ETV Bharat / bharat

Oil Rate Update: ଦେଶରେ ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ ?

author img

By

Published : Mar 25, 2022, 8:18 AM IST

Oil Rate Update: ଦେଶରେ ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ
Oil Rate Update: ଦେଶରେ ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ

ଦେଶର ମହଙ୍ଗା ହେଉଛି ତୈଳ ଦର । ଆଜି ବି ପେଟ୍ରୋଲ ଓ ଡିଜେଲ ରେଟ ବଢାଇଲେ ତୈଳ କମ୍ପାନୀ । ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଥମୁନି ମହଙ୍ଗା ମାଡ । ଦେଶରେ ପୁଣି ବଢିଲା ତୈଳ ଦର । ଆଜି ସର୍ବଭାରତୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି(Petrol, diesel prices hiked by 80 paise) । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଦାମ୍ ବଢିଛି । ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୮୧ ଟଙ୍କା ଏବଂ ଡିଜେଲ ୮୯.୦୭ ଟଙ୍କା ହୋଇଯାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶବ୍ୟାପୀ ପେଟ୍ରୋଲ-ଡିଜେଲର ରେଟ୍ ବୃଦ୍ଧି ପାଉଛି ।

ଆଜି ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଏବଂ ଡିଜେଲ ୮୫ ପଇସା ଲେଖାଏଁ ବଢିଛି । ଫଳରେ ଏଠାରେ ଏବେ ଦର ଯଥାକ୍ରମେ ୧୧୨.୫୧ ଟଙ୍କା ଏବଂ ୯୬.୭୦ ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ୭୬ ପଇସା ବୃଦ୍ଧି ସହ ଦର ୧୦୩.୬୭ ଟଙ୍କା ଏବଂ ୯୩.୭୧ ଟଙ୍କା ହୋଇଯାଇଛି । ଯଦି କୋଲକାତା କଥା କହିବା, ଏଠାରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ଏବଂ ଡିଜେଲ ୮୦ ପଇସା ବଢିଛି । କହିରଖୁଛୁ କି, ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀ ଦର ବୃଦ୍ଧି କରୁନଥିଲେ । ହେଲେ ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢିବାରେ ଲାଗିଛି । ଆଗକୁ ମଧ୍ୟ ଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.