ ନୁହେଁ ଦଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଅଶୋକ ଗେହଲଟଙ୍କ ଆଭିମୁଖ୍ୟକୁ ନେଇ ସେ ପ୍ରଶ୍ନ କରିଛନ୍ତି ।

ଏହା ବି ପଢ଼ନ୍ତୁ Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ୱ ନେଇ କରିପାରନ୍ତି ପୁନଃବିଚାର

ବିଧାୟକଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରି ଯାଇଛନ୍ତି ଅଜୟ ମାକନ । ବିଦ୍ରୋହୀ ବିଧାୟକଙ୍କ ତିନି ସର୍ତ୍ତକୁ ନେଇ ସେ ସୋନିଆ ଗାନ୍ଧୀଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିଦ୍ରୋହୀ ବିଧାୟକ ସଚିନ ପାଇଲଟଙ୍କୁ ଖୋଲାଖାଲି ଭାବେ ବିରୋଧ କରିଛନ୍ତି । ଏହାକୁ ନେଇ ଅଜୟ ମାକନ କହିଛନ୍ତି, "ଦଳର ପର୍ଯ୍ୟବେକ୍ଷକ ଭାବରେ ମୁଁ ଓ ମଲ୍ଲିକାର୍ଜୁନ ଖଡ଼ଗେ ଏଠାକୁ ଆସିଥିଲୁ । ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ନେଇ ଏଠାରେ ବୈଠକ ରଖାଯାଇଥିଲା କିନ୍ତୁ ସମସ୍ତ ବିଧାୟକ ଏଠାକୁ ଆସି ନାହାନ୍ତି । ତାଙ୍କୁ ବାରମ୍ବାର କୁହାଗଲା ଯେ ଜଣ ଜଣଙ୍କ ସହ ଆଲୋଚନା କରିବାକୁ ଆମେ ଏଠାକୁ ଆସିଛୁ । ବୈଠକ ହୋଇ ପାରିନି ।"

Rajasthan Political Crisis: ଗେହେଲଟ ଗୋଷ୍ଠୀଙ୍କ ଅଣଦଳୀୟ ବୈଠକକୁ ବିଶୃଙ୍ଖଳା କହିଲ ଅଜୟ ମାକନ

ପ୍ରତି ବିଧାୟକଙ୍କ ସହ ଆଲୋଚନା ପ୍ରତ୍ୟକ୍ଷ ଆଲୋଚନ ପାଇଁ ନିର୍ଦ୍ଦେଶ ରହିଥିଲା । କଂଗ୍ରେସ ନେତା ଶାନ୍ତି ଧାରିୱାଲ, ମହେଶ ଜୋଶୀ,ପ୍ରତାପ ସିଂହ କେବଳ ପ୍ରତିନିଧି ଭାବରେ ଆସି ବିଦ୍ରୋହୀ ବିଧାୟକଙ୍କ ସର୍ତ୍ତ ବିଷୟରେ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଯାହା ଫୈସଲା ହେବ ତାହା ଅକ୍ଟୋବର ୧୯ ତାରିଖ ପରେ କରାଯାଉ ବୋଲି ଦାବି କରିଛନ୍ତି ବିଧାୟକ । କିନ୍ତୁ ସେତେବେଳେ ଯଦି ଖୋଦ ଗେହେଲଟ ଅଧ୍ୟକ୍ଷ ରହିବେ ତେବେ ନିଜ ନିଷ୍ପତ୍ତି ନିଜେ ସେ ଫଇସଲା କରିବା ଭଳି ସ୍ଥିତି ଉପୁଜିବ । ଏହା ଦ୍ବୈତ ସ୍ବାର୍ଥ ଭଳି ହେବ । ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଆଜି ପାରିତ ହେଲେ ବି ଅକ୍ଟୋବର ୧୯ ପରଠୁ ଲାଗୁ କରିବାକୁ ଦାବି ହୋଇଛି ।

ବିଧାୟକ ସଂଗଠନ ସହ ଆଲୋଚନା କରିବେ ବୋଲି ପ୍ରତିନିଧି ମଣ୍ଡଳ କହିଛନ୍ତି । ସଚିନ ପାଇଲଟ କିମ୍ବା ତାଙ୍କ ଗୋଷ୍ଠୀର କୌଣସି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦ ନଦେବାକୁ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ଗେହେଲଟ ଗୋଷ୍ଠୀରେ ଥିବା ୧୦୨ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦାବି ଉଠିଛି । ତେବେ ଜଣ ଜଣଙ୍କ ସହ କଥା ହେବାକୁ ନେଇ ପ୍ରତିନିଧି ମଣ୍ଡଳ ସଫାସଫା ମନା କରିଦେଇଛନ୍ତି । ଏହାକୁ ନେଇ ଶାନ୍ତି ଧାରିୱାଲ୍‌ଙ୍କ ବିରୋଧରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.