ETV Bharat / bharat

Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ୱ ନେଇ କରିପାରନ୍ତି ପୁନଃବିଚାର

author img

By

Published : Sep 26, 2022, 4:11 PM IST

ଗେହେଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହ ପରେ ଦଳ ଭିତରର ଗୋଷ୍ଠୀକନ୍ଦଳ ବାହାରେ ପଡ଼ିଛି (Sonia Gandhi upset with Rajasthan Political Crisis) । ସୋନିଆ ଗେହଲଟଙ୍କ ଗୋଷ୍ଠୀ ଆଚରଣରେ ଖପ୍ପା । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗେହେଲଟଙ୍କ ପ୍ରାର୍ଥୀତ୍ବ ଉପରେ ପୁନଃବିଚାର କରିପାରନ୍ତି । ଅଧିକ ପଢ଼ନ୍ତୁ

Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ବ ନେଇ କରି ପାରନ୍ତି ପୁନଃ ବିଚାର
Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ବ ନେଇ କରି ପାରନ୍ତି ପୁନଃ ବିଚାର

ନୂଆଦିଲ୍ଲୀ: ରାଜସ୍ଥାନରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଗେହେଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହ ପରେ ଦଳ ଭିତରର ଗୋଷ୍ଠୀ କନ୍ଦଳ ବାହାରେ ପଡ଼ିଛି (Sonia Gandhi upset with Rajasthan Political Crisis )। ସରକାର ଥିବା ରାଜ୍ୟରେ ଦଳର ଏଭଳି ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ସୋନିଆ ଗେହେଲଟ ଗୋଷ୍ଠୀଙ୍କ ଆଚରଣରେ ଖପ୍ପା ଥିବା ଆଲୋଚନା ହେଉଛି । ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଓ ଦଳ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସେ ସମୀକ୍ଷା କରିବା ସହ ସୋନିଆ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ Rajasthan Political Crisis: ଗେହେଲଟ ଗୋଷ୍ଠୀର ୭୬ ବିଧାୟକଙ୍କ ଇସ୍ତଫା

ଗେହେଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ରବିବାର ବିଧାୟକ ଦଳ ବୈଠକ ଡକାଯାଇଥିଲା । କିନ୍ତୁ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ନେଇ ରାଜି ନଥିଲେ ଗେହେଲଟ ଗୋଷ୍ଠୀ ବିଧାୟକ । ବିଧାୟକମାନେ ବୈଠକ ବର୍ଜନ କରିବା ସହ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବାକୁ ବାହାରି ପଡ଼ିଥିଲେ । ସୋମବାର ସେମାନଙ୍କ ମଧ୍ୟରୁ ୭୬ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଗେହେଲଟ ଗୋଷ୍ଠୀଙ୍କ ଆଚରଣରେ ସୋନିଆ ଗାନ୍ଧୀ ଖୁସି ନାହାନ୍ତି । ଏଣୁ ଅନ୍ତରୀଣ ଅଧ୍ୟକ୍ଷା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗେହେଲଟଙ୍କ ପ୍ରାର୍ଥୀତ୍ବ ଉପରେ ପୁନଃ ବିଚାର କରି ପାରନ୍ତି ବୋଲି ଆଲୋଚନା ହେଉଛି ।

ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ କରିଛନ୍ତି ସୋନିଆ ଗାନ୍ଧୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବା ଦରକାର ତାହାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ କଂଗ୍ରେସ ସାଧାରଣ ସଚିବ କେସି ଭେନୁ ଗୋପାଲଙ୍କୁ ମଧ୍ୟ ଆଲୋଚନାରେ ଭାଗ ନେବାକୁ ରାଜସ୍ଥାନ ପଠାଯାଇଛି ।

ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡ଼ଗେ ବିଦ୍ରୋହୀ ବିଧାୟକଙ୍କ ଆଲୋଚନା କରିଛନ୍ତି । ବୈଠକକୁ ଗେହେଲଟ ପହଞ୍ଚିବା ପୂର୍ବରୁ ସେଠାରୁ ଅଜୟ ମାକନ ଚାଲିଯାଇଛନ୍ତି । ଗେହେଲଟ ଗୋଷ୍ଠୀ ବିଧାୟକ କୌଣସିମତେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ନେଇ ସମର୍ଥନରେ ନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.